• ଗଞ୍ଜାମ ଭଞ୍ଜନଗର ବ୍ଲକ୍‌ କୁଟୁଣୁକୁମ୍ପା ଗାଁରେ ଗୁଳିମାଡ଼
  • ଗୁରୁତର ଆହତ ଶିବରାମ ନାୟକ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ,୧୧୫ଟି ନୂଆ କୋରୋନା ମାମଲା ଚିହ୍ନଟ, ୨୫୨ ମୃତ
  • ଦିନକରେ ରାଜ୍ୟରେ ଆଉ ୪୬୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ
  • ବାଲେଶ୍ବର ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ
  • ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍‌କୁ ବୋମା ବିସ୍ଫୋରଣ ଧମକ !
  • ନ୍ୟୁଜିଲାଣ୍ଡ ଟିମ୍‌କୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍‌
  • ଆସନ୍ତା ୨୫ରେ ଆମେରିକାରେ ଆୟୋଜିତ ହେବ କ୍ବାଡ଼ ସମ୍ମିଳନୀ
  • କେନ୍ଦୁଝରରେ ନେସ୍କୋ ଯନ୍ତ୍ରୀ ମହେଶ୍ଵର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି

IPL 2020: ପ୍ଲେ ଅଫ ସୂଚୀ ଫାଇନାଲ, ଜାଣନ୍ତୁ କାହା ସହ କାହାର ଫାଇଟ୍?

ମଙ୍ଗଳବାର ମୁମ୍ୱାଇ ଇଣ୍ଡିଆନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ପରାସ୍ତ କଲା ପରେ ପ୍ରକାଶ ପାଇଁ ଆଇପିଏଲ ୨୦୨୦ ପ୍ଲେ ଅଫର ଚୂଡାନ୍ତ ସୂଚୀ। ଆସନ୍ତୁ ଜାଣିବା କେଉଁଠି, କେବେ ଓ କାହାର ମ୍ୟାଚ ଅଛି।

 IPL 2020: ପ୍ଲେ ଅଫ ସୂଚୀ ଫାଇନାଲ, ଜାଣନ୍ତୁ କାହା ସହ କାହାର ଫାଇଟ୍?
ଆଇପିଏଲ 2020 ଟ୍ରଫି

ନୂଆଦିଲ୍ଲୀ: ଚୂଡାନ୍ତ ହୋଇଯାଇଛି ଚଳିତ ଆଇପିଏଲର ପ୍ଲେ ଅଫ ସୂଚୀ। ଗତକାଲି ମୁମ୍ୱାଇକୁ ହାଇଦ୍ରାବାଦ ହରାଇଲା ପରେ ଏହା ପ୍ରକାଶ କରାଯାଇଛି। ମୋଟ ୪ଟି ମ୍ୟାଚ ଖେଳାଯିବାକୁ ଥିବା ବେଳେ ଦୁବାଇ ଓ ଅବୁଧାବିରେ ୨ଟି ଲେଖାଏଁ ମ୍ୟାଚ ହେବ। ସମସ୍ତ ମ୍ୟାଚ ସନ୍ଧ୍ୟା ସାଢେ ୭ଟାରେ ହିଁ ଅନୁଷ୍ଠିତ ହେବ।

ମଙ୍ଗଳବାର ଶେଷ ହୋଇଯାଇଛି ଆଇପିଏଲ ୨୦୨୦ର ନକଆଉଟ ପର୍ଯ୍ୟାୟ ମ୍ୟାଚ। ମୁମ୍ବାଇକୁ ପରାସ୍ତ କରି ହାଇଦ୍ରାବାଦ ଟପ ୪ରେ ସାମିଲ ହୋଇଥିବା ବେଳେ ପ୍ଲେ ଅଫ ରେସରୁ ବାଦ୍ ପଡିଛି କୋଲକାତା ନାଇଟ ରାଇଡର୍ସ। ଟେବୁଲ ଟପରେ ରହିଥିବା ମୁମ୍ୱାଇର ପଏଣ୍ଟ ୧୮, ଦିଲ୍ଲୀ ୧୬, ହାଇଦ୍ରାବାଦ ୧୬ ଓ ବାଙ୍ଗାଲୋରର ୧୪ ରହିଛି। କୋଲକାତାର ପଏଣ୍ଟ ବି ୧୪ ରହିଥିବା ବେଳେ ନେଟ ରନ ରେଟ -୦.୨୧୪ ଅଛି। ଯେଉଁଥିପାଇଁ ତାକୁ ପ୍ଲେଅଫରୁ ବାହାର କରାଯାଇଛି।

ଆଇପିଏଲ ୨୦୨୦ ପ୍ଲେ ଅଫ ସୂଚୀପ୍ଲେ ଅଫ ସୂଚୀ ଅନୁସାରେ ଆସନ୍ତାକାଲି ଅର୍ଥାତ ୫ ନଭେମ୍ୱରରେ ପ୍ରଥମ କ୍ୱାଲିଫାୟର ମ୍ୟାଚ ଖେଳାଯିବ। ଏହା ଦୁବାଇରେ ମୁମ୍ୱାଇ ଓ ଦିଲ୍ଲୀ ମଧ୍ୟରେ ଅନୁଷ୍ଠାତ ହେବ। ସେହିପରି ଆବୁଧାବିରେ ୬ ତାରିଖରେ ହେବାକୁ ଥିବା ଏଲିମିନେଟର ମ୍ୟାଚରେ ବାଙ୍ଗାଲୋର ଓ ହାଇଦ୍ରାବାଦ ମୁହାଁମୁହିଁ ହେବେ। ପରେ ଗୋଟିଏ ଦିନ ବ୍ରେକ ରହିବ।

ନଭେମ୍ବର ୮ରେ ଖେଳାଯିବ ଆଇପିଏଲ ୨୦୨୦ର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ। ଏହା ପୁଣି ଆବୁଧାବିରେ ଆଯୋଜିତ ହେବ। ଏଥିରେ ଫାଇନାଲ ଫାଇଟ ପାଇଁ ଏଲିମିନେଟର ବିଜେତା ଓ ପ୍ରଥମ କ୍ୱାଲିଫାୟର ପରାଜିତ ଦଳ ଲଢେଇ କରିବେ। ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚର ପରେ ଗୋଟିଏ ଦିନ ବିରତି ଅଛି। ତେବେ ନଭେମ୍ବର ୧୦ରେ ସବୁ ପ୍ରତିକ୍ଷାର ଘଟିବ ଅନ୍ତ। ଆଉ ଡ୍ରୀମ ୧୧ ଆଇପିଏଲ ୨୦୨୦ ଟ୍ରଫିପାଇଁ ପ୍ରଥମ ଓ ଦ୍ୱିତୀୟ କ୍ୱାଲିଫାୟର ବିଜେତାଙ୍କ ମଧ୍ୟରେ ହେବ ଫାଇନାଲ ଫାଇଟ।