Shocking News: ପ୍ରଶିକ୍ଷଣ ବେଳେ ଘଟିଗଲା ଅଘଟଣ, ଅଳ୍ପକେ ବର୍ତ୍ତିଲେ ଯବାନ
Advertisement

Shocking News: ପ୍ରଶିକ୍ଷଣ ବେଳେ ଘଟିଗଲା ଅଘଟଣ, ଅଳ୍ପକେ ବର୍ତ୍ତିଲେ ଯବାନ

Indonesia Viral Video: ଟ୍ରେନିଂ ସମୟରେ ସୈନିକ ହର୍କ୍ୟୁଲସ୍ ସି-୧୩୦ ବିମାନରୁ ଡେଇଁପଡିଥିଲେ। ହେଲେ ତାଙ୍କର ପାରାଚ୍ୟୁଟ୍ ଖୋଲି ନଥିଲା। ଏହା ପରେ ସେ ସିଧାସଳଖ ୧୬୦୦ ଫୁଟ ଉଚ୍ଚରୁ ତଳକୁ ଖସି ପଡ଼ିତିଲେ। ଯଦିଓ ଏହି ଦୁର୍ଘଟଣାରେ ସୈନିକଙ୍କ ଜୀବନ ରକ୍ଷା ହୋଇଯାଇଛି ମାତ୍ର ତାଙ୍କୁ ଜୋରଦାର ଆଘାତ ଲାଗିଛି। 

Shocking News: ପ୍ରଶିକ୍ଷଣ ବେଳେ ଘଟିଗଲା ଅଘଟଣ, ଅଳ୍ପକେ ବର୍ତ୍ତିଲେ ଯବାନ

Indonesia: ପ୍ରଶିକ୍ଷଣ ସମୟରେ ଘଟି ଯାଇଥିବା ଘଟି ଯାଇଥିବା ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଜଣେ ଯବାନ। ଇଣ୍ଡୋନେସିଆରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏଠାରେ ଜଣେ ସୈନିକ ଟ୍ରେନିଂ ବେଳେ ହର୍କ୍ୟୁଲିସ୍ ସି-୧୩୦ ବିମାନରୁ ତଳକୁ ଡେଇଁ ପଡିଥିଲେ। ମାତ୍ର ସେତେବେଳେ ତାଙ୍କ ପାରାଚ୍ୟୁଟ୍ ଖୋଲି ପାରିଲା ନାହିଁ। ଏହା ପରେ ସେ ସିଧାସଳଖ ୧୬୦୦ ଫୁଟ ଉଚ୍ଚତାରୁ ଖସି ତଳେ ଆସି ପଡ଼ିଥିଲେ। ଯଦିଓ ଏହି ଦୁର୍ଘଟଣାରେ ଯଦିଓ ସୈନିକଙ୍କ ଜୀବନ ରକ୍ଷା ହୋଇଯାଇଛି ମାତ୍ର ସେ ଆହତ ହୋଇଛନ୍ତି।  ଇଣ୍ଡୋନେସିଆରେ ଘଟିଥିବା ଏହି ଘଟଣାର ଏବେ ଭିଡିଓ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେବାରେ ଲାଗିଛି।

ଟ୍ରେନିଂ ସମୟରେ ଜଣେ ସୈନିକ ବିମାନରୁ ତଳେ ପଡ଼ିଯାଇଥିଲେ। ଏହି ସମୟରେ ତାଙ୍କର ପାରାଚ୍ୟୁଟ୍ ଖୋଲିନଥିଲ। ପ୍ରାୟ ୧୬୦୦ ଫୁଟ ଉଚ୍ଚତାରୁ ଖସି ପଡ଼ିବା ସତ୍ତ୍ୱେ ଏହି ସୈନିକଙ୍କ ଜୀବନ ଅତି ଚମତ୍କାର ଭାବେ ବଞ୍ଚି ଯାଇଥିଲା। ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଟ୍ରେନିଂ ସମୟରେ ପାରାଚ୍ୟୁଟ୍ ଖୋଲିନଥିବାର ଦେଖିବାକୁ ମିଳିଛି। ଏହି ଘଟଣା ଇଣ୍ଡୋନେସିଆରେ ଘଟିଥିବା ଜଣାପଡ଼ିଛି।

