ରେଲୱେ ଦେଲା ଗୁଡ୍ ନ୍ୟୁଜ୍!
Advertisement

ରେଲୱେ ଦେଲା ଗୁଡ୍ ନ୍ୟୁଜ୍!

କୁହୁଡ଼ି ହେତୁ ଉତ୍ତର ରେଳବାଇ ଏହି ଚାରିଟି ଟ୍ରେନକୁ ଡିସେମ୍ବର ୧୬, ୨୦୨୦ରୁ ଡିସେମ୍ବର ୩୧,୨୦୨୦ ପର୍ଯ୍ୟନ୍ତ ବାତିଲ କରିବାକୁ ଘୋଷଣା କରିଥିଲା । ​​କିନ୍ତୁ ବର୍ତ୍ତମାନ କିଛି ଦିନ ମଧ୍ୟରେ ଏହି ଟ୍ରେନଗୁଡିକ ଯାତ୍ରୀଙ୍କୁ ସେବା ଯୋଗାଇବା ଆରମ୍ଭ କରିବ ।

ରେଲୱେ ଦେଲା ଗୁଡ୍ ନ୍ୟୁଜ୍!

ନୂଆଦିଲ୍ଲୀ: କୋରୋନା କାଳରେ ଭାରତୀୟ ରେଳବାଇ (Indian Railways) ଲଗାତର ଯାତ୍ରୀଙ୍କ ସୁବିଧା ଓ ପରସ୍ଥିତିକୁ ଦେଖି ନା କେବଳ ନୂତନ ସ୍ୱତନ୍ତ୍ର ଟ୍ରେନ୍ ସଂଖ୍ୟା ବୃଦ୍ଧି କରୁଛି, ବରଂ କୁହୁଡ଼ି ହେତୁ ବାତିଲ ହୋଇଥିବା ଅନେକ ଟ୍ରେନ୍ ମଧ୍ୟ ଧୀରେ ଧୀରେ ପୁନଃ ଆରମ୍ଭ କରୁଛି । ବର୍ତ୍ତମାନ ଭାରତୀୟ ରେଳ ଚାରିଟି ପ୍ରମୁଖ ଟ୍ରେନ ପୁଣି ଆରମ୍ଭ କରିବାକୁ ଘୋଷଣା କରିଛି । ଏହି ଟ୍ରେନଗୁଡିକ ମକର ସକ୍ରାନ୍ତି ପରେ ଟ୍ରାକରେ ଦୌଡ଼ୁ ଥିବାର ଦେଖାଯିବ । କୁହୁଡ଼ି ହେତୁ ଉତ୍ତର ରେଳବାଇ ଏହି ଚାରିଟି ଟ୍ରେନକୁ ଡିସେମ୍ବର ୧୬, ୨୦୨୦ରୁ ଡିସେମ୍ବର ୩୧,୨୦୨୦ ପର୍ଯ୍ୟନ୍ତ ବାତିଲ କରିବାକୁ ଘୋଷଣା କରିଥିଲା । ​​କିନ୍ତୁ ବର୍ତ୍ତମାନ କିଛି ଦିନ ମଧ୍ୟରେ ଏହି ଟ୍ରେନଗୁଡିକ ଯାତ୍ରୀଙ୍କୁ ସେବା ଯୋଗାଇବା ଆରମ୍ଭ କରିବ ।

ଅଧିକ ପଢ଼ନ୍ତୁ:-'ଛଅ ମାସ ମଧ୍ୟରେ ବିହାରରେ ଭାଙ୍ଗିଯିବ ଏନଡିଏ ସରକାର, ତେଜସ୍ୱୀ ହେବେ ମୁଖ୍ୟମନ୍ତ୍ରୀ'

କେଉଁ ଟ୍ରେନ୍ ପୁନଃ ସେବା ଆରମ୍ଭ କରିବାକୁ ଯାଉଛି...

୧. 04674 ଅମୃତସର-ଜୟନଗର ସହିଦ ଏକ୍ସପ୍ରେସ ସ୍ପେଶାଲ- ଏହି ଟ୍ରେନ ସପ୍ତାହରେ ଚାରି ଦିନ ଚାଲିବ । ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଏବଂ ରବିବାର । ଜାନୁଆରୀ ୧୫ରୁ ଏହି ଟ୍ରେନ୍ ପୁଣି ସେବା ଆରମ୍ଭ କରିବ ।

୨. 04673 ଜୟନଗର-ଅମୃତସର ସହିଦ ଏକ୍ସପ୍ରେସ ସ୍ପେଶାଲ- ଏହି ଟ୍ରେନ ସପ୍ତାହରେ ଚାରି ଦିନ ଚାଲିବ । ସୋମବାର, ବୁଧବାର, ଗୁରୁବାର ଏବଂ ଶନିବାର । ଜାନୁଆରୀ ୧୬ରୁ ଏହି ଟ୍ରେନ୍ ପୁଣି ଆରମ୍ଭ ହେବ ।

୩. 04006 ଆନନ୍ଦ ବିହାର ଟର୍ମିନାଲ୍- ସୀତାମଢ଼ୀ ସ୍ପେଶାଲ୍- ଦୈନିକ ଚାଲୁଥିବା ଏହି ଟ୍ରେନ୍ ଜାନୁଆରୀ ୧୫ରୁ ଯାତ୍ରୀମାନଙ୍କୁ ସେବା ଯୋଗାଇବ ।

୪. 04005 ସୀତାମଢ଼ୀ-ଆନନ୍ଦ ବିହାର ଟର୍ମିନାଲ୍ ସ୍ପେଶାଲ୍ - ଦୈନିକ ଚାଲୁଥିବା ଏହି ଟ୍ରେନ୍ ଜାନୁଆରୀ ୧୭ରୁ ପୁନ ଆରମ୍ଭ ହେବ ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ଜାନୁଆରୀରେ ହିଁ ମିଳିବ ଦରମା ବୃଦ୍ଧି ଓ ଅରିୟର୍ସର ଲାଭ

CST-ନିଜାମୁଦ୍ଦିନ ରାଜଧାନୀକୁ ଦିଆଯାଇଛି ଆଉ ଏକ ଷ୍ଟୋପେଜ

01221/01222 ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲରୁ ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନ ମଧ୍ୟରେ ଚାଲୁଥିବା ଏହି ଦୁଇଟି ଟ୍ରେନ ମଧ୍ୟ  ଜାନୁଆରୀ ୯ରୁ ଗ୍ୱାଲିଅର ରେଳ ଷ୍ଟେସନରେ ଅଟକିବ । 01221 CST ରୁ ନିଜାମୁଦ୍ଦିନ ପର୍ଯ୍ୟନ୍ତ ଯାଉଥିବା ରାଜଧାନୀ ସକାଳ ୬.୦୯ରେ ଗ୍ୱାଲିଅରରେ ପହଞ୍ଚିବ ଏବଂ 01222 ନିଜାମୁଦ୍ଦିନରୁ CST ପର୍ଯ୍ୟନ୍ତ ରାଜଧାନୀ ଏକ୍ସପ୍ରେସ ରାତି ୨୦.୧୩ରେ ଗ୍ୱାଲିଅର ଷ୍ଟେସନରେ ପହଞ୍ଚିବ । ଏହି ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସକୁ ଦୁଇ ମିନିଟର ଷ୍ଟୋପେଜ ଦିଆଯାଇଛି ।