)
ନୂଆଦିଲ୍ଲୀ: ଆସନ୍ତା ଜୁନ ମାସ ୩୦ ତାରିଖ ପର୍ଯ୍ୟନ୍ତ ରେଳ ବିଭାଗ ବୁକ ହୋଇଥିବା ସମସ୍ତ ଟିକଟକୁ ବାତିଲ କରିଛି । ସମସ୍ତ ବାତିଲ ହୋଇଥିବା ଟିକଟର ରାଶିକୁ ମଧ୍ୟ ଫେରସ୍ତ କରିବା ପ୍ରକ୍ରିୟାକୁ ମଧ୍ୟ ଆରମ୍ଭ କରାଯ଼ାଇଥିବା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କିନ୍ତୁ ଶ୍ରମିକ ଟ୍ରେନ ଓ ସ୍ପେଶାଲ ଟ୍ରେନ ଗୁଡ଼ିକ ପୂର୍ବପରି ଚଳାଚଳ କରିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ପୂର୍ବରୁ ରେଳ ବିଭାଗ ୧୭ ମଇ ପର୍ଯ୍ୟନ୍ତ ରେଳ ବିଭାଗ ବାତିଲ କରିଥିଲା । ତେବେ ବର୍ତ୍ତମାନ ସ୍ଥିତିରେ ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଟିକେଟ ବାତିଲ କରିବାକୁ ରେଳବିଭାଗ ସୂଚନା ଦେଇଛି ।
ସେପଟେ ଏହି ଟିକଟ ବାତିଲ କରିବା ଓ ଅର୍ଥରାଶିକୁ ଫେରସ୍ତ କରିବା ପାଇଁ ରେଳ ମନ୍ତ୍ରଣାଳୟ ଏକ ଗାଉଡ଼ଲାଇନ ଜାରି କରିଛି । ୨୧ ମାର୍ଚ୍ଚ ପରେ ବୁକ ହୋଇଥିବା ସମସ୍ତ ଟିକଟକୁ ରେଳବାଇ ବାତିଲ କରିଦେଇଥିବା ଜଣାପଡ଼ିଛି ।
ଏଠାରେ କହି ରଖୁଛୁ ଯେ, ଦେଶରେ କୋରୋନାର ସ୍ଥିତିକୁ ଦେଖି ରେଳବାଇ ଏହି ନିଷ୍ପତ୍ତି ନେଇଛି । ମାର୍ଚ୍ଚ ୨୪ ତାରିଖ ପରଠାରୁ ଦେଶରେ ରେଳ ଚଳାଚଳ ବନ୍ଦ ରହିଛି । ତେବେ ପ୍ରବାସୀ ଶ୍ରମିକଙ୍କୁ ଘରକୁ ନେବା କିଛି ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏପରିକି ଯାତ୍ରୀ ପରିବହନ ପାଇଁ ୧୫ ଯୋଡ଼ା ସ୍ୱତନ୍ତ୍ର ରେଳ ମଧ୍ୟ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ୧୫ଟି ରୁଟ ମଧ୍ୟରେ ଏହି ଟ୍ରେନ ଗୁଡ଼ିକ ଚଳାଚଳ କରୁଥିବା ସୂଚନା ରହିଛି ।