ଯଦି ଆପଣ ଟ୍ରେନରେ ଯାତ୍ରା କରିବା ସମୟରେ କରିବେ ଏହି ଭୁଲ ତ ଆପଣଙ୍କୁ ୩ ବର୍ଷ ଯାଏ ହେବ ଜେଲ, ରେଲୱେ ଦେଲା ଚେତାବନୀ
Advertisement

ଯଦି ଆପଣ ଟ୍ରେନରେ ଯାତ୍ରା କରିବା ସମୟରେ କରିବେ ଏହି ଭୁଲ ତ ଆପଣଙ୍କୁ ୩ ବର୍ଷ ଯାଏ ହେବ ଜେଲ, ରେଲୱେ ଦେଲା ଚେତାବନୀ

ରେଳବାଇ ଟ୍ୱିଟ୍ କରି କହିଛି ଯେ, ଟ୍ରେନରେ ଯାତ୍ରା ସମୟରେ ଯାତ୍ରୀମାନେ ଜ୍ୱଳନଶୀଳ ସାମଗ୍ରୀ (Indian Railways Ban Flammable Goods) କୁ ନେଇ ଯାତ୍ରା ନ କରନ୍ତୁ କିମ୍ବା କାହାକୁ ନେବାକୁ ଦିଅନ୍ତୁ ନାହିଁ, ଏହା ଏକ ଦଣ୍ଡନୀୟ ଅପରାଧ ।

ଯଦି ଆପଣ ଟ୍ରେନରେ ଯାତ୍ରା କରିବା ସମୟରେ କରିବେ ଏହି ଭୁଲ ତ ଆପଣଙ୍କୁ ୩ ବର୍ଷ ଯାଏ ହେବ ଜେଲ, ରେଲୱେ ଦେଲା ଚେତାବନୀ

ନୂଆଦିଲ୍ଲୀ: ଆଜିକାଲି ଟ୍ରେନ (Train) ରେ ନିଆଁ ଲାଗିବା ଘଟଣା ଅନେକ ଥର ଦେଖିବାକୁ ମିଳିଛି । ନିକଟରେ ନୂଆଦିଲ୍ଲୀ-ଦେହରାଡୁନ ଶତାବ୍ଦୀ ଏକ୍ସପ୍ରେସ (Delhi-Dehradun Shatabdi Express) ର ଏକ କୋଚରେ ନିଆଁ ଲାଗିଯାଇଥିଲା । ଏଥିସହ ଗାଜିଆବାଦ ଷ୍ଟେସନ (Ghaziabad Station)  ରେ ମଧ୍ୟ ନିଆଁ ଲାଗିବାର ଅନେକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ଯାତ୍ରୀଙ୍କ ପାଇଁ ଏକ ଆଧିକାରୀକ ବିଜ୍ଞପ୍ତି (Official Notification) ଜାରି କରିଛି ।

ଅଧିକ ପଢ଼ନ୍ତୁ:-ଏପ୍ରିଲ ୧ରୁ ବଦଳିଯିବ ଆପଣଙ୍କ ଜୀବନ ସହିତ ଜଡିତ ୭ ନିୟମ, ଆପଣ ପ୍ରସ୍ତୁତ ତ?

