ISI ର ବଡ଼ ଯୋଜନାର ଖୁଲାସା: ଟାର୍ଗେଟରେ ଆର୍ମୀ ଇଲାକା ସହ RSS ନେତା
X

ISI ର ବଡ଼ ଯୋଜନାର ଖୁଲାସା: ଟାର୍ଗେଟରେ ଆର୍ମୀ ଇଲାକା ସହ RSS ନେତା

ଧାର୍ମିକ ସ୍ଥାନ ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି। ପୋଲିସ ଆନୁଷ୍ଠାନିକ ଭାବେ ଏ ବିଷୟରେ କିଛି କହିନାହିଁ, କିନ୍ତୁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଜାରି ରହିଛି।

ISI ର ବଡ଼ ଯୋଜନାର ଖୁଲାସା: ଟାର୍ଗେଟରେ ଆର୍ମୀ ଇଲାକା ସହ RSS ନେତା

ନୂଆଦିଲ୍ଲୀ: ଗୋଟିଏ ପଟେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ ସହ ସହ ଜାମ୍ମୁ କାଶ୍ମୀରର ଶାନ୍ତ ପରିବେଶକୁ ନଷ୍ଟ କରିବାକୁ ଉଦ୍ୟମ ଚାଲିଥିବାବେଳେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ଆଉ ଏକ ବଡ ଷଡ଼ଯନ୍ତ୍ର କରୁଛି। ଏହି ଷଡଯନ୍ତ୍ରରେ ଆସାମର ସେନା ଅଞ୍ଚଳ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି । ଏହା ସହିତ ଆତଙ୍କବାଦୀଙ୍କ ଟାର୍ଗେଟରେ ଆରଏସଏସ ନେତା ମଧ୍ୟ ରହିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଅକ୍ଟୋବର 16 ରେ ଆସାମ ପୋଲିସକୁ ଏକ ଇଣ୍ଟେଲ ରିପୋର୍ଟ ମିଳିଛି। ଏହି ରିପୋର୍ଟ ଅନୁଯାୟୀ, ଆଇଏସଆଇର ଟାର୍ଗେଟ ହେଉଛନ୍ତି ଆରଏସଏସ କ୍ୟାଡର। ଏହା ବ୍ୟତୀତ ସେନାର କ୍ଷେତ୍ର ମଧ୍ୟ ତାଙ୍କ ଟାର୍ଗେଟରେ ରହିଛି। ଏହି ଇଣ୍ଟେଲ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, IED ବିସ୍ଫୋରଣ (IED Blast) ପାଇଁ ଏକ ଷଡ଼ଯନ୍ତ୍ର ମଧ୍ୟ କରାଯାଉଛି। ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ISI ବିସ୍ଫୋରଣ କରିବାକୁ ପ୍ରଚଣ୍ଡ ଉଦ୍ୟମ କରୁଛି। ଏହା ବ୍ୟତୀତ ଧାର୍ମିକ ସ୍ଥାନ ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି। ପୋଲିସ ଆନୁଷ୍ଠାନିକ ଭାବେ ଏ ବିଷୟରେ କିଛି କହିନାହିଁ, କିନ୍ତୁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଜାରି ରହିଛି।

Also Read: UP Poll 2022 ପୂର୍ବରୁ ହୋଇପାରେ ବଡଧରଣର ପରିବର୍ତ୍ତନ; ପୁଣି BJP ହାତ ଧରିବେ OP Rajbhar

ପ୍ରକୃତରେ କାଶ୍ମୀରରେ ଆତଙ୍କବାଦୀ (Terrorist) ଙ୍କ ବିରୋଧରେ ସେନାର କାର୍ଯ୍ୟାନୁଷ୍ଠାନ ଦ୍ୱାରା ପାକିସ୍ତାନ ବାତୁଳ ପ୍ରାୟ ହୋଇଯାଇଛି। ସେଥିପାଇଁ ଜାମ୍ମୁ କାଶ୍ମୀରର ଆତଙ୍କବାଦୀମାନେ ସାଧାରଣ ନାଗରିକ, ଅଣ-କାଶ୍ମୀରବାସୀ ଏବଂ ବିଶେଷ ଭାବରେ ହିନ୍ଦୁମାନ (Hindus) ଙ୍କୁ ଟାର୍ଗେଟ କରୁଛନ୍ତି । ୨୦୨୧ ମସିହାରେ ଆତଙ୍କବାଦୀମାନେ କେବଳ ଉପତ୍ୟକାରେ ୩୦ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି। ଏହାର ଜବାବରେ ଏପର୍ଯ୍ୟନ୍ତ ସାଧାରଣ ନାଗରିକ ହତ୍ୟା ପରେ ୯ଟି ଏନକାଉଣ୍ଟରରେ ୧୩ ଆତଙ୍କବାଦୀ ନିହତ ହୋଇଛନ୍ତି । 

Also Read: CM Yogi ଙ୍କ ଆଶୀର୍ବାଦ ନେଲେ ବିଦ୍ରୋହୀ SP ପ୍ରାର୍ଥୀ; ମିଳିପାରେ ଏହି ପଦବୀ

ସୂଚନାନୁସାରେ, ପାକିସ୍ତାନର ଆଦେଶ ଅନୁଯାୟୀ ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀରରେ ସାଧାରଣ ନାଗରିକଙ୍କୁ ହତ୍ୟା କରିବାର ଏକ ନୂଆ ରଣନୀତି ଅନୁସରଣ କରୁଛନ୍ତି। ଶନିବାର ଦିନ ଶ୍ରୀନଗର (Srinagar)ରେ ଜଣେ ଗୁପଚୁପ୍ ବିକାଳୀକୁ ହତ୍ୟା କରିବା ପରେ ଏହିପରି କାଣ୍ଡ ଭିଆଇଛନ୍ତି । ରବିବାର ମଧ୍ୟ ଆତଙ୍କବାଦୀମାନେ ଏକ ବର୍ବର କାଣ୍ଡ ଘଟାଇଛନ୍ତି। କୁଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ କାଶ୍ମୀର (Jammu & Kashmir) ର ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

Trending news