EngvsWI: ପାଟିର ଲାଳ ପରିବର୍ତ୍ତେ ପିଠିର ଝାଳ ହୋଇଛି ବିକଳ୍ପ

କୋରୋନା କଟକଣାରେ ନୂଆ ବିକଳ୍ପ

EngvsWI: ପାଟିର ଲାଳ ପରିବର୍ତ୍ତେ ପିଠିର ଝାଳ ହୋଇଛି ବିକଳ୍ପ

ସାଉଥମ୍ପଟନ: କୋରୋନା ମହାମାରୀ ପରେ ଇଂଲଣ୍ଡ ଓ ଓ୍ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଉଛି। ଉଭୟଙ୍କ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ତେବେ କୋରୋନା କଟକଣା ମଧ୍ୟରେ ଏହି ମ୍ୟାଚ ଅନୁଷ୍ଠିତ ହେଉଛି। ଏହାକୁ ଦେଖିବାକୁ ଗ୍ୟାଲେରୀରେ କୌଣସି ଦର୍ଶକଙ୍କୁ ମଧ୍ୟ ଅନୁମତି ମିଳିନାହିଁ। ଅନୁରୂପ ଭାବେ କ୍ରିକେଟ ଖେଳାଳିଙ୍କୁ ମଧ୍ୟ କୋରୋନା କଟକଣା ମାନିବାକୁ କଡ଼ାକଡ଼ି କରାଯାଇଛି। 

ମ୍ୟାଚ ସମୟରେ ଖେଳାଳିମାନେ କୋରୋନା ନିୟମକୁ ମଧ୍ୟ ପାଳୁଥିବାର ଦେଖିବାକୁ ମିଳିଛି। କୋରୋନା ପୂର୍ବରୁ ବଲକୁ ଚିକ୍କଣ କରିବାକୁ ଲାଳ ବା ଛେପ ମାରୁଥିଲେ। ଯାହାଉପରେ କଟକଣା ଲାଗିଛି। ମାତ୍ର ବର୍ତ୍ତମାନ ପାଟିର ଲାଳ ପରିବର୍ତ୍ତେ ପିଠିର ଝାଳକୁ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ପାଟିର ଲାଳ ପରିବର୍ତେ ପିଠିର ଝାଲ ବିକଳ୍ପ ବୋଲି ଇଂଲଣ୍ଡର ବୋଲର ମାର୍କ ଉଡ଼ କହିଛନ୍ତି। 

ସେ କହିଛନ୍ତି କି ଆମେ କେବଳ ନିଜ ପିଠିର ଝାଳକୁ ହିଁ ବଲ ଚିକ୍କଣ କରିବାକୁ ବ୍ୟବହାର କରୁଛୁ। ଆଣ୍ଡରସନ ଓ ଆର୍ଚର ମଧ୍ୟ ଝାଳ ବ୍ୟବହାର କରୁଥିବା ମଧ୍ୟ ଉଡ଼ କହିଛନ୍ତି। ଲାଳ କଟକଣା ଯୋଗୁଁ ଆମକୁ ବୋଲିଂ ସ୍ୱିଂ କରିବାକୁ ଅସୁବିଧା ହେଉଛି ବୋଲି ଉଡ଼ କହିଛନ୍ତି। ସେପଟେ କିନ୍ତୁ ପିଠିର ଝାଳ ମାରିବା କାରଣରୁ ବଲ ମଳିନ ଦେଖାଯାଉଥିବା ଉଡ଼ କହିଛନ୍ତି।