SBI ଦେଲା ଖୁସି ଖବର, ଖାତା ଧାରକଙ୍କୁ ମିଳିବ ଅଧିକ ସୁଧ !
Advertisement

SBI ଦେଲା ଖୁସି ଖବର, ଖାତା ଧାରକଙ୍କୁ ମିଳିବ ଅଧିକ ସୁଧ !

ଆରବିଆଇ (RBI) ଏହି ପଦକ୍ଷେପ ବ୍ୟାଙ୍କ ନିକଟରେ ଥିବା ଲିକ୍ୟୁଡ଼ିଟି ଖସିବ ।

SBI ଦେଲା ଖୁସି ଖବର, ଖାତା ଧାରକଙ୍କୁ ମିଳିବ ଅଧିକ ସୁଧ !

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା SBI ଗ୍ରାହକଙ୍କୁ ଦେଲା ଖୁସି ଖବର । ନିବେଶକଙ୍କ ପାଇଁ ଆଣିଛି ବମ୍ପର ଅଫର । ଖୁବ ଶୀଘ୍ର ଏନେଇ ଘୋଷଣା କରିବାକୁ ଯାଉଛି SBI। SBI ଫିକ୍ସଡ ଡିପୋଜିଟ ଉପରେ ଅଧିକ ସୁଧ ଦେବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି । ତେବେ ଏନେଇ ଏସବିଆଇ ଖୁବ ଶୀଘ୍ର ଘୋଷଣା କରିପାରେ । ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସିଆରଆର (CRR) ୩ ପ୍ରତିଶତରୁ ୪ ପ୍ରତିଶତକୁ ବୃଦ୍ଧି କରିଛି । 

ଅଧିକ ପଢନ୍ତୁ: ପୁରୀ ବଡ଼ଦାଣ୍ଡରେ ଦେବ ବ୍ୟବସାୟ, କିଙ୍ଗପିନ ଗିରଫ

ସେପଟେ ବ୍ୟାଙ୍କ ବିଶେଷଜ୍ଞମାନେ କହିଛନ୍ତି କି ଆରବିଆଇ (RBI) ଏହି ପଦକ୍ଷେପ ବ୍ୟାଙ୍କ ନିକଟରେ ଥିବା ଲିକ୍ୟୁଡ଼ିଟି ଖସିବ । ଏହାର ଭରଣା ପାଇଁ ସେମାନେ ନିବେଶ ଜରିଆରେ କରିବେ । ଫଳରେ ଏଫଡି (FD) ସହିତ ଅନ୍ୟ ନିବେଶ ମାଧ୍ୟମରେ ସୁଧକୁ ବୃଦ୍ଧି କରି ନିବେଶକଙ୍କୁ ଆକର୍ଷିତ କରିବାକୁ ପ୍ରୟାସ କରିବେ । ଏହା ସହିତ ସୁଧ ବୃଦ୍ଧିର ଏକ ଯୁଗ ପୁନର୍ବାର ଆରମ୍ଭ ହେବାକୁ ଯାଉଛି । ସୁଚନାଯୋଗ୍ୟ ଫେବୃଆରୀ ୨୦୧୩ରୁ ଜାନୁଆରୀ (January) ୨୦୨୦ ମଧ୍ୟରେ ସିଆରଆର (CRR) ୪ ପ୍ରତିଶତରେ ରହିଥିଲା । ଏହି ସମୟରେ ମଧ୍ୟରେ ଫିକ୍ସଡ ଡିପୋଜିଟ (Fixed Diposit) ଉପରେ ବ୍ୟାଙ୍କ ୬.୫୦ ପ୍ରତିଶତରୁ ୭.୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । 

ଅଧିକ ପଢନ୍ତୁ: ସୁପ୍ରିମକୋର୍ଟ କାଢିବେ କୋଟିଆ କଣ୍ଟା!