ରେଲୱେ ଟ୍ୱିଟ୍ କରି ଏହା କହିଛନ୍ତି

ରେଳବାଇ ଟ୍ୱିଟ୍ କରି କହିଛି ଯେ, ଟ୍ରେନରେ ଯାତ୍ରା ସମୟରେ ଯାତ୍ରୀମାନେ ଜ୍ୱଳନଶୀଳ ସାମଗ୍ରୀ (Indian Railways Ban Flammable Goods) କୁ ନେଇ ଯାତ୍ରା ନ କରନ୍ତୁ କିମ୍ବା କାହାକୁ ନେବାକୁ ଦିଅନ୍ତୁ ନାହିଁ, ଏହା ଏକ ଦଣ୍ଡନୀୟ ଅପରାଧ । ଯଦି ଏହା କରାଯାଏ, ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଜେଲ ମଧ୍ୟ ହୋଇପାରେ । ପଶ୍ଚିମ କେନ୍ଦ୍ରୀୟ ରେଳ (West Central Railway) ଅନୁଯାୟୀ, ଟ୍ରେନରେ ନିଆଁ ବ୍ୟାପିବା କିମ୍ବା ଜ୍ୱଳନ୍ତ ସାମଗ୍ରୀ ନେବା ପାଇଁ ରେଳ ଅଧିନିୟମ, ୧୯୮୯ର ଧାରା ୧୬୪ ଅନୁଯାୟୀ ଦଣ୍ଡନୀୟ ଅଟେ, ଯେଉଁଥିପାଇଁ ଧରାପଡିଥିବା ବ୍ୟକ୍ତିଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ କିମ୍ବା ଜୋରିମାନା ବା ଉଭୟ ଦଣ୍ଡ ମିଳିପାରେ ।

ଅଧିକ ପଢ଼ନ୍ତୁ:-ସାବଧାନ! ପୁଣି ଦ୍ରୁତ ଗତିରେ ବଢ଼ୁଛି କୋରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା

ଏହି ଜିନିଷଗୁଡିକ ଉପରେ ଲଗାଯାଇଛି ପ୍ରତିବନ୍ଧକ 

ଭାରତୀୟ ରେଳବାଇ (Indian Railways) ର ଟ୍ୱିଟ୍ ଅନୁଯାୟୀ, ଟ୍ରେନ ଡୋବାରେ କିରୋସିନି, ଶୁଖିଲା ଘାସ, ଷ୍ଟୋଭ, ପେଟ୍ରୋଲ, ଗ୍ୟାସ୍ ସିଲିଣ୍ଡର, ମାଚିସ୍, ବାଣ କିମ୍ବା ନିଆଁ ପ୍ରସାର କରୁଥିବା ଅନ୍ୟ ଜ୍ୱଳନ୍ତ ଜିନିଷ ସହିତ ଯାତ୍ରା ନକରିବାର କଡା ଚେତାବନୀ ଦିଆଯାଇଛି । ଆପଣଙ୍କୁ କହି ରଖୁଛୁ ଯେ, ଯାତ୍ରୀଙ୍କ ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ରେଳବାଇ ଏହି ନିୟମ ପ୍ରସ୍ତୁତ କରିଛି । ଯାହା ଦ୍ୱାରା ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ନିରାପଦରେ ଯାତ୍ରା କରିପାରିବେ ।

ଅଧିକ ପଢ଼ନ୍ତୁ:-କୋରୋନା ଯୋଗୁଁ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଲା ଏହି ସବୁ ରାଜ୍ୟ

ରେଳ ପରିସରରେ ଧୂମପାନ କରିବା ଏକ ଅପରାଧ

କେବଳ ଏତିକି ନୁହେଁ, ଯଦି ନିଆଁର ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ରେଳବାଇ ଦ୍ୱାରା ପ୍ରସ୍ତୁତ ଯୋଜନା ଅନ୍ତର୍ଗତ ଜଣେ ବ୍ୟକ୍ତି ଟ୍ରେନରେ ଧୂମପାନ କରୁଥିବା ଅବସ୍ଥାରେ ଧରାପଡେ, ତେବେ ତାଙ୍କୁ ମଧ୍ୟ ଜେଲ ଯିବାକୁ ପଡିପାରେ । ଏହା ବ୍ୟତୀତ ଜରିମାନା ମଧ୍ୟ ଦେବାକୁ ପଡିପାରେ । ରେଳ ପରିସରରେ ସିଗାରେଟ୍ / ବିଡି ଧୂମପାନ କରିବା ମଧ୍ୟ ଏକ ଦଣ୍ଡନୀୟ ଅପରାଧ । ଯଦି ଏପରି କରାଯାଏ, ଯାତ୍ରୀମାନଙ୍କ ଉପରେ ୨୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲଗାଯାଇପାରେ ।