କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ନାଁରେ ଲାଞ୍ଚ ଅଭିଯୋଗ, ମାଗିଥିଲେ ୨୫ ଲକ୍ଷ
Advertisement

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ନାଁରେ ଲାଞ୍ଚ ଅଭିଯୋଗ, ମାଗିଥିଲେ ୨୫ ଲକ୍ଷ

ଭୟଭିତ ହୋଇ ବିଜୟ ଗୁପ୍ତା ଓଲଟା ବର୍ତ୍ତିକାଙ୍କ ନାଁରେ ମୁସାଫିରଖାନା ଥାନାରେ ଏତଲା ଦେଇଛନ୍ତି। ସେପଟେ ବର୍ତ୍ତିକାଙ୍କ ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ନାଁ ଥିବାରୁ ରାଜନୀତି ବି ଜୋରସୋରରେ ଆରମ୍ଭ ହୋଇଯାଇଛି।

 

ଡିଜାଇନ ଫଟୋ

ଭୋପାଲ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଓ ୨ ଜଣ ସହଯୋଗୀଙ୍କ ନାଁରେ ହୋଇଛି ସଙ୍ଗୀନ ଅଭିଯୋଗ। ମହିଳା ଆୟୋଗ ସଦସ୍ୟ କରାଇଦେବାକୁ ଲାଞ୍ଚ ମାଗୁଥିବା ନେଇ ନେଇ ଅନ୍ତର୍ଜାତୀୟ ସୁଟର ବର୍ତ୍ତିକା ସିଂହ କୋର୍ଟରେ ମାମଲା ରୁଜୁ କରିଛନ୍ତି। ଯାହାର ଶୁଣାଣୀ ଜାନୁଆରୀ ୨୧ ତାରିଖ ଦିନ ହେବ ବୋଲି ସୂଚନା ମିଳିଛି।

ଅନ୍ତର୍ଜାତୀୟ ସୁଟର (International shooter) ବର୍ତ୍ତିକା ସିଂହଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ ମହିଳା କମିଶନ ସଦସ୍ୟା କରାଇଦେବାକୁ ଅଫର ଦିଆଯାଇଥିଲା। ଏହି ପଦବୀ ପାଇଁ ସ୍ମୃତି ଇରାନୀ (Smriti Irani) ଙ୍କ ସହଯୋଗୀ ବିଜୟ ଗୁପ୍ତା ଓ ଡାକ୍ତର ରଜନୀସ୍ ସିଂ ପ୍ରଥମେ କୋଟିଏ ଟଙ୍କା ଲାଞ୍ଚ (bribe Case) ମାଗିଥିଲେ। କିନ୍ତୁ ବର୍ତ୍ତିକାଙ୍କ ଜଣେ ପ୍ରତିଷ୍ଠିତ କ୍ରୀଡାବିତ ହୋଇଥିବାରୁ ସ୍ମୃତି (Smriti Irani) ମାତ୍ର ୨୫ ଲକ୍ଷ ଟଙ୍କା ଦାବି କରିଥିଲେ। 

Also Read: ବିକ୍ରମ-ବେତାଳ ରାଜନୀତି: ପଶ୍ଚିମବଙ୍ଗରେ ବନ୍ଧୁତ୍ୱ, କେରଳରେ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ-ବାମପନ୍ଥୀ

କେବଳ ଏତିକି ନୁହେଁ ୟୁପି ପ୍ରତାପଗଡ ଜିଲ୍ଲାରେ ରହୁଥିବା ବର୍ତ୍ତିକା (Vartika Singh) କହିଛନ୍ତି ଯେ, ସ୍ମୃତି ଇରାନୀଙ୍କ ସହଯୋଗୀ ତାଙ୍କ ସହ ସୋସିଆଲ ମିଡିଆରେ ଅଶ୍ଳୀଳ ଚାଟିଂ କରୁଥିଲେ। ଯାହାର ପ୍ରମାଣ MP-MLA କୋର୍ଟଙ୍କୁ ଦିଆଯାଇଛି। ଏଥିରେ ଭୟଭିତ ହୋଇ ବିଜୟ ଗୁପ୍ତା ଓଲଟା ବର୍ତ୍ତିକାଙ୍କ ନାଁରେ ମୁସାଫିରଖାନା ଥାନାରେ ଏତଲା ଦେଇଛନ୍ତି। ସେପଟେ ବର୍ତ୍ତିକାଙ୍କ ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ନାଁ ଥିବାରୁ ରାଜନୀତି ବି ଜୋରସୋରରେ ଆରମ୍ଭ ହୋଇଯାଇଛି।

ବର୍ତ୍ତିକାଙ୍କ କହିବା ହେଲା, ସେ ଅନେକ ଥର ଉପରିସ୍ଥ ଅଧିକାରୀଙ୍କୁ ଏହା ଲାଞ୍ଚ କାରାବାର ନେଇ ଅଭିଯୋଗ କରିଥିଲେ। କିନ୍ତୁ ସେଥିରେ କୌଣସି ସୁଫଳ ମିଳିଲା ନାହିଁ। ତେଣୁ ଶେଷରେ କୌଣସି ଉପାୟ ନପାଇ କୋର୍ଟଙ୍କ ସରଣରେ ଆସିଛନ୍ତି। MP-MLA କୋର୍ଟର ସ୍ୱତନ୍ତ୍ର ନ୍ୟାୟଧୀଶ ପିକେ ଜୟନ୍ତ ଏହି ମାମଲାର ଶୁଣାଣୀ କରୁଛନ୍ତି।