ରେଲୱେ ବାତିଲ କଲା ଆହୁରି ଅନେକ ପ୍ରମୁଖ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
Advertisement

ରେଲୱେ ବାତିଲ କଲା ଆହୁରି ଅନେକ ପ୍ରମୁଖ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଯାତ୍ରୀଙ୍କ ଅଭାବ ଯୋଗୁଁ ଦିଲ୍ଲୀ ଓ ମୁମ୍ବାଇ ଏବଂ ଅନ୍ୟାନ୍ୟ ସହର ମଧ୍ୟରେ ଚାଲୁଥିବା ଅନେକ ଟ୍ରେନ (Trains) କୁ ବାତିଲ କରାଯାଇଛି । ଟ୍ରେନ୍ ସଂଖ୍ୟା ହ୍ରାସ ସତ୍ତ୍ୱେ ଯାତ୍ରୀଙ୍କ ଅଭାବ ଦେଖାଦେଇଛି । 

ରେଲୱେ ବାତିଲ କଲା ଆହୁରି ଅନେକ ପ୍ରମୁଖ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ: Indian Railway: କୋରୋନା ସଂକ୍ରମଣ (Coronavirus) କୁ ଦୂର କରିବା ପାଇଁ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ଲକଡାଉନ୍ (Lockdown) ବଳବତ୍ତର ରହିଛି । ଅନେକ ରାଜ୍ୟରେ ବାହାର ଯାତ୍ରୀଙ୍କ ପାଇଁ କଡା ନିୟମ ପ୍ରଣୟନ କରାଯାଇଛି । କେଉଁଠି ଯାତ୍ରୀମାନଙ୍କୁ କ୍ୱାରଣ୍ଟାଇନ୍ ରଖିବାକୁ ପଡ଼ୁଛି, ତ କେଉଁଠି RTPCR ପରୀକ୍ଷା ନେଗେଟିଭ୍ ହେବା ଆବଶ୍ୟକ । ଏହିସବୁ କାରଣରୁ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି । ଏହି କାରଣରୁ ଟ୍ରେନଗୁଡିକ ବାତିଲ କରାଯାଉଛି । ଅନେକ ଟ୍ରେନର ସଞ୍ଚାଳନ ହ୍ରାସ ପାଇଛି ।

ଅଧିକ ପଢ଼ନ୍ତୁ:-ବୌଦ୍ଧରେ କୋରୋନା ସ୍ଥିତି ସଙ୍ଗୀନ, ଲଗାତର ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା

ଟ୍ରେନ ସଂଖ୍ୟାରେ କମି

ଯାତ୍ରୀଙ୍କ ଅଭାବ ଯୋଗୁଁ ଦିଲ୍ଲୀ ଓ ମୁମ୍ବାଇ ଏବଂ ଅନ୍ୟାନ୍ୟ ସହର ମଧ୍ୟରେ ଚାଲୁଥିବା ଅନେକ ଟ୍ରେନ (Trains) କୁ ବାତିଲ କରାଯାଇଛି । ଟ୍ରେନ୍ ସଂଖ୍ୟା ହ୍ରାସ ସତ୍ତ୍ୱେ ଯାତ୍ରୀଙ୍କ ଅଭାବ ଦେଖାଦେଇଛି । ବିହାରକୁ ଯାଉଥିବା ଟ୍ରେନ୍ ବ୍ୟତୀତ ରୁଟରେ ଚାଲୁଥିବା ଅଧିକାଂଶ ଟ୍ରେନରେ ସିଟ୍ ଖାଲି ପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ଉତ୍ତର ରେଳ ଶ୍ରୀ ଗଙ୍ଗାନଗର-ହଜୁର ସାହିବ ନନ୍ଦେଡ ଏକ୍ସପ୍ରେସ (02440/02439) ଓ ଶ୍ରୀ ଗଙ୍ଗାନଗର-ହଜୁର ସାହିବ ନନ୍ଦେଡ ଏକ୍ସପ୍ରେସ (02486/02485) ଆଗାମୀ ସୂଚନା ପର୍ଯ୍ୟନ୍ତ ରଦ୍ଦ କରିବାକୁ ଘୋଷଣା କରିଛି ।

