Advertisement
Article Detail0/zeeodisha/odisha872523
Zee OdishaOdisha National-Internationalହୋଲି ପୂର୍ବରୁ ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ପୁଣି ଘୋଷଣା କଲା ଅନେକ ସ୍ୱତନ୍ତ୍ର ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

ହୋଲି ପୂର୍ବରୁ ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ପୁଣି ଘୋଷଣା କଲା ଅନେକ ସ୍ୱତନ୍ତ୍ର ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

Indian Railway News: ରେଳ ଯାତ୍ରୀଙ୍କ ପାଇଁ ରେଲୱେ (Indian Railway) ପୁଣି ହୋଲି (Holi) ପୂର୍ବରୁ ଏକ ଖୁସି ଖବର ଦେଇଛି । ବିଶେଷକରି ବିହାର, ଉତ୍ତରପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ଦିଲ୍ଲୀ ଏଥିରୁ ସିଧାସଳଖ ଉପକୃତ ହେବେ । ହୋଲି ପୂର୍ବରୁ ରେଳବାଇ ପୁଣିଥରେ ଅନେକ ହୋଲି ସ୍ୱତନ୍ତ୍ର ଟ୍ରେନର ତାଲିକା ଜାରି କରିଛି । ଟ୍ରେନ୍ ନମ୍ବର 07003 ସିକନ୍ଦରାବାଦ-ଗୋରଖପୁର ସ୍ୱତନ୍ତ୍ର ଟ୍ରେନ୍ ମାର୍ଚ୍ଚ ୨୫ରେ ସିକନ୍ଦରାବାଦରୁ ରାତି ୯.୨୫ ମିନିଟରେ ପ୍ରସ୍ଥାନ କରିବ ଏବଂ ତୃତୀୟ ଦିନ ସକାଳ ୦୬.୨୫ରେ ଗୋରଖପୁରରେ ପହଞ୍ଚିବ । 

ହୋଲି ପୂର୍ବରୁ ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ପୁଣି ଘୋଷଣା କଲା ଅନେକ ସ୍ୱତନ୍ତ୍ର ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

ନୂଆଦିଲ୍ଲୀ: Indian Railway News: ରେଳ ଯାତ୍ରୀଙ୍କ ପାଇଁ ରେଲୱେ (Indian Railway) ପୁଣି ହୋଲି (Holi) ପୂର୍ବରୁ ଏକ ଖୁସି ଖବର ଦେଇଛି । ବିଶେଷକରି ବିହାର, ଉତ୍ତରପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ଦିଲ୍ଲୀ ଏଥିରୁ ସିଧାସଳଖ ଉପକୃତ ହେବେ । ହୋଲି ପୂର୍ବରୁ ରେଳବାଇ ପୁଣିଥରେ ଅନେକ ହୋଲି ସ୍ୱତନ୍ତ୍ର ଟ୍ରେନର ତାଲିକା ଜାରି କରିଛି । ଏହି ସ୍ୱତନ୍ତ୍ର ଟ୍ରେନ୍ (Special Train) ଚାଲିବା ସହିତ ପ୍ରତିଦିନ ହଜାର ହଜାର ଯାତ୍ରୀ ନିଜ ଘରକୁ ଯାତ୍ରା କରିପାରିବେ । କୋରୋନା (COVID-19) ଯୋଗୁଁ ଟ୍ରେନ୍ ବହୁତ କମ୍  ସଂଖ୍ୟାରେ ଚାଲୁଛି । ଭାରତୀୟ ରେଲୱେ ଟ୍ରେନ ପରିଚାଳନାକୁ ସ୍ୱାଭାବିକ କରିବା ଦିଗରେ କାର୍ଯ୍ୟ କରୁଛି । ବର୍ତ୍ତମାନ ରେଳବାଇ ପାଞ୍ଚରୁ ଅଧିକ ରାଜ୍ୟର ୮୦ରୁ ଅଧିକ ଷ୍ଟେସନର ଯାତ୍ରୀମାନେ ଏହା ଦ୍ୱାରା ସିଧାସଳଖ ଉପକୃତ ହେବେ । ଆସନ୍ତୁ ଜାଣିବା ରେଲୱେ କେଉଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯାଉଛି, ଏହା ଦ୍ୱାରା କେଉଁ କେଉଁ ରୁଟର ଯାତ୍ରୀମାନେ ଉପକୃତ ହେବେ ।

