ଦେଶରେ କୋରୋନା ଭାଇରସ୍ ମହାମାରୀ ରୋକିବା ପାଇଁ ୨୪ ମାର୍ଚ୍ଚରୁ ଲକଡାଉନ୍ ଜାରି ରହିଛି । ଏହି ସମୟ ମଧ୍ୟରେ ସମସ୍ତ ଘରୋଇ ଏବଂ ଆନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଚଳାଚଳ ସ୍ଥଗିତ ଅଛି । ଫଳସ୍ୱରୂପ, ଭାରତୀୟ ବିମାନ ଶିଳ୍ପର ଆୟ ପ୍ରତିକୂଳ ପ୍ରଭାବିତ ହୋଇଛି ।
Trending Photos
ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୋନୋଜୟ ଦତ୍ତା ଗୁରୁବାର ଦିନ କର୍ମଚାରୀମାନଙ୍କୁ କହିଛନ୍ତି ଯେ, ଏୟାରଲାଇନ୍ସ ଦରମା ହ୍ରାସ ନିଷ୍ପତ୍ତି ପ୍ରତ୍ୟାହାର କରି ନେଇଛି । ସରକାରଙ୍କ ଆବେଦନ ଉପରେ ଏହି ନିଷ୍ପତ୍ତି ନିଆଯାଇଛି । ଯେଉଁଥିରେ କର୍ମଚାରୀଙ୍କ ଦରମା ହ୍ରାସ ନକରିବାକୁ କମ୍ପାନୀମାନଙ୍କୁ କୁହାଯାଇଛି । କମ୍ପାନୀ ଏପ୍ରିଲ ମାସରେ ବରିଷ୍ଠ କର୍ମଚାରୀଙ୍କ ଦରମା ହ୍ରାସ କରିବାକୁ ଘୋଷଣା କରିଥିଲା । ଦତ୍ତ କର୍ମଚାରୀମାନଙ୍କୁ ଏକ ଇ-ମେଲରେ କହିଛନ୍ତି, ତଥାପି ଆମର କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ତଥା ବରିଷ୍ଠ ଉପସଭାପତିମାନେ ସ୍ୱେଚ୍ଛାକୃତ ଭାବେ ଏହି ମାସରେ କମ୍ ବେତନ ନେବାକୁ ନିଷ୍ପତ୍ତି ନେଇଛନ୍ତି । ଅନ୍ୟ ସମସ୍ତ କର୍ମଚାରୀ ଏପ୍ରିଲ ମାସ ପାଇଁ ପୂର୍ଣ୍ଣ ଦରମା ଆଶା କରିପାରନ୍ତି ।
ଦେଶରେ କୋରୋନା ଭାଇରସ୍ ମହାମାରୀ ରୋକିବା ପାଇଁ ୨୪ ମାର୍ଚ୍ଚରୁ ଲକଡାଉନ୍ ଜାରି ରହିଛି । ଏହି ସମୟ ମଧ୍ୟରେ ସମସ୍ତ ଘରୋଇ ଏବଂ ଆନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଚଳାଚଳ ସ୍ଥଗିତ ଅଛି । ଫଳସ୍ୱରୂପ, ଭାରତୀୟ ବିମାନ ଶିଳ୍ପର ଆୟ ପ୍ରତିକୂଳ ପ୍ରଭାବିତ ହୋଇଛି । ଦତ୍ତା ଏକ ଇ-ମେଲରେ କହିଛନ୍ତି ଯେ, ବନ୍ଦ ସମୟରେ କର୍ମଚାରୀଙ୍କ ଦରମା ହ୍ରାସ ନକରିବାକୁ ସରକାରଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଆମେ ଗତ ଏପ୍ରିଲ ମାସରେ ଦରମା ହ୍ରାସ ଘୋଷଣାକୁ କାର୍ଯ୍ୟକାରୀ ନକରିବାକୁ ନିଷ୍ପତ୍ତି ନେଇଛୁ ।
ମାର୍ଚ୍ଚ ୧୯ରେ ଦତ୍ତ ଘୋଷଣା କରିଥିଲେ ଯେ, "କୋରୋନା ଭାଇରସ୍ ମହାମାରୀ ଏବଂ ବନ୍ଦକୁ ଦୃଷ୍ଟିରେ ରଖି ବିମାନ କମ୍ପାନୀ ଏହାର ବରିଷ୍ଠ କର୍ମଚାରୀଙ୍କ ଦରମା ହ୍ରାସ କରିବାକୁ ଯାଉଛି । ସେମାନେ ନିଜେ ୨୫ ପ୍ରତିଶତ କମ୍ ବେତନ ନେବେ । ସେ ନିଜେ ୨୫ ପ୍ରତିଶତ କମ୍ ବେତନ ଗ୍ରହଣ କରୁଥିବାବେଳେ ବରିଷ୍ଠ ଉପାଧ୍ୟକ୍ଷ(ଏସପିଭି) ଏବଂ ଉପର ଅଧିକାରୀମାନେ ୨୦ ପ୍ରତିଶତ, ଉପାଧ୍ୟକ୍ଷ (ଭିପି) ଏବଂ କ୍ରୁ (କକ୍ପିଟ୍) ସଦସ୍ୟମାନେ ୧୫ ପ୍ରତିଶତ କମ୍ ବେତନ ପାଇବେ । ସହକାରୀ ଉପାଧ୍ୟକ୍ଷ (ଏବିବି), ଡି ବ୍ୟାଣ୍ଡ କର୍ମଚାରୀ ଏବଂ ଅନ୍ୟ କ୍ରୁ ସଦସ୍ୟ (କ୍ୟାବିନ କ୍ରୁ) ୧୦ ପ୍ରତିଶତ ଏବଂ ବ୍ୟାଣ୍ଡ ସି ଅଧୀନରେ ଥିବା କର୍ମଚାରୀମାନେ ୫ ପ୍ରତିଶତ କମ୍ ବେତନ ପାଇବେ ।"