SCO Meeting: ଚୀନ୍ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର, ସୀମା ବିବାଦକୁ ନେଇ ଏହା କହିଲେ
Advertisement

SCO Meeting: ଚୀନ୍ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର, ସୀମା ବିବାଦକୁ ନେଇ ଏହା କହିଲେ

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ବୁଧବାର ତାଜିକିସ୍ତାନର ରାଜଧାନୀ ଦୁଂଶାବେରେ ସାଂଘାଇ ସହଯୋଗ ସଂଗଠନ (SCO) ବୈଦେଶିକ ମନ୍ତ୍ରୀ ଯୋଗାଯୋଗ ଗୋଷ୍ଠୀର ବୈଠକରେ ଯୋଗ ଦେଇଛନ୍ତି । ଏହି ସମୟରେ ଜୟଶଙ୍କର ଆଫଗାନିସ୍ତାନର ପରିସ୍ଥିତି ଉପରେ ଭାରତର ପକ୍ଷ ଉପସ୍ଥାପନ କରିଥିଲେ ।

 

SCO Meeting: ଚୀନ୍ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର, ସୀମା ବିବାଦକୁ ନେଇ ଏହା କହିଲେ

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦର ଝଲକ ମଧ୍ୟ ତାଜିକିସ୍ତାନର ରାଜଧାନୀ ଦୁଂଶାବେରେ (Dushanbe) ଅନୁଷ୍ଠିତ ସାଂଘାଇ କର୍ପୋରେସନ୍ ବୈଠକରେ (SCO Meet) ଦେଖିବାକୁ ମିଳିଛି । ଏହି ବୈଠକରେ ଭାରତ ଚୀନ୍‌କୁ (China) କହିଛି ଯେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ସୀମାରେ ଶାନ୍ତି ଓ ସହାର୍ଦ୍ଦ୍ୟର ପୁନଃରୁଦ୍ଧାର  ଆବଶ୍ୟକ । ଏକପାଖିଆ ପରିବର୍ତ୍ତନ ଗ୍ରହଣ କରାଯିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଛି । ବୈଠକରେ ବରିଷ୍ଠ କମାଣ୍ଡର ସ୍ତରରେ ଆଲୋଚନା ପାଇଁ ଏକ ଚୁକ୍ତିନାମା ହୋଇଛି ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର (S. Jaishankar) ଲାଇନ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (LAC) ସହ ଜଡିତ ଏହି ପ୍ରସଙ୍ଗରେ ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି ବୋଲି ଜୟଶଙ୍କର ଟ୍ୱିଟ୍ କରିଛନ୍ତି । ଏକପାଖିଆ ସ୍ଥିତି ଗ୍ରହଣୀୟ ନୁହେଁ ବୋଲି ବୈଠକରେ ସୂଚିତ କରାଯାଇଥିଲା । ଏସସିଓ ବୈଠକ ମଧ୍ୟରେ ଦୁଇ ନେତାଙ୍କ ବୈଠକ ପ୍ରାୟ ଏକ ଘଣ୍ଟା ଧରି ଅନୁଷ୍ଠିତ ହୋଇଥିଲା ।

ଅଧିକ ପଢ଼ନ୍ତୁ: DA ବୃଦ୍ଧି ପରେ କେତେ ବୃଦ୍ଧି ପାଇବ ଆପଣଙ୍କ ଦରମା? ଏଠାରେ ଜାଣନ୍ତୁ

LAC ସମ୍ବନ୍ଧୀୟ ସୂଚନା ଦେଇଛି ସେନା
ଏହା ପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ ସେନା କହିଛି ଯେ ପୂର୍ବ ଲଦାଖର ସେହି ଅଞ୍ଚଳକୁ ପୁନର୍ବାର ଫେରାଇ ଆଣିବା ଓ ଏହି ଅଞ୍ଚଳରେ ମୁହାଁମୁହିଁ ସମସ୍ୟାର ସମାଧାନ ପାଇଁ ଭାରତୀୟ କିମ୍ବା ଚୀନ୍ ପକ୍ଷରୁ କୌଣସି ପ୍ରୟାସ କରାଯାଇ ନାହିଁ । ଉଭୟ ପକ୍ଷ ଆଲୋଚନା କରୁଛନ୍ତି । ସେନା କହିଛି ଯେ ଏହା ପିପୁଲ୍ସ ଲିବରେସନ୍ ଆର୍ମିର (PLA) କାର୍ଯ୍ୟକଳାପ ଉପରେ ନଜର ରଖିଛି ।

ଅଧିକ ପଢ଼ନ୍ତୁ: PPE କିଟ୍ ପିନ୍ଧି ଖେଳାଳିଙ୍କୁ ଟ୍ରେନିଂ ଦେଉଛନ୍ତି ଶ୍ରୀଲଙ୍କା କୋଚ୍, ଦେଖନ୍ତୁ Video

ନିକଟରେ ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଚୀନ୍ ସେନା ପୂର୍ବ ଲଦାଖର ଅନେକ ସ୍ଥାନରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) କୁ ଅତିକ୍ରମ କରିସାରିଛି ଓ ଉଭୟ ପକ୍ଷ ମଧ୍ୟରେ ଅତି କମରେ ଗୋଟିଏ ସଂଘର୍ଷ ଘଟିଛି । ଏହି ଖବରକୁ ପ୍ରତ୍ୟାଖ୍ୟାନ କରି ସେନା ଏକ ବୟାନ ଜାରି କରିଛି । ସ୍ଥଳସେନା କହିଛନ୍ତି ଯେ ଚଳିତ ବର୍ଷ ଫେବୃଆରୀରେ ସୈନ୍ୟବାହିନୀ ପ୍ରତ୍ୟାହାର ନେଇ ଚୁକ୍ତିନାମା ପରଠାରୁ ଉଭୟ ପକ୍ଷ ସେହି ଅଞ୍ଚଳରୁ ସେନା ପ୍ରତ୍ୟାହାର କରିନେବାକୁ କୌଣସି ଉଦ୍ୟମ କରିନାହାଁନ୍ତି ।