• ବିହାର ମୋତିହାରୀର ସିକରହନା ନଦୀରେ ବୁଡ଼ିଲା ଡଙ୍ଗା
  • ୨୧ ଯାତ୍ରୀ ନିଖୋଜ, ଜଣଙ୍କର ମୃତଦେହ ଉଦ୍ଧାର
  • ଲଗାଣ ବର୍ଷାରେ ଗଜପତି ଜିଲ୍ଲା ଗୁମ୍ମାରେ ଧସିଲା ପାହାଡ଼
  • ଅତିପ୍ରବଳ ବର୍ଷା ଓ ପବନ ଆଶଙ୍କାରେ ଦକ୍ଷିଣ ଓଡ଼ିଶା
  • ବାତ୍ୟା-‘ଗୁଲାବ’ ଆଜି ବିଳମ୍ବିତ ସଂଧ୍ୟାରେ ଆରମ୍ଭ ହେବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା
  • ଦିଲ୍ଲୀରୁ ୧୧ଟା ୩୦ରେ ବାତ୍ୟା ସ୍ଥିତିର ସମୀକ୍ଷା କଲେ CM ନବୀନ
  • କଟକ କାଳିଆବୁଦା ନିକଟରେ ମହାନଦୀକୁ ଡେଇଁ ଅଧ୍ୟାପକ ନିଖୋଜ
  • କଟକର ଯୋବ୍ରା ବ୍ୟାରେଜରେ ଏକ ମୃତ ହାତୀ ଠାବ
  • ବରଗଡ଼ ଥାନାରେ ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଅଭିଯୋଗ
  • ଘଟଣାରେ ୪ ପୋଲିସ କର୍ମଚାରୀଙ୍କୁ ପୋଲିସ ରିଜର୍ଭ ଅଫିସକୁ ବଦଳି

୧୦ମ, ୧୨ଶ ଏବଂ ସ୍ନାତକ ପାସ୍ ପାଇଁ ରେଲୱେର ଏହି ବିଭିନ୍ନ ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ଆଜି

ପ୍ରାର୍ଥୀମାନେ ଏହି ପଦବୀ ପାଇଁ ୨୩ ଫେବୃଆରୀ,୨୦୨୧ ପର୍ଯ୍ୟନ୍ତ କିମ୍ବା ପୂର୍ବରୁ ଆବେଦନ କରିପାରିବେ । ଏହା ବ୍ୟତୀତ ପ୍ରାର୍ଥୀମାନେ ସିଧା ଏହି ଲିଙ୍କ୍ https://secr.indianrailways.gov.in/ ଉପରେ କ୍ଲିକ୍ କରି ଏହି ପଦଗୁଡ଼ିକ (Indian Railway Recruitment 2021) ପାଇଁ ଆବେଦନ କରିପାରିବେ । ଆହୁରି ମଧ୍ୟ ଆପଣ ଏହି ଲିଙ୍କ୍ https://secr.indianrailways.gov.in/uploads/files/1611295118372-Sport%20E... ମାଧ୍ୟମରେ ଅଫିସିଆଲ୍ ବିଜ୍ଞପ୍ତିଗୁଡିକ ଦେଖିପାରିବେ ।

୧୦ମ, ୧୨ଶ ଏବଂ ସ୍ନାତକ ପାସ୍ ପାଇଁ ରେଲୱେର ଏହି ବିଭିନ୍ନ ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ଆଜି

ନୂଆଦିଲ୍ଲୀ: Indian Railway Recruitment 2021: ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ (SECR) ସ୍ପୋର୍ଟସ କୋଟା ଅନ୍ତର୍ଗତ ବିଭିନ୍ନ ପଦ (SECR Recruitment 2021) ପାଇଁ ଆବେଦନ କରିବାର ଆଜି ଅର୍ଥାତ ଫେବୃଆରୀ ୨୩ ହେଉଛି ଶେଷ ତାରିଖ । ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏପର୍ଯ୍ୟନ୍ତ ଏହି ପଦବୀ (Indian Railway Recruitment 2021) ପାଇଁ ଆବେଦନ କରିନାହାଁନ୍ତି, ସେମାନେ SECR ର ଫିସିଆଲ୍ ୱେବସାଇଟ୍ secr.indianrailways.gov.in କୁ ଯାଇ ଆବେଦନ କରିପାରିବେ । ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସଂଗଠନର ୨୬ଟି ପଦବୀ ପୂରଣ କରାଯିବ ।

ଅଧିକ ପଢ଼ନ୍ତୁ:-ବାବା ରାମଦେବକୁ ବଡ଼ ଝଟକା ଦେଲା WHO! କହିଲା-ଆମେ ଏପରି କୌଣସି ଔଷଧକୁ...

