IPL 2020: ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ୧୬୩ ରନର ଟାର୍ଗେଟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ
Advertisement

IPL 2020: ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ୧୬୩ ରନର ଟାର୍ଗେଟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ

ଚେନ୍ନାଇ ପାଇଁ ୧୬୩ ରନ୍ ଟାର୍ଗେଟ୍ ରଖିଛି ମୁମ୍ବାଇ ।

 IPL 2020: ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ୧୬୩ ରନର ଟାର୍ଗେଟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି: ସ୍ଥାନୀୟ ଶେଖ୍ ଜାୟେଦ ଷ୍ଟାଡିୟମ ଠାରେ ଖେଳାଯାଇଥିବା IPL 2020 ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ (Chennai Super Kings) ଓ ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) । ଚେନ୍ନାଇ ପାଇଁ ୧୬୩ ରନ୍ ଟାର୍ଗେଟ୍ ରଖିଛି ମୁମ୍ବାଇ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୬୨ ରନ୍ ସଂଗ୍ରହ କରିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ ଽ ଦଳ ପକ୍ଷରୁ ସୌରଭ ତିୱାରୀ ସର୍ବାଧିକ ୪୨ ରନ୍ କରିଛନ୍ତି । 

ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ରୋହିତ ଶର୍ମା ୧୨, ଡି-କକ୍ ୩୩, ସୂର୍ଯ୍ୟକୁମାର ଯାଦବ ୧୭, ହାର୍ଦ୍ଦିକ ପାଣ୍ଡ୍ୟା ୧୪, କ୍ରୁନାଲ୍ ପାଣ୍ଡ୍ୟା ୩  ରନ୍ କରିଥିବା ବେଳେ ପୋଲାର୍ଡ ୧୮ ରନରେ ଆଉଟ୍ ହୋଇଛନ୍ତି । ଚେନ୍ନାଇ ପକ୍ଷରୁ ରବୀନ୍ଦ୍ର ଜାଡେଜା ଓ ଦୀପକ ଚହରଙ୍କୁ ୨ଟି ଲେଖାଏଁ ୱିକେଟ୍ ମିଳିଥିବା ବେଳେ ନିଗିଡିଙ୍କୁ ସର୍ବାଧିକ ୩ଟି ୱିକେଟ୍ ମିଳିଛି ।