ମାର୍ଚ୍ଚ ମାସରେ କୋରୋନା (Corona) ଦେଶରେ ପ୍ରବେଶ କରିବା ପରେ ରିଜର୍ଭ ବ୍ୟାଙ୍କ ରେପୋ (Repo Rate) ରେଟରେ ବଡ଼ ଧରଣର ପରିବର୍ତ୍ତନ କରିଥିଲେ । ଫଳରେ ଏହି ସୁଧରେ ମଧ୍ୟ ପରିବର୍ତ୍ତନ ଘଟିଥିଲା, ଯାହା ୭.୫୦ ପ୍ରତିଶତରୁ ଖସି ସିଧା ୬ ପ୍ରତିଶତରେ ପହଞ୍ଚିଥିଲା । ତେବେ ବର୍ତ୍ତମାନ ଏଥିରେ ସୁଧାର ଆସିବା ସହିତ ସୁଧରେ ମଧ୍ୟ ପରିବର୍ତ୍ତନ ଆସିବ । ଆରବିଆଇରୁ CRR ବଢାଇବାକୁ ବ୍ୟାଙ୍କଗୁଡିକ ଚାରିମାସର ସମୟ ପାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ, ୨୭ ମାର୍ଚ୍ଚ ୨୦୨୧ରେ CRR କୁ ୩.୫ ପ୍ରତିଶତକୁ ବୃଦ୍ଧି କରାଯିବ। ୨୨ ମେ ୨୦୨୧ରେ ଦ୍ୱିତୀୟ ପର୍ଯ୍ୟାୟରେ, ଏହି ହାର ୪ ପ୍ରତିଶତକୁ ବୃଦ୍ଧି ପାଇବ। CRR ହେଉଛି ଅନୁପାତ ଯାହା ଏକ ବ୍ୟାଙ୍କ କେନ୍ଦ୍ରୀୟ ବ୍ୟାଙ୍କ ସହିତ ନଗଦ ଅର୍ଥର ସର୍ବନିମ୍ନ ଅଂଶ ଭାବରେ ଧାରଣ କରିଥାଏ ।

ଅଧିକ ପଢନ୍ତୁ: ଆଜିଠୁ ନବମ ଓ ଏକାଦଶ ପାଠପଢା, ଖୋଲିଲା ହଷ୍ଟେଲ

CRR ବୃଦ୍ଧି ହେତୁ ଜମା ଉପରେ ରିଟର୍ଣ୍ଣ ବୃଦ୍ଧି ହୋଇପାରେ, ଅନ୍ୟପଟେ ଋଣ ନେବା ମଧ୍ୟ ମହଙ୍ଗା ହୋଇପାରେ। ଏହାର କାରଣ ହେଉଛି ଯେତେବେଳେ ବ୍ୟାଙ୍କଗୁଡ଼ିକ ଜମା ଉପରେ ସୁଧ ହାର ବଢ଼ାନ୍ତି, ସେତେବେଳେ ସେମାନେ ଏହାର କ୍ଷତିପୂରଣ ଦେବା ପାଇଁ ଋଣକୁ ମହଙ୍ଗା ମଧ୍ୟ କରିବେ। ଏହାର ପ୍ରଭାବ ସମସ୍ତ ପ୍ରକାରର ଋଣ, ନୂତନ ଏବଂ ପୁରୁଣା ଉପରେ ଦେଖିବାକୁ ମିଳେ। ତାହା ହେଉଛି, ଆପଣଙ୍କ ଘର, କାର ଏବଂ ବ୍ୟକ୍ତିଗତ ଋଣର EMI ବୃଦ୍ଧି ହୋଇପାରେ।

ଅଧିକ ପଢନ୍ତୁ: ୧୦୦ ଦିନିଆ କଣ୍ଟ ପାଇଁ ବଢିଲା ଅଡୁଆ

କୋରୋନା ସଙ୍କଟ ପରେ, ବରିଷ୍ଠ ନାଗରିକ ତଥା କ୍ଷୁଦ୍ର ନିବେଶକମାନଙ୍କ ପାଇଁ ଏଫଡି ଉପରେ ସୁଧ ହରାଇବା ସବୁଠାରୁ ବଡ କ୍ଷତି ହୋଇଥିବାରୁ ସେମାନେ ନିରାପଦ ବିନିଯୋଗ ଭାବରେ ଏଫଡିରେ ସେମାନଙ୍କ ଟଙ୍କା ବିନିଯୋଗ କରିଥିଲେ। ଅବଶ୍ୟ, କୋରୋନା ପରେ ସୁଧ ହାରରେ ବହୁ ପରିମାଣରେ ହ୍ରାସ ହୋଇ ସେମାନଙ୍କ ସଙ୍କଟ ଦେଖାଦେଇଥିଲା। FD ବୃଦ୍ଧି ସହିତ ସେ ପୁଣି ଥରେ ଆରାମ ପାଇବେ।