• ପଞ୍ଚାୟତ ସ୍ତରରେ TMC ଓ ସଙ୍ଗରୋଧ କେନ୍ଦ୍ର ଖୋଲିବାକୁ ସାଂସଦ ବସନ୍ତ ପଣ୍ଡାଙ୍କ ଦାବି
  • ନାରଦା ସ୍କାମରେ ମମତା ବାନାର୍ଜୀଙ୍କ କ୍ୟାବିନେଟ ମନ୍ତ୍ରୀ ଓ ବିଧାୟକ ଗିରଫ
  • DRDO ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ୨-ଡିଜି ଔଷଧ ଲଞ୍ଚ
  • କୋରୋନାରେ ବିଶିଷ୍ଟ ସଂଗୀତ ନିର୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ
  • ଗୁଜରାଟ ଆଡ଼କୁ ମାଡ଼ି ଆସୁଛି ଅତି ଭୀଷଣ ସାମୁଦ୍ରିକ ଝଡ଼ ତାଉତେ
  • ରାତି ୮ରୁ ୧୧ଟା ମଧ୍ୟରେ ପୋରବନ୍ଦର ଓ ମହୁୱା ଦେଇ କରିବ ଅତିକ୍ରମ
  • ରାଜ୍ୟରେ କୋଭିଡ ମୁକାବିଲା ନେଇ ଅପରାହ୍‌ଣରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ
  • ଦେଶରେ ଦିନକରେ ୨,୮୧,୩୮୬ ନୂଆ କୋରୋନା ଆକ୍ରାନ୍ତ , ୪,୧୦୬ ମୃତ
  • ରାଜ୍ୟରେ ୨୪ ଘଣ୍ଟାରେ ୧୦୭୫୭ ପଜିଟିଭ୍ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ଆଉ ୨୨ ଜୀଵନ ନେଲା କରୋନା

ଅମାନିଆଙ୍କ ପକେଟ ଖାଲି କରିବ ରେଳବାଇ

ରେଳରେ ମାସ୍କ ପିନ୍ଧି ନ ଥିବା ବ୍ୟକ୍ତିଙ୍କୁ ୫୦୦ ଟଙ୍କା ଜୋରିମାନା କରାଯିବ। ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ଏହି ନିୟମ ଆସନ୍ତା ୬ ମାସ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଦେଶରେ ବଢୁଥିବା COVID-19 ମାମଲାକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଜାରି କରାଯାଇଛି।

ଅମାନିଆଙ୍କ ପକେଟ ଖାଲି କରିବ ରେଳବାଇ
ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଶନିବାର ଘୋଷଣା କରିଛି ଯେ, ରେଳ ଷ୍ଟେସନ ପରିସର କିମ୍ବା ରେଳରେ ମାସ୍କ ପିନ୍ଧି ନ ଥିବା ବ୍ୟକ୍ତିଙ୍କୁ ୫୦୦ ଟଙ୍କା ଜୋରିମାନା କରାଯିବ। ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ଏହି ନିୟମ ଆସନ୍ତା ୬ ମାସ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଦେଶରେ ବଢୁଥିବା COVID-19 ମାମଲାକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଜାରି କରାଯାଇଛି। 

ଭାରତୀୟ ରେଳବାଇର (Indian Railway) ଆଦେଶରେ ଉଲ୍ଲେଖ ଅଛି, "ଛେପ ପକାଇବା ଏବଂ ସମାନ ପ୍ରକୃତିର କାର୍ଯ୍ୟକୁ ନିଷିଦ୍ଧ କରାଯାଇଛି। ରେଳ ଷ୍ଟେସନ ପରିସରରେ (ଟ୍ରେନ୍ ସମେତ) ସମସ୍ତ ବ୍ୟକ୍ତିଙ୍କ ଦ୍ୱାରା ମାସ୍କ (Face mask) ପିନ୍ଧିବା ବାଧ୍ୟତାମୂଳକ। ଏହି ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କଲେ ଭାରତୀୟ ରେଳବାଇ ଅଧିନିୟମ ୨୦୧୨ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ବ୍ୟତୀତ ଉକ୍ତ ବ୍ୟକ୍ତିଙ୍କୁ ୫୦୦ ଟଙ୍କା ଜରିମାନା ଲଗାଯିବ। ଏହି ନିୟମ ଆସନ୍ତା ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ।"

Also Read: ପିପିଲି ଉପନିର୍ବାଚନ ପାଇଁ ସାନି ଭୋଟ୍ ତାରିଖ ଘୋଷଣା

ଦେଶରେ ଲଗାତାର ବଢୁଥିବା COVID-19 ମାମଲା ପରେ, ରାଜ୍ୟ ସରକାରମାନେ ସର୍ବସାଧାରଣରେ ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କ ଉପରେ ଜୋରିମାନା (fine) ଆଦାୟ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାପୂର୍ବରୁ ଉତ୍ତର ପ୍ରଦେଶ ସରକାର ମାସ୍କ ପିନ୍ଧି ନ ଥିବା ବ୍ୟକ୍ତିଙ୍କ ଉପରେ ପ୍ରଥମ ଥର ପାଇଁ ୧୦୦୦ ଟଙ୍କା ଜୋରିମାନା ଘୋଷଣା କରିଥିଲେ। ବାରମ୍ବାର ଅମାନିଆ ହେଲେ  ତାହା ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇ ପାରେ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଶନିବାର ଦେଶରେ ୨ ଲକ୍ଷ ୩୪ ହଜାର ନୂଆ ମାମଲା (Coronavirus) ଚିହ୍ନଟ ହୋଇଥିବା ବେଳେ କୋରୋନାରେ ୧୩୪୧ ଜଣଙ୍କ ମୃତ୍ୟୁ ହୋଇଛି। କ୍ରମାଗତ ତୃତୀୟ ଦିନରେ ୨ ଲକ୍ଷରୁ ଅଧିକ ସାମନାକୁ ଆସିଛି। ତେବେ ଦେଶରେ ମୋଟ COVID-19 ମାମଲା ୧,୪୫,୨୬,୬୦୯ ଏବଂ ମୃତ୍ୟୁସଂଖ୍ୟା ୧,୭୫,୬୯୪ରେ ପହଞ୍ଚିଛି।