Advertisement
Article Detail0/zeeodisha/odisha2993392

US Visa: ବଡ଼ ଖବର, ଏହି ରୋଗ ଥିଲେ ମିଳିବନି ଆମେରିକା ଭିସା

US Visa: ଆମେରିକାରେ ରହିବା ପାଇଁ ଆବେଦନ କରୁଥିବା ବିଦେଶୀ ନାଗରିକମାନଙ୍କ ବଡ ଖବର...

US Visa:  ବଡ଼ ଖବର, ଏହି ରୋଗ ଥିଲେ ମିଳିବନି ଆମେରିକା ଭିସା

US Visa: ଆମେରିକାରେ ରହିବା ପାଇଁ  ଆବେଦନ କରୁଥିବା ବିଦେଶୀ ନାଗରିକମାନଙ୍କୁ ଯଦି ମଧୁମେହ, ମେଦବହୁଳତା କିମ୍ବା ହୃଦରୋଗ ଥାଏ।  ତେବେ ସେମାନଙ୍କୁ ଭିସା ମିଳି ନପାରେ।  ଟ୍ରମ୍ପ ପ୍ରଶାସନ ପକ୍ଷରୁ  ଜାରି ନୂଆ ନିୟମାବଳିରେ  ଏହା ଉଲ୍ଲେଖ କରାଯାଇଛି।  ରିପୋର୍ଟ ଅନୁସାରେ, ହ୍ବାଇଟ୍ ହାଉସ୍ ପକ୍ଷରୁ ଏସଂକ୍ରାନ୍ତ ନିର୍ଦ୍ଦେଶନାମାକୁ  ବିଭିନ୍ନ ଦୂତାବାସ ଏବଂ କନ୍-ସୁଲାର୍ ଅଫିସ୍ କୁ  ପଠାଯାଇଛି। ଭିସା ମଂଜୁରୀ କରିବା ସମୟରେ  ଆବେଦନକାରୀଙ୍କ  ସ୍ବାସ୍ଥ୍ୟବସ୍ଥା ବିଚାରକୁ ନେୂା ପାଇଁ ଭିସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ALSO READ: Samkon Yog 2025: ତିନି ଶହ ବର୍ଷ ପରେ ପଡି଼ଛି ସମକୋଣ ଯୋଗ; ଟଙ୍କା ଗଦିରେ ଶୋଇବେ ଏହିସବୁ ରାଶି!

ALSO READ: Asrumochan Mohanty: ଅଶ୍ରୁମୋଚନଙ୍କ କାର୍ ଦୁର୍ଘଟଣାଗ୍ରସ୍ତ:ଜାଣନ୍ତୁ କେମିତି ଅଛି ଅଭିନେତାଙ୍କ ସ୍ବାସ୍ଥ୍ୟବସ୍ଥା?

Add Zee News as a Preferred Source

ମାର୍ଗଦର୍ଶିକାରେ କୁହାଯାଇଛି ଯେ,  ଆବେଦନକାରୀଙ୍କ ସ୍ବାସ୍ଥ୍ୟ ଏବଂ ବୟସ ସରକାରୀ ପାଣ୍ଠି ଦ୍ବାରା ଅନୁଦାନପ୍ରାପ୍ତ ଚିକିତ୍ସା ସେବା ଉପରେ ନିର୍ଭର କରିବାର ସମ୍ଭାବନା ଥିଲେ । ଉକ୍ତ ଆବେଦନକାରୀଙ୍କୁ ପବ୍ଲିକ୍ ଚାର୍ଜ ଭାବେ ବର୍ଗିକରଣ କରାଯିବ।  ଭିସା ଆବେଦନ କ୍ଷେତ୍ରରେ ହେଲଥ୍ ସ୍କ୍ରିନିଂ ଗୁରୁତ୍ବ ବହନ କରି ଆସୁଛି।  କିନ୍ତୁ ବିଶେଷଜ୍ଞଙ୍କ ମତରେ ବର୍ତ୍ତମାନର ନୂଆ ନିୟମ ଅନୁସାରେ,ଆବେଦନ ଖାରଜ୍ କରିବା ଲାଗି ସର୍କୁଲାର୍ ଅଧିକାରୀମାନଙ୍କୁ  ଅଧିକ କ୍ଷମତା ମିଳିବ।  ଡୋଲାଲ୍ଟ ଟ୍ରମ୍ପ ପ୍ରଶାସନର କଡା ଭିସା ନୀତିର ଏହା ଅଂଶ ବିଶେଷ।

 

About the Author