ଅଧିକ ପଢ଼ନ୍ତୁ:-ଅତି ଭୟଙ୍କର ସାମୁଦ୍ରିକ ବାତ୍ୟାରେ ପରିଣତ ହେବ 'ତଉକତେ'! ଏହି ରାଜ୍ୟରେ ରଚିପାରେ ତାଣ୍ଡବ

ଏହି ଟ୍ରେନର ସଞ୍ଚାଳନ କରାଯାଇଛି ହ୍ରାସ

ଦିଲ୍ଲୀରୁ ରାଜସ୍ଥାନକୁ ଯାଉଥିବା ଅନେକ ଟ୍ରେନର ଯାତ୍ରା ହ୍ରାସ ପାଇଛି । ସପ୍ତାହରେ ପାଞ୍ଚ ଦିନ ଚାଲୁଥିବା ଦିଲ୍ଲୀ ସରାଇ ରୋହିଲ୍ଲା-ଅଜମେର ଏକ୍ସପ୍ରେସ ବର୍ତ୍ତମାନ ସପ୍ତାହରେ ତିନି ଦିନ ଚାଲିବ । ଏଥି ସହିତ ଦୈନିକ ଦିଲ୍ଲୀ ସରାଇ ରୋହିଲ୍ଲା-ବିକାନେର ଏକ୍ସପ୍ରେସ, ଦିଲ୍ଲୀ ସରାଇ ରୋହିଲ୍ଲା-ଯୋଧପୁର ଏକ୍ସପ୍ରେସ, ପୁରୁଣା ଦିଲ୍ଲୀ-ଶ୍ରୀ ଗଙ୍ଗାନଗର ଏକ୍ସପ୍ରେସ ଏବଂ ପୁରୁଣା ଦିଲ୍ଲୀ-ଭଟିଣ୍ଡା ଏକ୍ସପ୍ରେସ ବର୍ତ୍ତମାନ ସପ୍ତାହରେ ମାତ୍ର ଦୁଇ ଦିନ ଚାଲିବ ।

ଅଧିକ ପଢ଼ନ୍ତୁ:-୫୨ ଲକ୍ଷ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ମିଳିବାରେ ହୋଇପାରେ ବିଳମ୍ବ, ଏହି କାରଣରୁ ହୋଇପାରିନି ଘୋଷଣା

ଶୁକ୍ରବାର ଖାଲି ରହିଯାଇଥିଲା ସିଟ୍ 

ହରିଦ୍ୱାର-ଲୋକ ମାନ୍ୟତା ତିଲକ ଟର୍ମିନାଲ୍ ଏକ୍ସପ୍ରେସରେ ନଅ ଶହରୁ ଅଧିକ, ସ୍ୱରାଜ ଏକ୍ସପ୍ରେସରେ ଆଠ ଶହ ଏବଂ ପୁଣେ ସ୍ପେଶାଲରେ ସାଢ଼େ ୬ ଶହ ସିଟ୍ ଖାଲି ଥିଲା । ଗୋରଖପୁର ମହୋତ୍ସବ ବିଶେଷରେ ପ୍ରାୟ ୬ ଶହ ସିଟ୍, ଦିଲ୍ଲୀ-ଲକ୍ଷ୍ନୌ ଏସି ସ୍ୱତନ୍ତ୍ର ଟ୍ରେନରେ ସାଢ଼େ ୪ ଶହ ସିଟ୍ ଏବଂ ଲକ୍ଷ୍ନୌ ମେଲରେ ପ୍ରାୟ ଚାରି ଶହ ସିଟ୍ ଖାଲି ରହିଥିଲା ।