ରେଲୱେ ପୁଣି ଦେଲା ଗୁଡ୍ ନ୍ୟୁଜ୍!
Advertisement

ରେଲୱେ ପୁଣି ଦେଲା ଗୁଡ୍ ନ୍ୟୁଜ୍!

ଏହି ସମସ୍ତ ଟ୍ରେନରେ ଯାତ୍ରା କରିବା ପୂର୍ବରୁ ଯାତ୍ରୀମାନଙ୍କୁ ରିଜର୍ଭେଶନ ବା ସଂରକ୍ଷଣ କରିବାକୁ ପଡିବ । ଯାତ୍ରା ସମୟରେ କୋଭିଡ-19 ଅନ୍ତର୍ଗତ ପ୍ରସ୍ତୁତ ପ୍ରୋଟୋକଲକୁ ଅନୁସରଣ କରିବାକୁ ପଡିବ । 

ରେଲୱେ ପୁଣି ଦେଲା ଗୁଡ୍ ନ୍ୟୁଜ୍!

ନୂଆଦିଲ୍ଲୀ: ଯାତ୍ରୀମାନଙ୍କ ସୁବିଧା ପାଇଁ ଲଗାତର ଭାରତୀୟ ରେଳବାଇ (Indian Railways) କୋରୋନ କାଳରେ ନୂତନ ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା କରୁଛି । ବର୍ତ୍ତମାନ ଉତ୍ତର ରେଲୱେ ଆହୁରି ଅନେକ ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା କରିଛି । ଏହି ସମସ୍ତ ଟ୍ରେନରେ ଯାତ୍ରା କରିବା ପୂର୍ବରୁ ଯାତ୍ରୀମାନଙ୍କୁ ରିଜର୍ଭେଶନ ବା ସଂରକ୍ଷଣ କରିବାକୁ ପଡିବ । ଯାତ୍ରା ସମୟରେ କୋଭିଡ-19 ଅନ୍ତର୍ଗତ ପ୍ରସ୍ତୁତ ପ୍ରୋଟୋକଲକୁ ଅନୁସରଣ କରିବାକୁ ପଡିବ । ଆସନ୍ତୁ ଜାଣିବା ରେଳବାଇ ଦ୍ୱାରା କେଉଁ ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା କରାଯାଇଛି ।

ଅଧିକ ପଢ଼ନ୍ତୁ:-ମଧ୍ୟ ପ୍ରଦେଶ ବିଜେପିରେ ବିଦ୍ରୋହ! 'କଂଗ୍ରେସ ସହ ସମ୍ପର୍କରେ ଅଛନ୍ତି ୩୫ ଜଣ ବିଧାୟକ'

୧. 09565/09666-ଓଖା-ଦେହରାଡୁନ୍-ଅଖା ଉତ୍ତାଞ୍ଚଳ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ (ସପ୍ତାହରେ ଗୋଟିଏ ଦିନ)- 09565 ଓଖାରୁ ଦେହରାଡୁନକୁ ଯାଉଥିବା ଉତ୍ତରାଞ୍ଚଳ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ୍ ଜାନୁୟାରୀ ୧୫ରୁ ପ୍ରତ୍ୟେକ ଶୁକ୍ରବାର ଓଖା ରେଲୱେ ଷ୍ଟେସନରୁ ସକାଳ ୧୦.୦୦ଟାରେ ଚାଲିବ । ଏବଂ ଆଗାମୀ ଦିନ ସନ୍ଧ୍ୟା ୧୯.୪୫ ମିନିଟରେ ଦେହରାଡୁନରେ ପହଞ୍ଚିବ । ଅନ୍ୟପକ୍ଷରେ 09566 ଦେହରାଡୁନ୍ ଠାରୁ ଓକା ପର୍ଯ୍ୟନ୍ତ ଚାଲୁଥିବା ଉତ୍ତରାଞ୍ଚଳ ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନ୍ ପ୍ରତ୍ୟେକ ରବିବାର ଜାନୁୟାରୀ ୧୭ରୁ ସକାଳ ୫.୫୦ ମିନିଟରେ ଚଳାଚଳ କରିବ ଏବଂ ପରଦିନ ମଧ୍ୟାହ୍ନ ୧୪.୦୦ଟାରେ ଓଖାରେ ପହଞ୍ଚିବ ।

ଅଧିକ ପଢ଼ନ୍ତୁ:-ଭାଙ୍ଗିଯିବ ନୀତିଶ ସରକାର!

