Advertisement
Article Detail0/zeeodisha/odisha700889
Zee OdishaOdisha National-InternationalVictory Day Parade 2020: ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଗରେ ପରାକ୍ରମ ଦେଖାଇଲେ ଭାରତୀୟ ଯବାନ

Victory Day Parade 2020: ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଗରେ ପରାକ୍ରମ ଦେଖାଇଲେ ଭାରତୀୟ ଯବାନ

ପରେଡରେ ଭାଗନେବା ପାଇଁ ପିପୁଲ୍ସ ଲିବେରେସନ ଆର୍ମିର ୧୦୫ ସୈନିକ ଯାଇଥିବା ବେଳେ ଭାରତ ମଧ୍ୟ ୭୫ ସୈନିକଙ୍କ ଏକ ଟିମକୁ ପଠାଇଛି । ମସ୍କୋରେ ପରାକ୍ରମ ଦେଖାଇଛନ୍ତି ଭାରତୀୟ ବୀର ଯବାନ । 

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ଋଷର Victory Day Parade 2020ର ପ୍ରସଙ୍ଗିକତା ଏଥର ବଢ଼ିଯାଇଛି । କାହିଁକିନା ଗଲୱାନ ଘାଟିରେ ପରାକ୍ରମ ଦେଖାଇବା ପରେ ଏହି ପରେଡରେ ଭାଗ ନେଇଛନ୍ତି ଭାରତୀୟ ଯବାନ । ଉଭୟ ଭାରତ ଏବଂ ଚୀନର ପ୍ରତିରକ୍ଷା ମନ୍ତ୍ରୀ ଏବଂ ଉଭୟ ଦେଶର ସୈନିକ ଦଳ ଏହି ପରେଡରେ ସାମିଲ ହୋଇଛନ୍ତି । 

ପରେଡରେ ଭାଗନେବା ପାଇଁ ପିପୁଲ୍ସ ଲିବେରେସନ ଆର୍ମିର ୧୦୫ ସୈନିକ ଯାଇଥିବା ବେଳେ ଭାରତ ମଧ୍ୟ ୭୫ ସୈନିକଙ୍କ ଏକ ଟିମକୁ ପଠାଇଛି । ମସ୍କୋରେ ପରାକ୍ରମ ଦେଖାଇଛନ୍ତି ଭାରତୀୟ ବୀର ଯବାନ । ଏକ କର୍ଣ୍ଣେଲ ରେଙ୍କର ଅଧିକାରୀ ଭାରତୀୟ ଦଳର ନେତୃତ୍ୱ ନେଇଛନ୍ତି । ଗଲୱାନରେ ଚୀନକୁ ସବକ ଶିଖାଇବା ପରେ ଆଜି ମାସ୍କୋରେ ଆଜି ଭାରତୀୟ ସେନାର ମନୋବଳ ବଢ଼ିଯାଇଥିବା ଦେଇବାକୁ ମିଳିଥିଲା । 

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସୋଭିଏତ ୟୁନିୟନର ବିୟଜକୁ ନେଇ ପ୍ରତ୍ୟେକ ବର୍ଷ ଋଷରେ Victory Day Parade ଅନୁଷ୍ଠିତ ହୋଇଥାଏ । ପୂର୍ବରୁ ଏହି ପରେଡ ମଇରେ ଅନୁଷ୍ଠିତ ହେଉଥିଲା । ତେବେ ଚଳିତ ବର୍ଷ କୋରୋନା ଯୋଗୁ ଗୋଟିଏ ମାସ ପରେ ହେଉଛି । ଋଷରେ ଏହି ପେରଡକୁ ଏକ ଉତ୍ସବ ଭାବେ ମନାଯାଏ । ପ୍ରଥମ Victory Day Parade ଜୁନ ୧୯୪୫ରେ ହୋଇଥିଲା । ତେବେ ଏଥର ଭାରତ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ପରେଡରେ ସାମିଲ ହୋଇଛନ୍ତି । 

Add Zee News as a Preferred Source
About the Author