ଆଜି ଆଇପିଏଲର ୧୩ତମ ସଂସ୍କରଣରେ ଖେଳାଯିବ ୧୪ତମ ମ୍ୟାଚ। ୧୩ଥର ପାଇଁ ମୁହାଁମୁହିଁ ହେବେ ଚେନାଇ ସୁପର କିଙ୍ଗ ଓ ସନରାଇଜର୍ସ ହାଇଦ୍ରାବାଦ। ତେବେ ଆଜିର ମ୍ୟାଚ ଟସ୍ ପରର ନିଷ୍ପତି ନିର୍ଦ୍ଧାରିତ ହୋବ ବୋଲି ଆଶା କରାଯାଉଛି।
Trending Photos
)
ନୂଆଦିଲ୍ଲୀ: ଆଜି ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଲାଯିବ ଆଇପିଏଲର ୧୪ତମ ମ୍ୟାଚ। ୧୩ଥର ପାଇଁ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ ଓ ସନରାଇଜର୍ସ ହାଇଦ୍ରାବାଦ୍। ଚଳିତ ସଂସ୍କରଣରେ ଦୁବାଇ ଗ୍ରାଇଉଣ୍ଡରେ 6ଟି ମ୍ୟାଚ ଖେଳାଯାଇଛି। ଯେଉଁଥିରେ ଚସ ଜିତି ବ୍ୟାଟିଂ ନେଇ ଥିବା ୪ଟି ଟିମ ଜିତିଥିବା ବେଳେ ୨ଟି ସୁପର ଓଭର ମାଧ୍ୟମରେ ନିର୍ଦ୍ଧାରଣ ହୋଇଛି।
ଚେନ୍ନାଇ ସୁପର କିଙ୍ଗ ନିଜର ପୂର୍ବବର୍ତ୍ତି ମ୍ୟାଚ ଦିଲ୍ଲୀ କ୍ୟାପିଟାଲ ବିପକ୍ଷରେ ଖେଳିଥିଲା। ସେଥିରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଯାହା ପରବର୍ତ୍ତି ସମୟରେ ତାକୁ ମହଙ୍ଗା ପଡିଥିଲା। ଯାହାର ପରିମାଣ ସ୍ୱରୂପ ଟିମକୁ ହାରର ସାମନା କରିବାକୁ ପଡିଥିଲା। ତେବେ ଯଦି ଆଜି ଚେନ୍ନାଇ ସେଭଳି ଭୁଲ କରିବ ନାହିଁ ବୋଲି ଆଶା କରାଯାଉଛି।
ବର୍ତ୍ତମାନ ସୁଦ୍ଧା ଆଇପିଏଲରେ ୧୨ଥର ଚେନ୍ନାଇ ଓ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହୋଇଛି। ଯେଉଁଥିରେ ୯ ହାଇଦ୍ରବାଦ ପରାଜିତ ହୋଇଛି। ସେପଟେ ନୂଆ ରେକର୍ଡ ଅଭିମୁଖେ ଚେନ୍ନାଇ ସୁପର କିଙ୍ଗ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ। ଆଉ ମାତ୍ର ୨ଟି କ୍ୟାଚ ଧରିଲେ ଆଇପିଏଲରେ ତାଙ୍କର ୧୦୦ କ୍ୟାଚ ପୁରା ହେବ। ଅମ୍ବାତି ରାୟୁଡୁଙ୍କ ପାଇଁ ବି ଆଜିର ମ୍ୟାଚ ଏକ ରେକର୍ଡର ସୁଯୋଗ ମିଳିବ। ଯଦି ସେ ୪୫ ରନ କରନ୍ତି ତେବେ ଆଇପିଏଲରେ ଚେନ୍ନାଇ ପାଇଁ ହଜାର ରନ ପୁରା କରିବେ।
ସନରାଇଜର୍ସ ହାଇଦ୍ରାବାଦ (ସମ୍ଭାବ୍ୟ ଏକାଦଶ): ଡେଭିଡ ୱାର୍ଣ୍ଣର(ଅଧିନାୟକ), ଜନି ବେରଷ୍ଟ୍ରୋ, ମନିଶ ପାଣ୍ଡେ, କେନ ୱିଲିୟମସନ, ପ୍ରିତମ ଗାର୍ଗ/ବିଜୟ ଶଙ୍କର, ଅବଦୁଲ ସମାଦ, ଅଭିଷେକ ଶର୍ମା, ରସିଦ ଖାନ, ଭୁବନେଶ୍ୱର କୁମାର, ଟି. ନଟରାଜ ଓ ଖଲୀଲ ଅହମ୍ମଦ
ଚେନ୍ନାଇ ସୁପର କିଙ୍ଗ (ସମ୍ଭାବ୍ୟ ଏକାଦଶ): ମହେନ୍ଦ୍ର ସିଂହ ଧୋନୀ(ଅଧିନାୟକ), ସେନ ୱାଟସନ, ମୂରଳୀ ବିଜୟ/ଋତୁରାଜ ଗାଏକୱାଡ, ଫାଫଦୁ ପ୍ଲେସିସ୍, ଅମ୍ବାତି ରାୟୁଡୁ, ସାମ କୁରାନ, ରବିନ୍ଦ୍ର ଜାଡେଜା, କେଦାର ଯାଦବ/ସାର୍ଦ୍ଦୁଲ ଠାକୁର, ଦୀପକ ଚହର, ପିୟୁଷ ଚାୱଲା, ଯୋଶ ହାଜଲେଉଡ/ଇମରାନ ତାହିର।