ଆଜି ବି ପୂର୍ବ ରେକର୍ଡ ଭାଙ୍ଗିଲା କୋରୋନା

ଦେଶରେ ଏପର୍ଯ୍ୟନ୍ତ ୮ ଲକ୍ଷ ୨୦ ହଜାର ୯୧୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୨୨ ହଜାର ୧୨୩ ଜଣଙ୍କ ମୃତ୍ୟୁ ହେଲାଣି ।

ଆଜି ବି ପୂର୍ବ ରେକର୍ଡ ଭାଙ୍ଗିଲା କୋରୋନା

ନୂଆଦିଲ୍ଲୀ: ଭାରତରେ ଅସମ୍ଭାଳ ହେଲାଣି କୋରୋନା ସ୍ଥିତି । ପ୍ରତ୍ୟେକ ଦିନ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଦୈନିକ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୭ ହଜାର ୧୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ଏହା ସର୍ବାଧିକ । ସେହିପରି ଏହି ସମୟ ମଧ୍ୟରେ ୫ଶହ ୧୯ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । 

ଦେଶରେ ଏପର୍ଯ୍ୟନ୍ତ ୮ ଲକ୍ଷ ୨୦ ହଜାର ୯୧୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୨୨ ହଜାର ୧୨୩ ଜଣଙ୍କ ମୃତ୍ୟୁ ହେଲାଣି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୫ଲକ୍ଷ ୧୫ ହଜାର ୩୮୬ ଜଣ ସୁସ୍ଥ ହେଲେଣି । ଏବେ ୨ ଲକ୍ଷ ୮୩ ହଜାର ୪୦୭ଟି ଆକ୍ଟିଭ କେସ ରହିଛି ।