ରେଲୱେ ବାତିଲ କଲା ଆହୁରି ଅନେକ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
Advertisement

ରେଲୱେ ବାତିଲ କଲା ଆହୁରି ଅନେକ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଏଠାରେ କହି ରଖୁଛୁ ଯେ, ରେଲୱେ ଆଜି ଅର୍ଥାତ ଫେବୃଆରୀ ୨ରେ ବାତିଲ ହୋଇଥିବା ଟ୍ରେନଗୁଡିକ ବିଷୟରେ ନିଜର ଅଫିସିଆଲ୍ ୱେବସାଇଟରେ ସୂଚନା ଦେଇଛି ।

ରେଲୱେ ବାତିଲ କଲା ଆହୁରି ଅନେକ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ: Indian Railways Train Canceled List: ସାରା ଦେଶରେ ଶୀତ ଲହରୀ (Cold Wave) ଜାରି ରହିଛି । ସେପେଟ ଥଣ୍ଡା ଓ କୁହୁଡ଼ିର ପ୍ରଭାବ ଲଗାତର ଭାରତୀୟ ରେଲୱେ ଉପରେ ପଡ଼ୁଥିବାର ଦେଖିବାକୁ ମିଳୁଛି । କୁହୁଡ଼ି ଯୋଗୁଁ ଭାରତୀୟ ରେଲୱେ (Indian Railways) କୁ ଅନେକ ଟ୍ରେନ ବାତିଲ କରିବାକୁ ପଡ଼ିଛି, ଏପରିକି ଆଜି ମଧ୍ୟ ଅନେକ ରୁଟରେ ଟ୍ରେନ ବାତିଲ କରାଯାଇଛି । ଯେଉଁଥିରେ ଉତ୍ତର ଭାରତରୁ ୟୁପି, ବିହାର, ପଶ୍ଚିମବଙ୍ଗ, ଆସାମ ସମେତ ଟ୍ରେନଗୁଡିକ ସାମିଲ ରହିଛି । ତେଣୁ ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ପ୍ରଥମେ ଆପଣଙ୍କର ଟ୍ରେନ୍ ବାତିଲ ହୋଇଛି କି ନାହିଁ ତାହା ଜାଣି ନିଅନ୍ତୁ ।

ଏହି ୱେବ୍ ସାଇଟରେ ମିଳିବ ସୂଚନା

ଏଠାରେ କହି ରଖୁଛୁ ଯେ, ରେଲୱେ ଆଜି ଅର୍ଥାତ ଫେବୃଆରୀ ୨ରେ ବାତିଲ ହୋଇଥିବା ଟ୍ରେନଗୁଡିକ ବିଷୟରେ ନିଜର ଅଫିସିଆଲ୍ ୱେବସାଇଟରେ ସୂଚନା ଦେଇଛି । ଯଦି ଆପଣ ମଧ୍ୟ ଏହି ତାଲିକା ଦେଖିବାକୁ ଚାହାଁନ୍ତି, ତେବେ ଆପଣ ୱେବସାଇଟ୍ https://enquiry.indianrail.gov.in/mntes କିମ୍ବା NTES ଆପ୍ ସାହାଯ୍ୟ ନେଇପାରିବେ, ଯେଉଁଠାରେ ଆପଣ ଟ୍ରେନ୍ ନମ୍ବର ପ୍ରବେଶ କରି ଟ୍ରେନ୍ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ । ଏହା ବ୍ୟତୀତ, ଆପଣ ଏଠାରେ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ବାତିଲ ହୋଇଥିବା ଟ୍ରେନର ତାଲିକା ମଧ୍ୟ ଦେଖିପାରିବେ ।

ଏହା ବି ପଢ଼ନ୍ତୁ:-ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଷ୍ଟାର୍ ପ୍ରଚାରକଙ୍କ ତାଲିକା ଜାରି କଲା କଂଗ୍ରେସ, ଦେଖନ୍ତୁ କେଉଁମାନଙ୍କୁ ମିଳିଛି ସ୍ଥାନ

ଏହା ବି ପଢ଼ନ୍ତୁ:-ଭାରତର ଏହି ୯ ଘାତକ କମାଣ୍ଡୋ ଫୋର୍ସର ନାଁ ଶୁଣିବା ମାତ୍ରେ ଭୟରେ ଥରି ଉଠିଥାଆନ୍ତି ଶତ୍ରୁ, ଜାଣନ୍ତୁ ଏମାନଙ୍କ ବିଷୟରେ ସବୁକିଛି

ଏହା ବି ପଢ଼ନ୍ତୁ:-ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଲା ଏହି ୱେବ୍ ସିରିଜ, ପାରା ବଢ଼ାଉଛି 'କବିତା ଭାବି'ଙ୍କ ଏହି ହଟ୍ ଅନ୍ଦାଜ୍

ଏହା ବି ପଢ଼ନ୍ତୁ:-ଆପଣଙ୍କ କଳ୍ପନାଠାରୁ ଅଧିକ ବୋଲ୍ଡ ଏହି ୱେବ୍ ସିରିଜର 'ଲଳିତା ଭାଭି', ଫଟୋ ଦେଖି ଉଡ଼ିଯିବ ଆପଣଙ୍କ ହୋଶ୍!

 

ଏହିପରି ଦେଖନ୍ତୁ ଆପଣଙ୍କର ଟ୍ରେନ୍ ସ୍ଥିତି

ଭାରତୀୟ ରେଳବାଇ ଦ୍ୱାରା ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ, ଆପଣଙ୍କୁ ପ୍ରଥମେ enquiry.indianrail.gov.in/mntes/ କୁ ଯିବାକୁ ପଡିବ । ତା’ପରେ ସେଠାରେ ଆପଣ ସ୍କ୍ରିନର ଡାହାଣ ପାର୍ଶ୍ୱରେ ଥିବା ଉପର ପ୍ୟାନେଲରେ  Exceptional Trains ଲେଖା ଦେଖିବେ, ଏଥିରେ କ୍ଲିକ୍ କରନ୍ତୁ । ଆପଣ ଏହା ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କୁ ଅନେକ ବିକଳ୍ପ ଦେଖିବାକୁ ମିଳିବ, ସେଥିମଧ୍ୟରୁ ଗୋଟିଏ ବାତିଲ ହୋଇଥିବା ଟ୍ରେନ୍ ପାଇଁ ହେବ । ଯଦି ଆପଣ ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ ଚାହାଁନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ । ଏହା ପରେ ବାତିଲ, ପୁନଃନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା ଆପଣଙ୍କ ପରଦାରେ ଦେଖାଯିବ, ଯାହା ଦ୍ୱାରା ଆପଣ ଆପଣଙ୍କର ଆବଶ୍ୟକତା ଅନୁଯାୟୀ ସୂଚନା ପାଇପାରିବେ ।