ଅଧିକ ପଢ଼ନ୍ତୁ:-୫ ମାସ ପରେ ଦେଶରେ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ ଚିହ୍ନଟ, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...

୧. ଟ୍ରେନ୍ ନମ୍ବର 07003 ସିକନ୍ଦରାବାଦ-ଗୋରଖପୁର ସ୍ୱତନ୍ତ୍ର ଟ୍ରେନ୍ ମାର୍ଚ୍ଚ ୨୫ରେ ସିକନ୍ଦରାବାଦରୁ ରାତି ୯.୨୫ ମିନିଟରେ ପ୍ରସ୍ଥାନ କରିବ ଏବଂ ତୃତୀୟ ଦିନ ସକାଳ ୦୬.୨୫ରେ ଗୋରଖପୁରରେ ପହଞ୍ଚିବ । ଫେରି ଦିଗରେ 07004 ଗୋରଖପୁର-ସିକନ୍ଦରାବାଦ ସ୍ୱତନ୍ତ୍ର ଟ୍ରେନ୍ ମାର୍ଚ୍ଚ ୩୦ରେ ଗୋରଖପୁରରୁ ସନ୍ଧ୍ୟା ୦୫.୨୫ରେ ପ୍ରସ୍ଥାନ କରିବ ଏବଂ ତୃତୀୟ ଦିନରେ ସକାଳ ୦୪.୧୦ରେ ସିକନ୍ଦରାବାଦରେ ପହଞ୍ଚିବ । ରୁଟରେ ଏହି ବିଶେଷ ବଲ୍ଲାର୍ଶାହା, ନାଗପୁର, ଇଟାରସି, ଭୋପାଳ, ଝାନ୍ସୀ, ଓରାଇ, କାନପୁର ସେଣ୍ଟ୍ରାଲ, ବାରବଙ୍କି ଏବଂ ଗୋଣ୍ଡା ଷ୍ଟେସନରେ ଉଭୟ ଦିଗରେ ଅଟକିବ ।

Add Zee News as a Preferred Source

୨. ଟ୍ରେନ୍ ନମ୍ବର 09049 ସୁରଟ-ମୁଜାଫରପୁର ସ୍ୱତନ୍ତ୍ର ଟ୍ରେନ୍ ମାର୍ଚ୍ଚ ୨୬ର ସୁରଟରୁ ରାତି ୭.୪୦ ମିନିଟରେ ଛାଡି ତୃତୀୟ ଦିନ ସକାଳ ୦୪.୩୦ରେ ମୁଜାଫରପୁରରେ ପହଞ୍ଚିବ । ଫେରିବା ଦିଗରେ 09050 ମୁଜାଫରପୁର-ସୁରଟ ସ୍ୱତନ୍ତ୍ର ଟ୍ରେନ୍ ମାର୍ଚ୍ଚ ୨୮ରେ ମୁଜାଫରପୁରରୁ ରାତି ୦୮.୧୦ରେ ଛାଡି ତୃତୀୟ ଦିନରେ ଅପରାହ୍ନ ୦୫.୦୫ରେ ସୁରଟରେ ପହଞ୍ଚିବ ।

