ଇସଲାମ ଛାଡି ହିନ୍ଦୁ ହେବେ ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ; ଜାଣନ୍ତୁ କାରଣ
Advertisement

ଇସଲାମ ଛାଡି ହିନ୍ଦୁ ହେବେ ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ; ଜାଣନ୍ତୁ କାରଣ

ସୁକମାବତୀ ସୁକର୍ଣ୍ଣୋପୁତ୍ରି ଇସଲାମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଇଣ୍ଡୋନେସିଆ ପୂର୍ବତନ ରାଷ୍ଟ୍ରପତି ମେଗାବତୀ ସୁକର୍ଣ୍ଣୋପୁତ୍ରିଙ୍କ ସାନ ଭଉଣୀ । 

 

ଇସଲାମ ଛାଡି ହିନ୍ଦୁ ହେବେ ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ; ଜାଣନ୍ତୁ କାରଣ

ଜାକର୍ତ୍ତା: ଇଣ୍ଡୋନେସିଆର (Indonesia) ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ (Indonesia’s former president Sukarno) ସୁକମାବତୀ ସୁକର୍ଣ୍ଣୋପୁତ୍ରୀ (Sukmawati Sukarnoputri) ଇସଲାମ ଧର୍ମ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କରିବାକୁ  (Convert to Hinduism from Islam) ନିଷ୍ପତ୍ତି ନେଇଛନ୍ତି । ଅକ୍ଟୋବର ୨୬ ରେ, ସେ ଏକ ପୂଜାରେ ସାମିଲ ହେବେ ଓ ଏହା ସହିତ ହିନ୍ଦୁ ଧର୍ମ ଗ୍ରହଣ କରିବେ ।

ସିଏନ୍ଏନ୍ ଇଣ୍ଡୋନେସିଆର ରିପୋର୍ଟ ଅନୁଯାୟୀ ଏହି କାର୍ଯ୍ୟକ୍ରମ ମଙ୍ଗଳବାର ସୁକର୍ଣ୍ଣୋ ହେରିଟେଜ୍ ଏରିଆରେ (Sukarno Center Heritage Area) ଅନୁଷ୍ଠିତ ହେବ । ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କର ତୃତୀୟ ଝିଅ ସୁକମାବତୀ । ପୂର୍ବତନ ରାଷ୍ଟ୍ରପତି ମେଗାବତୀ ସୁକର୍ଣ୍ଣୋପୁତ୍ରୀଙ୍କ ସାନ ଭଉଣୀ । ୭୦ ବର୍ଷୀୟ ସୁକମାବତୀ ସୁକର୍ଣ୍ଣୋପୁତ୍ରୀ ଇଣ୍ଡୋନେସିଆରେ ରୁହନ୍ତି । ୨୦୧୮ ରେ କଠୋରପନ୍ଥୀ ଇସଲାମ ଗୋଷ୍ଠୀ ତାଙ୍କ ବିରୁଦ୍ଧରେ ଇସଲାମକୁ ଅପମାନ କରିଥିବାର ଅଭିଯୋଗ ଆଣିଥିଲେ ।

ଏହା ବି ପଢ଼ନ୍ତୁ: Aryan Khan Drugs Case: ସମୀର ୱାଙ୍ଖଡେ ମାଗିଥିଲେ ୮ କୋଟି ଟଙ୍କା! ସାକ୍ଷୀ ଆଣିଲେ ବଡ଼ ଅଭିଯୋଗ

ବାସ୍ତବରେ ସୁକମାବତୀ ଏକ କବିତା ସେୟାର କରିଥିଲେ, ଯାହାକୁ ନେଇ ମୌଳିକବାଦୀମାନେ ଅଭିଯୋଗ କରିହିଲେ ଯେ ସେ ଇସଲାମକୁ ଅପମାନ କରିଛନ୍ତି । ଏହି ଘଟଣା ପରେ ସୁକମାବତୀ ମଧ୍ୟ ତାଙ୍କ କବିତା ପାଇଁ କ୍ଷମା ମାଗିଥିଲେ । ତେବେ ଏହା ପରେ ମଧ୍ୟ ତାଙ୍କ ସହ ବିବାଦ ଶେଷ ହେବାର ନାମ ନେଇନଥିଲା ଓ ତାଙ୍କୁ ଅନେକ ସମୟରେ ସମାଲୋଚନା କରାଯାଇଥିଲା ।

