ପୁଣି ଗୁଡ୍ ନ୍ୟୁଜ୍ ଦେଲା ରେଲୱେ!
Advertisement

ପୁଣି ଗୁଡ୍ ନ୍ୟୁଜ୍ ଦେଲା ରେଲୱେ!

ବର୍ତ୍ତମାନ ପଶ୍ଚିମ ରେଳ (Western Railway) ନୂତନ ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା କରିଛି । ଏହି ସମସ୍ତ ଟ୍ରେନ୍ ସଂପୂର୍ଣ୍ଣ ସଂରକ୍ଷିତ ରହିଛି । 

ପୁଣି ଗୁଡ୍ ନ୍ୟୁଜ୍ ଦେଲା ରେଲୱେ!

ନୂଆଦିଲ୍ଲୀ: ଗତ ବର୍ଷ କୋରୋନା ସଂକ୍ରମଣ ହେତୁ ଭାରତୀୟ ରେଳବାଇ (Indian Railways) ଏହାର କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲା । ସରକାରଙ୍କ ଅନୁମୋଦନ ପାଇବା ପରେ ଭାରତୀୟ ରେଲୱେ ଧୀରେ ଧୀରେ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି । ସ୍ଥିତିକୁ ଦେଖି ବର୍ତ୍ତମାନ ଭାରତୀୟ ରେଳବାଇ କ୍ରମାଗତ ଭାବରେ ନୂତନ ଟ୍ରେନ୍ ଘୋଷଣା କରୁଛି । ବର୍ତ୍ତମାନ ପଶ୍ଚିମ ରେଳ (Western Railway) ନୂତନ ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା କରିଛି । ଏହି ସମସ୍ତ ଟ୍ରେନ୍ ସଂପୂର୍ଣ୍ଣ ସଂରକ୍ଷିତ ରହିଛି । ଏଗୁଡିକରେ ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ ଆଗରୁ ସଂରକ୍ଷଣ କରିବା ଆବଶ୍ୟକ । ଏବଂ କୋଭିଡ -19 ପ୍ରୋଟୋକଲ ଅନୁସରଣ କରିବା ଜରୁରୀ ।

ଅଧିକ ପଢ଼ନ୍ତୁ:-'ନିର୍ବାଚନ ଜିତିବା ପାଇଁ ପୁଲୱାମାରେ ୪୦ ଯବାନଙ୍କ ରକ୍ତ ଝରାଇଛି ବିଜେପି, ଚାଟରୁ ଖୁଲାସା'

ଏହି ଟ୍ରେନ୍ ଗୁଡିକ ଆରମ୍ଭ ହୋଇଛି

୧. 01138 ଅହମ୍ମଦାବାଦ-ନାଗପୁର ସ୍ୱତନ୍ତ୍ର ଟ୍ରେନ୍- ଏହି ଟ୍ରେନ୍ ଜାନୁଆରୀ ୨୧ରୁ ପ୍ରତି ସପ୍ତାହ ଗୁରୁବାର ସନ୍ଧ୍ୟା ୬.୩୦ ମିନିଟରେ ଅହମ୍ମଦାବାଦ ରେଳ ଷ୍ଟେସନରୁ ଚାଲିବ ଏବଂ ପରଦିନ ସକାଳ ୧୦.୨୫ ମିନିଟରେ ନାଗପୁରରେ ପହଞ୍ଚିବ । ଏହାର ମାର୍ଗରେ ଏହି ଟ୍ରେନ୍ ନାଡିଆଡ, ଆନନ୍ଦ, ବଡୋଡରା, ଭରୁଚ, ସୁରଟ, ନନ୍ଦୁରବର, ଜଲଗାଓଁ, ଭୁନସାଭାଲ, ମାଲକପୁର, ସେଗାଓଁ, ଆଙ୍କୋଲା, ବାଦନେରା, ୱାର୍ଡା ଷ୍ଟେସନରେ ଅଟକିବ । ଏହି ଟ୍ରେନରେ ଦ୍ୱିତୀୟ ଶ୍ରେଣୀ, ସ୍ଲିପର କ୍ଲାସ୍, ଏସି- 3rd ଟାୟାର୍, ଏସି-2nd ଟାୟାରର କୋଚ୍ ରହିବେ ।