ପ୍ରାର୍ଥୀମାନେ ଏହି ପଦବୀ ପାଇଁ ୨୩ ଫେବୃଆରୀ,୨୦୨୧ ପର୍ଯ୍ୟନ୍ତ କିମ୍ବା ପୂର୍ବରୁ ଆବେଦନ କରିପାରିବେ । ଏହା ବ୍ୟତୀତ ପ୍ରାର୍ଥୀମାନେ ସିଧା ଏହି ଲିଙ୍କ୍ https://secr.indianrailways.gov.in/ ଉପରେ କ୍ଲିକ୍ କରି ଏହି ପଦଗୁଡ଼ିକ (Indian Railway Recruitment 2021) ପାଇଁ ଆବେଦନ କରିପାରିବେ । ଆହୁରି ମଧ୍ୟ ଆପଣ ଏହି ଲିଙ୍କ୍ https://secr.indianrailways.gov.in/uploads/files/1611295118372-Sport%20E... ମାଧ୍ୟମରେ ଅଫିସିଆଲ୍ ବିଜ୍ଞପ୍ତିଗୁଡିକ ଦେଖିପାରିବେ ।

ଅଧିକ ପଢ଼ନ୍ତୁ:-କୃଷି ଆଇନ ଉପରେ ଭାଷଣ ଦେବା ପରେ କୃଷକ ନେତା କହିଲେ-'ବିଦାୟ! ମୋର ସମୟ ଶେଷ ହେଲା...ଆଉ ଚାଲିଗଲା ଜୀବନ

Indian Railway Recruitment 2021 ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ 

ଆବେଦନ କରିବାର ତାରିଖ: ୨୩ ଜାନୁଆରୀ,୨୦୨୧

ଆବେଦନ ପାଇଁ ଶେଷ ତାରିଖ: ୨୩ ଫେବୃଆରୀ,୨୦୨୧

Indian Railway Recruitment 2021 ପାଇଁ ଯୋଗ୍ୟତା ମାନଦଣ୍ଡ 

ଲେଭଲ ୨ ଓ ୩:: ପ୍ରାର୍ଥୀମାନେ ଅଣ-ବୈଷୟିକ ପଦବୀ ପାଇଁ ଦ୍ୱାଦଶ ଶ୍ରେଣୀ ଏବଂ ବୈଷୟିକ ପଦବୀ ପାଇଁ ITI ସହିତ ଦଶମ ଶ୍ରେଣୀ ପାସ୍ କରିବା ଆବଶ୍ୟକ ।

ଲେଭଲ ୪: କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୌଣସି ବିଷୟରେ ସ୍ନାତକ ହେବା ଆବଶ୍ୟକ ।

ଲେଭଲ ୫:: ଯେକୌଣସି ବିଷୟ ବା କିମ୍ବା ସମକକ୍ଷ ସ୍ନାତକ ହେବା ଆବଶ୍ୟକ ।

Indian Railway Recruitment 2021 ପାଇଁ ଚୟନ ପ୍ରକ୍ରିୟା 

ଖେଳର ପରୀକ୍ଷାର ପ୍ରଦର୍ଶନ ଓ ଡକ୍ୟୁମେଣ୍ଟ ଯାଞ୍ଚ ଦ୍ୱାରା ପ୍ରାପ୍ତ ମୋଟ ମାର୍କ ଆଧାରରେ ପ୍ରାର୍ଥୀ ଚୟନ କରାଯିବ । ମାର୍କର ବଣ୍ଟନ କ୍ରୀଡା ଦକ୍ଷତା, ଶାରୀରିକ ଦକ୍ଷତା ଏବଂ ମାର୍କ ସମୟରେ କୋଚର ଅବଲୋକନ, ମାନଦଣ୍ଡ ଅନୁଯାୟୀ ମାନ୍ୟତା ପ୍ରାପ୍ତ କ୍ରୀଡା ସଫଳତାର ମୂଲ୍ୟାଙ୍କନ ପାଇଁ ୫୦ ଅଙ୍କ ଏବଂ ଶିକ୍ଷାଗତ ଯୋଗ୍ୟତା ପାଇଁ ୧୦ ଅଙ୍କ ରହିବ ।

ଅଧିକ ପଢ଼ନ୍ତୁ:-ଭାଙ୍ଗିଲା କଂଗ୍ରେସ ସରକାର, ସଂଖ୍ୟା ଗରିଷ୍ଠତା ପ୍ରମାଣ କରିପାରିଲେ ନାହିଁ ନାରାୟଣସାମୀ

Indian Railway Recruitment 2021 ପାଇଁ ପରୀକ୍ଷା ଶୁଳ୍କ 

ପ୍ରାର୍ଥୀମାନଙ୍କୁ ଅନ୍ୟ ବର୍ଗ ପାଇଁ ୫୦୦ ଟଙ୍କା ଏବଂ ଏସସି / ଏସଟି ପ୍ରାର୍ଥୀଙ୍କୁ ଆବେଦନ ଫି ଭାବରେ ୨୫୦ ଟଙ୍କା ଦେବାକୁ ପଡିବ ।