ଭାରତରେ ୨୦ ହଜାର ପାର୍ କଲା କୋରୋନା ଜନିତ ମୃତ୍ୟୁ

ଆକ୍ରାନ୍ତଙ୍କ ମଧ୍ୟରୁ ୪ଲକ୍ଷ ୩୯ ହଜାର ୯୪୮ ଜଣ ସୁସ୍ଥ ହୋଇସାରିଲେଣି । ଏବେ ୨ ଲକ୍ଷ ୫୯ ହଜାର ୫୫୭ଟି ଆକ୍ଟିଭ କେସ ରହିଛି ।

ଭାରତରେ ୨୦ ହଜାର ପାର୍ କଲା କୋରୋନା ଜନିତ ମୃତ୍ୟୁ

ନୂଆଦିଲ୍ଲୀ: ଦେଖି ଦେଖୁ ଦେଶରେ ୭ ଲକ୍ଷ ପାର କଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ୨୦ ହଜାର ଟପିଲାଣି କୋରୋନା ଜନିତ ମୃତ୍ୟୁ । ଗତ ୪ରୁ ୫ ଦିନ ମଧ୍ୟରେ ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଲେଣି । ଯାହାକି ଚିନ୍ତାର କାରଣ ପାଲଟିଛି । ପ୍ରତ୍ୟେକ ଦିନ ୨୦ରୁ ୨୫ ହଜାର ନୂଆ ମାମଲା ସାମ୍ନାକୁ ଆସୁଛି । ଆକ୍ରାନ୍ତଙ୍କ ସଂଖ୍ୟାରେ ଏବେ ଟପ-୩ରେ ଥିବା ଭାରତ ଯେ ଦିନେ ଟପ-୧କୁ ଚାଲିଯିବ, ଏଭଳି କିଛି ଆଶଙ୍କା ପ୍ରକାଶ ପାଇଲାଣି । ଲଗାତାର ଭାବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ବଢ଼ିବାରେ ଲାଗିଥିବାରୁ ଏହାକୁ ନିୟନ୍ତ୍ରଣ କରିବା ବଡ଼ ଚ୍ୟାଲେଞ୍ଜ ହେବ । 

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨୨୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୪୬୭ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୧୯ ହଜାର ୬୬୫ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୦ ହଜାର ୧୬୦ ଛୁଇଁଛି । 

ତେବେ ଆଶ୍ୱସ୍ତିକର ଖବର ଏହା ଯେ, ଆକ୍ରାନ୍ତଙ୍କ ମଧ୍ୟରୁ ୪ଲକ୍ଷ ୩୯ ହଜାର ୯୪୮ ଜଣ ସୁସ୍ଥ ହୋଇସାରିଲେଣି । ଏବେ ୨ ଲକ୍ଷ ୫୯ ହଜାର ୫୫୭ଟି ଆକ୍ଟିଭ କେସ ରହିଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।