୨. 01137 ନାଗପୁର-ଅହମ୍ମଦାବାଦ ସ୍ୱତନ୍ତ୍ର ଟ୍ରେନ୍ ଜାନୁଆରୀ ୨୦ରୁ ଆରମ୍ଭ ହୋଇସାରିଛି । ଏହି ଟ୍ରେନ୍ ନାଗପୁର ରେଳ ଷ୍ଟେସନରୁ ପ୍ରତି ବୁଧବାର ସକାଳ ୮.୧୫ ମିନିଟରେ ଚାଲିବାର କାର୍ଯ୍ୟକ୍ରମ ରହିଛି । ପରଦିନ ଏହି ସ୍ୱତନ୍ତ୍ର ଟ୍ରେନ୍ ରାତି ୦୦.୩୫ ମିନିଟରେ ଅହମ୍ମଦାବାଦରେ ପହଞ୍ଚିବ । ଏହି ଟ୍ରେନରେ ଦ୍ୱିତୀୟ ଶ୍ରେଣୀ, ସ୍ଲିପର କ୍ଲାସ୍, ଏସି- 3rd ଟାୟାର୍, ଏସି-2nd ଟାୟାରର କୋଚ୍ ରହିବେ । ଏହାର ମାର୍ଗରେ ଏହି ଟ୍ରେନ୍ ନାଡିଆଡ, ଆନନ୍ଦ, ବଡୋଡରା, ଭରୁଚ, ସୁରଟ, ନନ୍ଦୁରବର, ଜଲଗାଓଁ, ଭୁନସାଭାଲ, ମାଲକପୁର, ସେଗାଓଁ, ଆଙ୍କୋଲା, ବାଦନେରା, ୱାର୍ଡା ଷ୍ଟେସନରେ ଅଟକିବ ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କୁ ନେଇ ଖୁବ୍ ଶୀଘ୍ର ଏହି ବଡ ଘୋଷଣା କରିପାରନ୍ତି ମୋଦି ସରକାର

୩. 01087 ବେରାବଲ୍-ପୁଣେ ସ୍ୱତନ୍ତ୍ର ଟ୍ରେନ୍- ଏହି ଟ୍ରେନ୍ ବେରାବଲ ଷ୍ଟେସନରୁ ଜାନୁଆରୀ ୨୩ର ପ୍ରତ୍ୟେକ ସପ୍ତାହ ଶନିବାର ସକାଳ ୧୦.୪୫ ମିନିଟରେ ଚାଲିବ ଏବଂ ପରଦିନ ସକାଳ ୭.୩୫ ମିନିଟରେ ପୁଣେ ଷ୍ଟେସନରେ ପହଞ୍ଚିବ । ଏହି ଟ୍ରେନରେ ଦ୍ୱିତୀୟ ଶ୍ରେଣୀ, ସ୍ଲିପର କ୍ଲାସ୍, ଏସି- 3rd ଟାୟାର୍, ଏସି-2nd ଟାୟାରର କୋଚ୍ ରହିବେ ।

୪. 01088 ପୁଣେ-ବେରାବଲ୍ ସ୍ୱତନ୍ତ୍ର ଟ୍ରେନ୍- ଏହି ଟ୍ରେନ୍ ଜାନୁୟାରୀ ୨୧ରୁ ପ୍ରତିଦିନ ଗୁରୁବାର ପୁଣେ ରେଳ ଷ୍ଟେସନରୁ ୨୦.୧୦ ମିନିଟରେ ଚାଲିବ ଏବଂ ପରଦିନ ୧୬.୨୫ ମିନିଟରେ ବେରାବଲରେ ପହଞ୍ଚିବ ।  ଏହି ଟ୍ରେନରେ ଦ୍ୱିତୀୟ ଶ୍ରେଣୀ, ସ୍ଲିପର କ୍ଲାସ୍, ଏସି- 3rd ଟାୟାର୍, ଏସି-2nd ଟାୟାରର କୋଚ୍ ରହିବେ ।