• କାଲିଠୁ ୨ ଦିନ ପାଇଁ ରାଜ୍ୟରେ ୬ ଯୋଡ଼ା ଯାତ୍ରୀବାହୀ ଟ୍ରେନ୍‌ ବାତିଲ
  • ବିଶ୍ବ ମାତୃ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା
  • ରାଜ୍ୟରେ ଜନନୀ ସୁରକ୍ଷା ଓ ମାତୃ ମୃତ୍ୟୁହାର କମାଇବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ: CM
  • ଉତ୍ତର ପ୍ରଦେଶରେ ଆଉ ୭ ଦିନ ବଢ଼ିଲା କୋରୋନା କର୍ଫ୍ୟୁ
  • ଦେଶରେ ଦିନକରେ ୪ ଲକ୍ଷ ୩ ହଜାର ୭୩୮ କୋରୋନା ଆକ୍ରାନ୍ତ ଚିହ୍ନଟ, ୪୦୯୨ ମୃତ
  • ରାଜ୍ୟରେ କରୋନାରେ ଆଜି ୧୦,୬୩୫ ସଂକ୍ରମିତ , ୧୯ ମୃତ୍ୟୁ
  • ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲାରେ ପ୍ରତିଷ୍ଠା ହେବ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ
  • ଆସାମ ମୁଖ୍ୟମନ୍ତ୍ରୀ ପଦରୁ ସର୍ବାନନ୍ଦ ସୋନୱାଲଙ୍କ ଇସ୍ତଫା
  • କୋରୋନା ମୁକାବିଲା ପାଇଁ ଓଡ଼ିଶାକୁ କେନ୍ଦ୍ରର ୩୩୩.୮ କୋଟିର ଅନୁଦାନ
  • ପ୍ରସିଦ୍ଧ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

ମାର୍ଚ୍ଚ ୬-୭ରେ ଏହି ରୁଟରେ ଅନେକ ଟ୍ରେନ୍ ଆଂଶିକ ରୂପେ ବାତିଲ୍ କରିବାକୁ ନିଷ୍ପତ୍ତି ନେଲା ରେଲୱେ! ଜାଣନ୍ତୁ ଏହା ପଛର କାରଣ

ଏହି ସମୟରେ ଉତ୍ତର ପଶ୍ଚିମ ରେଳବାଇ (North Western Railway) ପକ୍ଷରୁ ସୂଚନା ଦିଆଯାଇଛି ଯେ ଚାଷୀ ଆନ୍ଦୋଳନ କାରଣରୁ ସପ୍ତାହରେ ୨ ଦିନ ଚାଲୁଥିବା ଅଜମେର-ଅମୃତସର-ଅଜମେର ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନକୁ ମାର୍ଚ୍ଚ ୬ ଓ ୭ରେ ଆଂଶିକ ରୂପେ ବାତିଲ୍ କରାଯାଇଛି ।

ମାର୍ଚ୍ଚ ୬-୭ରେ ଏହି ରୁଟରେ ଅନେକ ଟ୍ରେନ୍ ଆଂଶିକ ରୂପେ ବାତିଲ୍ କରିବାକୁ ନିଷ୍ପତ୍ତି ନେଲା ରେଲୱେ! ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: କୃଷି ଆଇନ  (Farm Laws) ପ୍ରତ୍ୟାହାର ଦାବିରେ ସାରା ଦେଶର ଚାଷୀଙ୍କ ଆନ୍ଦୋଳନ (Farmers Protest) ଜାରି ରହିଛି । ଏଭଳି ପରିସ୍ଥିତିରେ ରେଳ ସେବା ମଧ୍ୟ ପ୍ରଭାବିତ ହେଉଛି । ସୁରକ୍ଷା ଦୃଷ୍ଟିରୁ ପ୍ରଶାସନକୁ ଏହି ଟ୍ରେନଗୁଡ଼ିକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ବାତିଲ କରିବାକୁ ପଡୁଛି । ଟ୍ରେନର ନିର୍ଦ୍ଧାରିତ ସମୟ ନିର୍ଘଣ୍ଟରେ ମଧ୍ୟ ପରିବର୍ତ୍ତନ କରିବାକୁ ପଡୁଛି ।

ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କର ଅଛି LIC ପଲିସି ତ ଅତି ଶୀଘ୍ର କରି ନିଅନ୍ତୁ ଏହି କାମ, ନଚେତ୍ ହେବ ଲକ୍ଷ ଲକ୍ଷ ଟଙ୍କାର କ୍ଷତି

ଏହି ସମୟରେ ଉତ୍ତର ପଶ୍ଚିମ ରେଳବାଇ (North Western Railway) ପକ୍ଷରୁ ସୂଚନା ଦିଆଯାଇଛି ଯେ ଚାଷୀ ଆନ୍ଦୋଳନ କାରଣରୁ ସପ୍ତାହରେ ୨ ଦିନ ଚାଲୁଥିବା ଅଜମେର-ଅମୃତସର-ଅଜମେର ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନକୁ ମାର୍ଚ୍ଚ ୬ ଓ ୭ରେ ଆଂଶିକ ରୂପେ ବାତିଲ୍ କରାଯାଇଛି । ଏଭଳି ପରିସ୍ଥିତିରେ ରେଳ ଯାତ୍ରୀମାନେ ଯାତ୍ରା ପୂର୍ବରୁ ବିଭିନ୍ନ ମାଧ୍ୟମରେ ଟ୍ରେନ ଚଳାଚଳ ବିଷୟରେ ସଠିକ୍ ସୂଚନା ପ୍ରାପ୍ତ କରିବା ଆବଶ୍ୟକ ।

ଅଧିକ ପଢ଼ନ୍ତୁ:-ପୁଣି ଫେରିବ କି ଲକଡାଉନ? ଡରାଉଛି କୋରୋନାର ଡେଲି ରିପୋର୍ଟ

ଉତ୍ତର ପଶ୍ଚିମ ରେଳବାଇର ମୁଖପାତ୍ର ଅନୁଯାୟୀ, ଅଜମର-ଅମୃତସର-ଅଜମେର ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ (Ajmer Amritsar Ajmer weekly special train) ଆଂଶିକ ରୂପେ ବାତିଲ କରାଯାଉଛି । କୃଷକ ଆନ୍ଦୋଳନ ଯୋଗୁଁ ଏହି ଟ୍ରେନ୍ ମାର୍ଚ୍ଚ ୬ ଓ ୭ରେ ନିର୍ଦ୍ଧାରିତ ମାର୍ଗରେ ପରିଚାଳିତ ହେବ ନାହିଁ ।

ଅଧିକ ପଢ଼ନ୍ତୁ:-ମହଙ୍ଗା ଭତ୍ତା ଦେବାକୁ ପ୍ରସ୍ତୁତ ମୋଦି ସରକାର! କିନ୍ତୁ...

ମୁଖପାତ୍ରଙ୍କ ଅନୁଯାୟୀ, ମାର୍ଚ୍ଚ ୬ରେ ଜଲନ୍ଦର ସିଟି-ଅମୃତସର ଷ୍ଟେସନରୁ ଚାଲୁଥିବା 09611 ଅଜମେର-ଅମୃତସର ଦ୍ୱି-ସାପ୍ତାହିକ ଟ୍ରେନ ଆଂଶିକ ବାତିଲ ହେବ । ଏହା ବ୍ୟତୀତ ମାର୍ଚ୍ଚ ୭ରେ ପ୍ରାରମ୍ଭିକ ଷ୍ଟେସନରୁ ଚାଲୁଥିବା 09614 ଅମୃତସର-ଅଜମେର ଦ୍ୱି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଅମୃତସର-ଜଲନ୍ଦର ସିଟି ଷ୍ଟେସନ ମଧ୍ୟରେ ଆଂଶିକ ରୂପେ ବାତିଲ ହୋଇ ରହିବ ।