ସୁସ୍ଥ ହେଲେ କୋଟିଏ କୋରୋନା ଆକ୍ରାନ୍ତ
Advertisement

ସୁସ୍ଥ ହେଲେ କୋଟିଏ କୋରୋନା ଆକ୍ରାନ୍ତ

ଦେଶରେ ଏପର୍ଯ୍ୟନ୍ତ ୧୪ଲକ୍ଷ ୩୫ ହଜାର ୪୫୩ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୩୨ ହଜାର ୭୭୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି । 

ସୁସ୍ଥ ହେଲେ କୋଟିଏ କୋରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୯ହଜାର ୯୩୧ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ଏହା ସର୍ବାଧିକ । ସେହିପରି ଏହି ସମୟ ମଧ୍ୟରେ ୭୦୮ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । ବର୍ତ୍ତମାନ ଯେଉଁ ପରି ଭାବରେ କୋରୋନା ସଂକ୍ରମଣ ବଢ଼ିଚାଲିଛି, ଆଗକୁ ଏହା ଆହୁରି ଭୟଙ୍କର ରୂପ ଧାରଣ କରିବା ବୋଲି ଆଶଙ୍କା ପ୍ରକାଶ ପାଇଲାଣି । 

ଦେଶରେ ଏପର୍ଯ୍ୟନ୍ତ ୧୪ଲକ୍ଷ ୩୫ ହଜାର ୪୫୩ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୩୨ ହଜାର ୭୭୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି । ଆଶ୍ୱସ୍ତିକର ଖବର ଏହା ଯେ, ଆକ୍ରାନ୍ତଙ୍କ ମଧ୍ୟରୁ ୯ଲକ୍ଷ ୧୭ ହଜାର ୫୬୮ ଜଣ ସୁସ୍ଥ ହେଲେଣି । ଏବେ ୪ଲକ୍ଷ ୮୫ ହଜାର ୧୧୪ଟି ଆକ୍ଟିଭ କେସ ରହିଛି । 

ଏବେ ନଜର ପକାଇବା ବିଶ୍ୱବ୍ୟାପୀ କୋରୋନା ସ୍ଥିତି ଉପରେ । ସମଗ୍ର ବିଶ୍ୱରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୬୪ଲକ୍ଷ ୨୦ ହଜାର ୨୮୯ରେ ପହଞ୍ଚିଛି । ସେହିପରି ୬ଲକ୍ଷ ୫୨ ହଜାର ୨୫୬ ଜଣଙ୍କ ମୃତ୍ୟୁ ହେଲାଣି । ଆକ୍ରାନ୍ତଙ୍କ ମଧ୍ୟରୁ ୧କୋଟି ୪୮ ହଜାର ୫୨ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୫୭ଲକ୍ଷ ୧୯ ହଜାର ୯୮୧ଟି ଆକ୍ଟିଭ କେସ ରହିଛି । 

ନଜର ପକାଇବା ଆମେରିକାର ସ୍ଥିତି ଉପରେ । ଆମେରିକାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୪୪ଲକ୍ଷ ହେଲାଣି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ଦେଢ଼ ଲକ୍ଷ ଛୁଇଁବାକୁ ବସିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏବେ ଆକ୍ଟିଭ କେସ ସଂଖ୍ୟା ୨୧ଲକ୍ଷ ଉପରେ ରହିଛି । 

ଆକ୍ରାନ୍ତଙ୍କ ସଂଖ୍ୟାରେ ଟପ-୨ରେ ରହିଛି ବ୍ରାଜିଲ । ଏହି ଦେଶରେ ୨୪ଲକ୍ଷରୁ ଉର୍ଦ୍ଧ୍ୱ ଲୋକ କୋରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ସେହିପରି ୮୭ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ମଧ୍ୟ ହେଲାଣି । ତେବେ ବ୍ରାଜିଲରେ ଆକ୍ଟିଭ କେସ ସଂଖ୍ୟା ପାକାପାଖି ୭ଲକ୍ଷ ରହିଛି । 

ଆମ ଦେଶ ଭାରତ ଟପ-୩ରେ ରହିଛି । ଭାରତ ତଳକୁ ଋଷ, ଦକ୍ଷିଣ ଆଫ୍ରିକା, ମେକ୍ସିକୋ, ପେରୁ, ଚିଲେ, ସ୍ପେନ, ୟୁକେ ଇତ୍ୟାଦି ରହିଛନ୍ତି । ପଡ଼ୋଶୀ ପାକିସ୍ତାନ ଟପ-୧୨ରେ ରହିଥିବା ବେଳେ ବାଂଲାଦେଶ ୧୭ ନମ୍ବରରେ ରହିଛି । କୋରୋନାର ଉତ୍ପତ୍ତି ସ୍ଥଳ ଚୀନ ଏବେ ୨୬ ନମ୍ବରକୁ ଖସିଲାଣି ।