ନୂଆଦିଲ୍ଲୀ: ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କିଏ ହେବ ତାହାକୁ ନେଇ ଜାରି ରହିଥିଲା ଚର୍ଚ୍ଚା। ହେଲେ ଏବେ ଏହା ଉପରେ ପଡିଛି ପୂର୍ଣ୍ଣଚ୍ଛେଦ। ଏଥରର ଗଣତନ୍ତ୍ର ଦିବସରେ ଲାଟିନ ଆମେରିକୀୟ ଦେଶ ସୁରିନାମ ସାଧାରଣତନ୍ତ୍ର ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସନ୍ତୋଖି ଅମନ୍ତ୍ରିତ ଅତିଥି ଭାବେ ଯୋଗ ଦେବେ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।      


COMMERCIAL BREAK
SCROLL TO CONTINUE READING

ଚଳିତ ୨୦୨୧ ସାଧାରଣତନ୍ତ୍ର ଦିବସରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଆୟୋଜିତ ହେଉଥିବା ପ୍ୟାରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ଲାଗି ମିଳିଥିଲା ନିମନ୍ତ୍ରଣ। ଯାହାକୁ ସେ ସ୍ୱୀକାର ମଧ୍ୟ କରିଥିଲେ। ହେଲେ ବ୍ରିଟେନର ଅଚାନକ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ନୂତନ କୋରୋନା ଷ୍ଟ୍ରେନ କାରଣରୁ ପ୍ରଧାନମନ୍ତ୍ରୀ ଜନସନ ପ୍ରସ୍ତାବିତ ଭାରତ ଗସ୍ତକୁ ରଦ୍ଦ କରି ଦେଇଥିଲେ।        


ଏହା ପରେ ଭାରତ ସରକାର ଲାଟିନ ଆମେରିକୀୟ ଦେଶ ସୁରିନାମ ସାଧାରଣତନ୍ତ୍ର (Suriname Republic) ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସନ୍ତୋଖିଙ୍କ (Chandrikapersad Santokhi) ନିକଟକୁ ନିମନ୍ତ୍ରଣ ପଠାଇଥିଲେ। ଯାହାକୁ ସୁରିନାମ ରାଷ୍ଟ୍ରପତି ଖୁସିରେ ଗ୍ରହଣ କରିଛନ୍ତି।    


Also Read: ବୋରିସଙ୍କ ଭାରତ ଗସ୍ତ ବାତିଲ; କିଏ ହେବ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି?


ଡିଜିଟାଲ ମାଧ୍ୟମରେ ଶନିବାର ଆୟୋଜିତ ହୋଇଥିବା ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବା ଅବସରରେ ସେ କହିଥିଲେ ସୁରିନାମରୁ ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ ଭିସା ଅନୁମତି ରଦ୍ଦ କରି ଆମେ ଏହି ଦିଗରେ ପ୍ରଥମ ପଦକ୍ଷେପ ନେବାକୁ ପ୍ରସ୍ତୁତ। ବାଣିଜ୍ୟ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି କରିବାର ମଧ୍ୟ ସୁଯୋଗ ରହିଛି।


Also Read: ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ବ୍ରିଟେନ ପ୍ରଧାନମନ୍ତ୍ରୀ


 


୨୦୨୧ ଜାନୁଆରୀ ୨୬ ତାରିଖ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସାଧାଣତନ୍ତ୍ର ଦିବସ (2021 Republic Day) ପରେଡ ଏଥର ସ୍ୱତନ୍ତ୍ର ହେବ। ଏଥର ଏନଏସଜି ବ୍ଲାକ୍ କ୍ୟାଟ୍ କମାଣ୍ଡୋଙ୍କ (NSG Black Cat Commando) ସହ ଦେଶର ସର୍ବବୃହତ ଅର୍ଦ୍ଧ ସାମରିକ ବଳ ସିଆରପିଏଫ (CRPF) ପ୍ରଜ୍ଞାପନ ମେଢ (Republic Day Tableau) ସ୍ଥାନ ପାଇବ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦିଲ୍ଲୀ ପୋଲିସ୍ ଏବଂ ଆଇଟିବିପି ପୋଲିସ (ITBP Police) ମାର୍ଚ୍ଚିଂ ଏବଂ ବ୍ୟାଣ୍ଡ ସ୍କ୍ୱାର୍ଡ୍ ୨୬ ଜାନୁୟାରୀରେ ପ୍ୟାରେଡରେ ସୀମିତ ଢଙ୍ଗରେ ମହାମାରୀ କାରଣରୁ ଏସଏସବି (SSB) ବାହିନୀର ଓଟ ଚାଳନା ସ୍କ୍ୱାର୍ଡ ଦେଖିବାକୁ ମିଳିବ।