୨. 09031/09032 ଅହମ୍ମଦାବାଦ-ଯୋଗ ନଗରୀ ଋଷିକେଶ- ଅହମ୍ମଦାବାଦ ଯୋଗା ଏକ୍ସପ୍ରେସ ସ୍ପେଶାଲ ଟ୍ରେନ (ସପ୍ତାହରେ ଗୋଟିଏ ଦିନ)- 09031 ଅହମ୍ମଦାବାଦରୁ  ଯୋଗ ନଗରୀ ଋଷିକେଶକୁ ଯାଉଥିବା ଯୋଗା ଏକ୍ସପ୍ରେସ ସ୍ପେଶାଲ ଟ୍ରେନ ଜାନୁଆରୀ ୧୧ରୁ ପ୍ରତ୍ୟେକ ସୋମବାରକୁ ଅହମ୍ମଦାବାଦ ରେଳ ଷ୍ଟେସନରୁ ୧୦.୫୫ ମିନିଟରେ ଚାଲିବ । ଏବଂ ପରବର୍ତ୍ତୀ ଦିନ ମଧ୍ୟାହ୍ନ ୧୨.୩୦ ମିନିଟରେ ଯୋଗ ନଗର ଋଷିକେଶରେ ପହଞ୍ଚିବ । ସେହିଭଳି, 09032 ଯୋଗ ନଗର ଋଷିକେଶରୁ ଅହମ୍ମଦାବାଦ ଅଭିମୁଖେ ଯାଉଥିବା ଯୋଗ ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନ ଯୋଗ ନଗର ଋଷିକେଶରୁ ଜାନୁୟାରୀ ୧୨ରୁ ପ୍ରତି ମଙ୍ଗଳବାର ୧୪.୫୦ ମିନିଟ ସମୟରେ ଚଳାଚଳ କରିବ ଏବଂ ପରଦିନ ୧୫.୪୦ ମିନିଟରେ ଅହମ୍ମଦାବାଦରେ ପହଞ୍ଚିବ ।

ଅଧିକ ପଢ଼ନ୍ତୁ:-ରାଜସ୍ଥାନରେ ବିଜେପି ଦି'ଫାଳ!

୩. 04161/04162 କାନପୁର ସେଣ୍ଟ୍ରାଲ୍-ଆନନ୍ଦ ବିହାର ଟର୍ମିନାଲ୍- କାନପୁର ସେଣ୍ଟ୍ରାଲ୍ ସ୍ୱତନ୍ତ୍ର ଟ୍ରେନ୍ (ସପ୍ତାହରେ ଗୋଟିଏ ଦିନ) - 04161/04162 କାନପୁର ସେଣ୍ଟ୍ରାଲ୍ ଓ ଆନନ୍ଦ ବିହାରକୁ ଯାଉଥିବା ଏହି ସ୍ୱତନ୍ତ୍ର ଟ୍ରେନ୍ ଜାନୁଆରୀ ୧୭ରୁ ପ୍ରତ୍ୟେକ ରବିବାରରେ ଚାଲିବ । କାନପୁରରୁ ଏହି ଟ୍ରେନ୍ ସକାଳ ୭.୫୦ ମିନିଟରେ ଚାଲିବ ଏବଂ ଆନନ୍ଦ ବିହାର ଟର୍ମିନାଲରେ ୧୮.୨୦ ମିନିଟରେ ପହଞ୍ଚିବ । ସେପଟେ ଆନନ୍ଦ ବିହାରରୁ ଏହି ଟ୍ରେନ୍ ରାତି ୨୦.୪୫ ମିନିଟରେ ଚାଲିବ ଏବଂ ସନ୍ଧ୍ୟା ୬.୨୦ ମିନିଟରେ କାନପୁର ସେଣ୍ଟ୍ରାଲରେ ପହଞ୍ଚିବ ।