ଇଣ୍ଡୋନେସିଆରେ ଇସଲାମର ସର୍ବାଧିକ ଅନୁଗାମୀ ଅଛନ୍ତି । କେବଳ ଏତିକି ନୁହେଁ, ଇଣ୍ଡୋନେସିଆ ମଧ୍ୟ ବିଶ୍ୱର ସର୍ବବୃହତ ମୁସଲମାନ ଜନସଂଖ୍ୟା ବିଶିଷ୍ଟ ଦେଶ । ଆପଣଙ୍କୁ କହିରଖିବୁ ଯେ ସୁକମାବତୀଙ୍କ ପିତା ସୁକର୍ଣ୍ଣୋଙ୍କ ଯୁଗରେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସମ୍ପର୍କ ବହୁତ ଭଲ ଥିଲା ।

ଏହା ବି ପଢ଼ନ୍ତୁ: ସ୍ଵଚ୍ଛ ଭାରତରୁ ଡ୍ରୋନ୍ ପଲିସି ପର୍ଯ୍ୟନ୍ତ ପଢ଼ନ୍ତୁ ପିଏମ ମୋଦୀଙ୍କ 'ମନ କି ବାତ' ସମ୍ବନ୍ଧୀୟ 10 ଟି କଥା

ଆପଣ କାହିଁକି ହିନ୍ଦୁ ଧର୍ମ ଅନୁସରଣ କରୁଛନ୍ତି?
ସୁକମାବତୀଙ୍କ ଓକିଲ ଭିଟାରିଆନୋ ରେଜୋଜ୍ରୋଜୋ କହିଛନ୍ତି ଯେ ଏହାର କାରଣ ହେଉଛି ତାଙ୍କ ଜେଜେମା’ଙ୍କ ଧର୍ମ, ସେ ଆହୁରି ମଧ୍ୟ କହିଛନ୍ତି ଯେ ସୁକମାବତୀ ଏହା ବିଷୟରେ ଅନେକ ଅଧ୍ୟୟନ କରିଛନ୍ତି । ହିନ୍ଦୁ ଧର୍ମଶାସ୍ତ୍ରକୁ ଭଲ ଭାବରେ ପଢ଼ିଛନ୍ତି ।

ବାଲି ଯାତ୍ରା ସମୟରେ ସୁକମାବତୀ ପ୍ରାୟତଃ ହିନ୍ଦୁ ଧାର୍ମିକ ସମାରୋହରେ ଯୋଗ ଦେଇଥିଲେ ଓ ହିନ୍ଦୁ ଧାର୍ମିକ ବ୍ୟକ୍ତିବିଶେଷଙ୍କ ସହ କଥାବାର୍ତ୍ତା କରିଥିଲେ । ଅକ୍ଟୋବର ୨୬ ରେ ବାଲି ଆଗଙ୍ଗ ସିଙ୍ଗରାଜାରେ 'ଶୁଦ୍ଧ ବଦାନୀ' ନାମକ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଯେଉଁଠାରେ ସେ ହିନ୍ଦୁ ଧର୍ମ ଗ୍ରହଣ କରିବେ । ତାଙ୍କ ସମ୍ପର୍କୀୟମାନେ ମଧ୍ୟ ଏଥିରେ ସହମତ ହୋଇ କହିଛନ୍ତି ଯେ ସେ ଗତ କିଛି ବର୍ଷ ଧରି ହିନ୍ଦୁ ଧର୍ମରେ ଯୋଗ ଦେବାକୁ ଚାହୁଁଥିଲେ ।