Also Read: USA: ଏୟାର ସୋ କାର୍ଯ୍ୟକ୍ରମ ବେଳେ ପରସ୍ପର ସହ ପିଟି ହେଲେ ୨ ବିମାନ

ବ୍ରିଟିଶ ସମ୍ବାଦପତ୍ର ଡେଲି ମେଲ ରିପୋର୍ଟ ଅନୁଯାୟୀ, ସୈନିକ ସଲମାନ କ୍ରିସନେସ ହେଉଛନ୍ତି ଇଣ୍ଡୋନେସିଆ ଅରେଞ୍ଜ ବେରେଟସ୍ ସଦସ୍ୟ। ଗତ ୮ ନଭେମ୍ବରରେ ଏହି ଇଣ୍ଡୋନେସିଆ ସୈନିକ ଜଣଙ୍କ ଦେଶର ରାଜଧାନୀ ଜାକର୍ତ୍ତାର ପୂର୍ବ ଭାଗରେ ଅବସ୍ଥିତ ସୁଲେମାନ ବାୟୁସେନା ଘାଟିରେ ଅନୁଷ୍ଠିତ ହୋଇଥିବା ପ୍ରଶିକ୍ଷଣ ଅଭ୍ୟାସରେ ଭାଗ ନେଉଥିଲେ। ପ୍ରଶିକ୍ଷଣ ବେଳେ ତାଙ୍କୁ କମ୍ ଉଚ୍ଚତାରେ ଉଡ଼ୁଥିବା ହର୍କ୍ୟୁଲସ୍ ସି-୧୩୦ ବିମାନରୁ ତଳକୁ ଡେଇଁବାର ଥିଲା। ଏହି ସମୟରେ ଅନ୍ୟ ସୈନିକ ମଧ୍ୟ ତାଙ୍କ ସହ ତଳକୁ ଡେଇଁଥିଲେ। ମାତ୍ର ବିମାନର ତଳକୁ ଡେଇଁବା ବେଳେ ସଲମାନଙ୍କ ପାରାଚ୍ୟୁଟ୍ ଖୋଲିନଥିଲା।  ଯାହା ଫଳରେ ସେ ୧୬୦୦ ଫୁଟ ଉଚ୍ଚରୁ ତଳେ ପଡ଼ିଯାଇଥିଲେ। ଏହି ଦୁର୍ଘଟଣାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି।

ଏହି ଘଟଣାରେ ସୈନିକ ସଲମାନ କ୍ରିସନେସଙ୍କ ଶରୀରର ପଛ ଭାଗରେ ଆଘାତ ଲାଗିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କର ଚିକିତ୍ସା ମଧ୍ୟ ଚାଲିଛି। ସୈନ୍ୟ ପ୍ରଶିକ୍ଷଣ ସମୟରେ ହୋଇଥିବା ଏହି ଦୁର୍ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଇଣ୍ଡୋନେସିଆ କ୍ୱିକ୍ ରିଆକସନ ଫୋର୍ସ ମୁଖପାତ୍ର କର୍ଣ୍ଣେଲ ଗୁନୱାନ। ଏନେଇ ମତ ରଖି ମୁଖପାତ୍ର କହିଛନ୍ତି ଆମର ଜଣେ ସୈନିକ ବିମାନରୁ ଡେଇଁବା ପରେ ତାଙ୍କ ପାରାଚ୍ୟୁଟ୍ ଖୋଲିପାରିଲା ନାହିଁ। ଏଥିରେ ଲାଗିଥିବା ରଶି ପରସ୍ପର ସହ ଛନ୍ଦି ହୋଇଯାଇଥିଲେ। ଏହି କାରଣରୁ ସୈନିକ ସଫଳ ଅବତରଣ କରିବା ପରିବର୍ତ୍ତେ ବିମାନକୁ ତଳକୁ ଖସି ଆହତ ହୋଇଥିଲେ। ଏହି ଘଟଣା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯେଉଁଠି ତାଙ୍କର ଚିକିତ୍ସା ଚାଲିଛି। ବର୍ତ୍ତମାନ ତାଙ୍କର ଅବସ୍ଥା ଏବେ ସ୍ଥିର ରହିଛି।

Also Read: Russia: ଆବାସିକ କୋଠାରେ ପିଟିହେଲା ଯୁଦ୍ଧ ବିମାନ, ଅଳ୍ପକେ ବର୍ତ୍ତିଲେ ପାଇଲଟ

ଇଣ୍ଡୋନେସିଆ କ୍ୱିକ୍ ରିଆକସନ ଫୋର୍ସ (Indonesian Quick Reaction Force) କୋପାସଗେଟ୍ (Kopasgat) ନାମରେ ଜଣାଶୁଣା। ଯାହା ଇଣ୍ଡୋନେସିଆ ବାୟୁସେନାର ଏକ ସ୍ୱତନ୍ତ୍ର ୟୁନିଟ୍ (Indonesian Air Force Elite Unit)। ଏହାକୁ ଇଣ୍ଡୋନେସିଆ ଅରେଞ୍ଜ ବେରେଟସ୍ (Indonesia Orange Berets) ମଧ୍ୟ କୁହାଯାଏ। ଏହି  ୟୁନିଟ ସାଧାରଣତଃ ଆତଙ୍କବାଦ ବିରୋଧୀ ଅଭିଯାନରେ ଭାଗ ନେଇଥାଏ। ଏହା ସହିତ ଏହି ୟୁନିଟ୍ ବିମାନ ଅପହରଣ ଏବଂ ଗୁପ୍ତଚର କାର୍ଯ୍ୟରେ ମଧ୍ୟ ଭାଗ ନେଇଥାଏ |