ଅଧିକ ପଢ଼ନ୍ତୁ:-କିଏ ଜିତିବ ପଶ୍ଚିମବଙ୍ଗ? ଟିଏମସି, ବିଜେପି ନା ବାମ-କଂଗ୍ରେସ ମେଣ୍ଟ, ଜାଣନ୍ତୁ ନିର୍ବାଚନ ପୂର୍ବରୁ କ'ଣ କହୁଛି ଏହି ତାଜା ସର୍ଭେ

୩. ଟ୍ରେନ୍ ନମ୍ବର 04145 କାନପୁର ସେଣ୍ଟ୍ରାଲ-ଅମୃତସର ସୁପରଫାଷ୍ଟ ସାପ୍ତାହିକ ସ୍ପେଶାଲ ଏପ୍ରିଲ ୫ରୁ  କାନପୁର ସେଣ୍ଟ୍ରାଲରୁ ପ୍ରତି ସୋମବାର ସନ୍ଧ୍ୟା ୦୫.୫୦ରେ ପ୍ରସ୍ଥାନ କରିବ ଏବଂ ପରଦିନ ସକାଳ ୦୯.୩୦ରେ ଅମୃତସରରେ ପହଞ୍ଚିବ । ଫେରିବା ଦିଗରେ 04146 ଅମୃତସର-କାନପୁର ସେଣ୍ଟ୍ରାଲ ସୁପରଫାଷ୍ଟ ସାପ୍ତାହିକ ସ୍ପେଶାଲ ଏପ୍ରିଲ ୬ରୁ ପ୍ରତ୍ୟେକ ମଙ୍ଗଳବାର ମଧ୍ୟାହ୍ନ ୧୨.୪୫ରେ ଅମୃତସର ଛାଡି ପରଦିନ ସକାଳ ୦୪.୫୦ରେ କାନପୁର ସେଣ୍ଟ୍ରାଲରେ ପହଞ୍ଚିବ । 

ଅଧିକ ପଢ଼ନ୍ତୁ:-PF ଖାତାଧାରୀଙ୍କ ପାଇଁ ଖୁସି ଖବର, ଏହି ବଡ଼ ଘୋଷଣା କଲେ ମୋଦି ସରକାର

୪. ଟ୍ରେନ୍ ନମ୍ବର 05703 ନ୍ୟୁଜଲପାଇଗୁଡ଼ି-ଜମ୍ମୁତଭି ସ୍ପେଶାଲ (ଥରେ) ମାର୍ଚ୍ଚ ୨୪ରେ ନ୍ୟୁଜଲପାଇଗୁଡିରୁ ରାତି ୦୯.୩୦ରୁ ବାହାରି ତୃତୀୟ ଦିନ ଅପରାହ୍ନ ୦୧.୧୦ରେ ଜମ୍ମୁତଭିରେ ପହଞ୍ଚିବ । 

୫. ରେଳବାଇ ମଧ୍ୟ ଟ୍ରେନ୍ ନମ୍ବର 09731/09732 ଜୟପୁରରୁ ଦିଲ୍ଲୀ ସରାଇ ରୋହିଲ୍ଲଆ ଏବଂ ଜୟପୁର ଏକ୍ସପ୍ରେସ ଦୈନିକ ସ୍ପେଶାଲ ଚଳାଇବାକୁ ନିଷ୍ପତ୍ତି ନେଇଛି । ଏହି ଟ୍ରେନ୍ ଜୟପୁରରୁ ସକାଳ ୭.୫୫ରେ ଛାଡ଼ିବ, ସେହି ଦିନ ଏହି ଟ୍ରେନ୍ ଅପରାହ୍ନ ୧.୪୫ରେ ଦିଲ୍ଲୀର ସରାଇ ରୋହିଲ୍ଲାଆ ଷ୍ଟେସନରେ ପହଞ୍ଚିବ । ଏହା ଦିଲ୍ଲୀରୁ ରାଜସ୍ଥାନକୁ ଆସୁଥିବା ଲୋକଙ୍କୁ ବହୁତ ସୁବିଧା ପ୍ରଦାନ କରିବ ।

About the Author