୪. 09019/09020 ବାନ୍ଦ୍ରା ଟର୍ମିନସ୍-ହରିଦ୍ୱାର-ବାନ୍ଦ୍ରା ଟର୍ମିନସ୍ ଏକ୍ସପ୍ରେସ୍ ସ୍ପେଶାଲ୍ ଟ୍ରେନ୍ (ସପ୍ତାହରେ ଗୋଟିଏ ଦିନ) - 09019 ବାନ୍ଦ୍ରା ଟର୍ମିନସ୍ ହରିଦ୍ୱାରକୁ ଜାନୁୟାରୀ ୧୧ରୁ ପ୍ରତି ସୋମବାର ୦୦.୦୫ ମିନିଟରେ ଚାଲିବ । 09020 ହରିଦ୍ୱାରରୁ ବାନ୍ଦ୍ରା ଟର୍ମିନସ୍ ଏହି ସ୍ୱତନ୍ତ୍ର ଟ୍ରେନ୍ ଜାନୁଆରୀ ୧୨ରୁ ପ୍ରତ୍ୟେକ ମଙ୍ଗଳବାର ରାତି ୧୩.୩୦ ମିନିଟରେ ଚାଲିବ । ଏହି ଟ୍ରେନ୍ ବାନ୍ଦ୍ରା ଟର୍ମିନସ୍ ଓ ହରିଦ୍ୱାର ମଧ୍ୟରେ ଥିବା ଅନେକ ରେଳ ଷ୍ଟେସନରେ ଅଟକିବ । ଯେଉଁଥିରୁ ବୋରିବଲୀ, ବିରାର୍, ଭଡୋଦରା, ଗୋଧ୍ରା, ରତଲାମ, କୋଟା, ସାୱାଇ ମାଧୋପୁର, ଭରତପୁର, ମଥୁରା, ନିଜାମୁଦ୍ଦିନ, ଗାଜିଆବାଦ, ମେରଟ ସିଟି ରେଳ ଷ୍ଟେସନ ପ୍ରମୁଖ୍ୟ ଅଟେ ।

ଅଧିକ ପଢ଼ନ୍ତୁ:-'ଛଅ ମାସ ମଧ୍ୟରେ ବିହାରରେ ଭାଙ୍ଗିଯିବ ଏନଡିଏ ସରକାର, ତେଜସ୍ୱୀ ହେବେ ମୁଖ୍ୟମନ୍ତ୍ରୀ'

୫. 04717/04718 ବିକାନର୍-ହରିଦ୍ୱାର-ବିକାନେର୍ ଏକ୍ସପ୍ରେସ୍ ସ୍ୱତନ୍ତ୍ର ଟ୍ରେନ୍ (ସପ୍ତାହରେ ତିନି ଦିନ) - 04717 ବିକାନେରରୁ ହରିଦ୍ୱାରକୁ ଯାଉଥିବା ଏହି ସ୍ୱତନ୍ତ୍ର ଟ୍ରେନ୍ ଜାନୁୟାରୀ ୧୩ରୁ ପ୍ରତ୍ୟେକ ସୋମବାର, ବୁଧବାର ଏବଂ ଶୁକ୍ରବାରରୁ ବିକାନେର ରେଳ ଷ୍ଟେସନରୁ ରାତି ୨୩.୨୫ ମିନିଟରେ ଚାଲିବ ଏବଂ ପରଦିନ ଚାଲିବ ଅପରାହ୍ନ ୧୫.୨୦ ମିନିଟରେ ହରିଦ୍ୱାରରେ ପହଞ୍ଚିବ । ସେହିଭଳି, 04718 ହରିଦ୍ୱାର-ବିକାନେର୍ ମଧ୍ୟରେ ଚାଲୁଥିବା ଏହି ଟ୍ରେନ୍ ହରିଦ୍ୱାର ରେଳ ଷ୍ଟେସନରୁ ଜାନୁଆରୀ ୧୪ରୁ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ ୧୬.୪୫ ମିନିଟରେ ଚାଲିବ ଏବଂ ପରଦିନ ୦୭.୦୫ ମିନିଟରେ ବିକାନେରରେ ପହଞ୍ଚିବ ।