ନୂଆଦିଲ୍ଲୀ: Indian Railways: ଏପ୍ରିଲ ୫ରୁ ୭୧ଟି ଅଣ ସଂରକ୍ଷିତ ଟ୍ରେନ୍ ସେବା (unreserved train Service) ଆରମ୍ଭ କରିବା ପରେ ରେଳବାଇ (Indian railways) ଆହୁରି ଅନେକ ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ କରିବାକୁ ଯାଉଛି । ରେଳମନ୍ତ୍ରୀ ପୀୟୁଷ ଗୋୟଲ (Railway Minister Piyush Goyal) ସୂଚନା ଦେଇଛନ୍ତି ଯେ, ଭାରତୀୟ ରେଳବାଇ ଦ୍ୱାରା ୪ଟି ଶତାବ୍ଦୀ ସ୍ପେଶାଲ ଓ ଏକ ଦୁରନ୍ତୋ ସ୍ପେଶାଲ ଟ୍ରେନ୍ ଆରମ୍ଭ କରିବାକୁ ଯାଉଛି । ଏହି ଟ୍ରେନ୍ ଗୁଡିକ ଏପ୍ରିଲ ୧୦ରୁ ଏପ୍ରିଲ ୧୫ରୁ ଆରମ୍ଭ ହେବ, ଯେଉଁଥରେ ସୁବିଧାଜନକ ଓ ନିରାପଦ ଯାତ୍ରା ସୁନିଶ୍ଚିତ ହେବ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ନାଇଟ୍ ଡ୍ୟୁଟି କରୁଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର, ଭତ୍ତା ନିୟମରେ ହେଲା ବଡ଼ ପରିବର୍ତ୍ତନ!



ଏହି ୪ଟି ଶତାବ୍ଦୀ ଟ୍ରେନରେ ନୂଆଦିଲ୍ଲୀ-ଅମୃତସର (ଦୈନିକ), ନୂଆଦିଲ୍ଲୀ-ଅମୃତସର (ସାପ୍ତାହିକ), ଚଣ୍ଡିଗଡ଼-ଦିଲ୍ଲୀ (ସପ୍ତାହରେ ୬ ଦିନ), ନୂଆଦିଲ୍ଲୀ-ଦୌରାଇ (ଦୈନିକ) ସାମିଲ ରହିଛି । ଏହା ବ୍ୟତୀତ ଦୁରନ୍ତୋ ସ୍ପେଶାଲରେ ସରାଇ ରୋହିଲ୍ଲା-ଦିଲ୍ଲୀ-ଜାମ୍ମୁ ତୱି (ସପ୍ତାହରେ ତିନି ଦିନ) ସାମିଲ ରହିବେ ।


ଏହା ବ୍ୟତୀତ ମୁମ୍ବାଇ ଓ ଫୈଜାବାଦ ମଧ୍ୟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଯେଉଁଥି ପାଇଁ ଟ୍ରେନ ନମ୍ୱର 01067 ଓ 01017  ଚଳିତ ବର୍ଷ ଏପ୍ରିଲ ୭ରୁ ରେଳ ଟିକେଟରେ ବୁକିଂ ଆରମ୍ଭ ହେବ । ଏହି କ୍ରମରେ କେନ୍ଦ୍ର ରେଳବାଇ (Central Railway) ବର୍ତ୍ତମାନ ମୁମ୍ବାଇରୁ ଗୋରଖପୁର, ପାଟନା-ଦରଭଙ୍ଗା ଏବଂ ପୁଣେରୁ ଦାନାପୁର ପର୍ଯ୍ୟନ୍ତ ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଘୋଷଣା କରିଛି ।


ଅଧିକ ପଢ଼ନ୍ତୁ:-ଦିଲ୍ଲୀ-ମହାରାଷ୍ଟ୍ରରେ ଥମୁନି କୋରୋନାର ପ୍ରକୋପ, ଏହି ୧୧ଟି ରାଜ୍ୟର ସ୍ଥିତି ଚିନ୍ତାଜନକ


ସେପଟେ ଦେଶରେ ପୁଣି ଥରେ କୋରୋନା ମାମଲା ବଢିବାରେ ଲାଗିଛି, ଲୋକମାନେ ନିଜ ଘରକୁ ଫେରି ଆସୁଛନ୍ତି । କୋରୋନାର ବଢୁଥିବା ମାମଲା ମଧ୍ୟରେ ଶ୍ରମିକମାନେ ପୁଣି ଥରେ ନିଜ ଘରକୁ ଫେରିବା ଆରମ୍ଭ କରିଛନ୍ତି ।