ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ୫୬ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ। ଗୋଆରେ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ବ ଆସନ୍ତା ୨୮ ତାରିଖ ଯାଏ ଚାଲିବ। ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍.
Trending Photos
)
ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ୫୬ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ। ଗୋଆରେ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ବ ଆସନ୍ତା ୨୮ ତାରିଖ ଯାଏ ଚାଲିବ। ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ ।
ସୂଚନା ଅନୁସାରେ ଏହି ମହୋତ୍ସବରେ ୮୧ଟି ଦେଶରୁ ୨୪୦ରୁ ଅଧିକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଏଥିସହିତ ୧୩ଟି ଓ୍ୱାର୍ଲ୍ଡ ପ୍ରିମିୟର, ୪ଟି ଅନ୍ତର୍ଜାତୀୟ ପ୍ରିମିୟର ଏବଂ ୪୬ଟି ଏସୀୟ ପ୍ରିମିୟର ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ । ଏହି ମହୋତ୍ସବ୧୨୭ଟି ଦେଶରୁ ରେକର୍ଡ ସଂଖ୍ୟକ ୨୩୧୪ଟି ଆବେଦନ ପାଇଛି। ଏହା ବିଶ୍ୱରେ ଆୟୋଜିତ ହେଉଥିବା ମହୋତ୍ସବ ଗୁଡ଼ିକ ଭିତରେ ଭାରତର ଆନ୍ତର୍ଜାତିକ ଫିଲ୍ମ ମହୋତ୍ସବର ବରଦ୍ଧିତ ଲୋକପ୍ରିୟତାକୁ ସ୍ପଷ୍ଟ କରୁଛି।
କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ କହିଛନ୍ତି, ଚଳିତ ବର୍ଷର ଆଇଏଫଏଫଆଇ ନବସୃଜନ ଏବଂ ସମାବେଶୀତାକୁ ପ୍ରତିଫଳିତ କରୁଥିବା ଅନେକ ନୂତନ ପଦକ୍ଷେପ ଆରମ୍ଭ କରିବାକୁ ଯାଉଛି । ଚଳିତ ଥର ୫୦ରୁ ଅଧିକ ମହିଳା ନିର୍ଦ୍ଦେଶିକାଙ୍କ ଚଳଚ୍ଚିତ୍ରକୁ ମହୋତ୍ସବରେ ସ୍ଥାନ ମିଳିଛି । ଏହା ଚଳଚ୍ଚିତ୍ରରେ ନାରୀ ଶକ୍ତି ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ୱେବ୍ ଏବଂ ଷ୍ଟ୍ରିମିଂ ବିଷୟବସ୍ତୁକୁ ନେଇ ଚଳିତ ବର୍ଷ ମଧ୍ୟ ଓଟିଟି ପୁରସ୍କାର ଦିଆଯିବ। ମହୋତ୍ସବରେ ସ୍କ୍ରିନ୍ ରାଇଟିଂ, ପ୍ରଡକ୍ସନ ଡିଜାଇନ ଏବଂ ସାଉଣ୍ଡ ଭଳି କ୍ଷେତ୍ରରେ ନୂଆ ଏବଂ ଉଦୀୟମାନ ପ୍ରତିଭାଙ୍କୁ ପ୍ରୋତ୍ସାହନ ଦିଆଯିବ। ଦେଶରେ ଆଣ୍ଟି ପାଇରେସି ଆଇନକୁ କଡ଼ାକଡ଼ି କରିବା ଏବଂ ଚଳଚ୍ଚିତ୍ର ପ୍ରମାଣୀକରଣ ପ୍ରକ୍ରିୟାକୁ ସରଳ କରିବା ଲାଗି ପଦକ୍ଷେପ ନିଆଯାଉଥିବା ସେ କହିଥିଲେ। ବହୁଭାଷୀ ଚଳଚ୍ଚିତ୍ର ପାଇଁ ସିବିଏଫସିର ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରମାଣପତ୍ର ଭାରତର ସାଂସ୍କୃତିକ ଏକତାକୁ ପ୍ରୋତ୍ସାହିତ କରିବ।
ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ କହିଥିଲେ, ଭାରତୀୟ ସିନେମା ବିଶ୍ୱ ସ୍ତରରେ ଏକ ଦୃଢ଼ ପ୍ରଭାବ ପକାଇବାରେ ଲାଗିଛି, ଅଷ୍ଟ୍ରେଲିଆ ବକ୍ସ ଅଫିସରେ ହଲିଉଡ ରିଲିଜକୁ ପଛରେ ପକାଇ ଭାରତୀୟ ଚଳଚ୍ଚିତ୍ରଗୁଡ଼ିକ ଭଲ ପ୍ରଦର୍ଶନ କରୁଛନ୍ତି। ଜାପାନ, ସ୍ପେନ୍ ଏବଂ ଅଷ୍ଟ୍ରେଲିଆ ଚଳିତ ବର୍ଷ ଆଇଏଫଏଫଆଇରେ ନୂତନ ସହଯୋଗ ନେଇ ଆସିବେ। ପ୍ରଯୋଜନା ସଂସ୍ଥା, ରାଜ୍ୟ ଏବଂ ସାଂସ୍କୃତିକ ଗୋଷ୍ଠୀମାନଙ୍କୁ ନେଇ ଏକ ଭବ୍ୟ କାର୍ନିଭାଲ୍ ପରେଡ୍ ଏକ ଜୀବନ୍ତ ପରିବେଶ ସୃଷ୍ଟି କରିବ। ଅନ୍ୟପଟେ ଏକ ବୃହତ୍ ଫିଲ୍ମ ବଜାର ଅନ୍ତର୍ଜାତୀୟ ସହ-ପ୍ରଯୋଜନାକୁ ପ୍ରୋତ୍ସାହିତ କରିବ।