ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ପାର୍
Advertisement
Article Detail0/zeeodisha/odisha711018

ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ପାର୍

ଦେଶରେ ଏପର୍ଯ୍ୟନ୍ତ ୯ଲକ୍ଷ ୬ ହଜାର ୭୫୨ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୨୩ ହଜାର ୭୨୭ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି । 

ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ପାର୍

ନୂଆଦିଲ୍ଲୀ: ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ପାର୍ । ଗତ ୨୪ ଘଣ୍ଟା ମଧ୍ୟରେ ୨୮ ହଜାର ୪୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୫୫୩ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳୁଛି । 

ଦେଶରେ ଏପର୍ଯ୍ୟନ୍ତ ୯ଲକ୍ଷ ୬ ହଜାର ୭୫୨ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୨୩ ହଜାର ୭୨୭ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୫ଲକ୍ଷ ୭୧ ହଜାର ୪୬୦ ଜଣ ସୁସ୍ଥ ମଧ୍ୟ ହେଲେଣି । ଏବେ ୩ଲକ୍ଷ ୧୧ ହଜାର ୫୬୫ଟି ଆକ୍ଟିଭ କେସ ରହିଛି । 

ଏବେ ନଜର ପକାନ୍ତୁ ବିଶ୍ୱବ୍ୟାପୀ କୋରୋନା ସ୍ଥିତି ଉପରେ । ସମଗ୍ର ବିଶ୍ୱରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୩୨ ଲକ୍ଷ ୩୮ ହଜାର ୪୪୮ରେ ପହଞ୍ଚିଛି । ସେହିପରି ୫ଲକ୍ଷ ୭୫ ହଜାର ୫୪୭ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ଆକ୍ରାନ୍ତଙ୍କ ମଧ୍ୟରୁ  ୭୬ଲକ୍ଷ ୯୮ ହଜାର ୪୪୯ ଜଣ ସୁସ୍ଥ ହେଲେଣି । ଏବେ ୪୯ ଲକ୍ଷ ୬୪ ହଜାର ୪୫୨ଟି ଆକ୍ଟିଭ କେସ ରହିଛି । 

;