IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
Advertisement

IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ

ଦଶମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନସକୁ ଭେଟିବାକୁ ଯାଉଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।

IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ

ଦୁବାଇ: ଚଳିତ ଆଇପିଏଲର ଦଶମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନସକୁ ଭେଟିବାକୁ ଯାଉଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଆଇପିଏଲର ଏହି ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନସ ଓ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ପ୍ରଥମ ମ୍ୟାଚ। ପୂର୍ବ ମ୍ୟାଚରେ ପରାଜୟ ବରଣ କରିଥିବା ଦୁଇ ଦଳ ତ୍ରୁଟି ସୁଧାରି ଦ୍ୱିତୀୟ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ।  ତେବେ ଉଭୟ କୋହଲି ଓ ରୋହିତଙ୍କ ମଧ୍ୟରେ ଏକ ଦମଦାର ମ୍ୟାଚ ଦେଖିବାକୁ ମିଳିବ। 

ଆଇପିଏଲରେ ଆରସିବି ବିପକ୍ଷରେ ମୁମ୍ବାଇ ରେକର୍ଡ ଭଲ ରହିଛି। ଉଭୟ ଦଳ ପରସ୍ପରକୁ ୨୭ ଥର ଭେଟିଥିବା ବେଳେ ମୁମ୍ବାଇ ୧୮ ଥର ବିଜୟ ଲାଭ କରିଥିବା ବେଳେ ଆରସିବି ୯ ଥର ବିଜୟ ଲାଭ କରିଛି। ସେହିପରି ବିଗତ ସଂସ୍କରଣରେ ମଧ୍ୟ ଆରସିବି ବିପକ୍ଷରେ ମୁମ୍ବାଇ ବିଜୟଲାଭ କରିଥିଲା। 

ତେବେ ଚଳିତ ସଂସ୍କରଣରେ ଚେନ୍ନାଇ ବିପକ୍ଷ ମ୍ୟାଚରେ ପରାଜୟରୁ ଅଭିଯାନ ଆରମ୍ଭ କରିଥିଲା ମୁମ୍ବାଇ। କିନ୍ତୁ କୋଲକାତା ବିପକ୍ଷ ମ୍ୟାଚରେ ବିଜୟ ହାସଲ କରିନେଇଥିଲା ମୁମ୍ବାଇ। ତେବେ ତୃତୀୟ ମ୍ୟାଚରେ ଆରସିବିକୁ ଭେଟିବାକୁ ଯାଉଛି। ପୂର୍ବ ମ୍ୟାଚରେ ବିଜୟ ହାସଲ କରିଥିବାରୁ ଖେଳାଳିଙ୍କ ମନୋବଳ ଦୃଢ ରହିଛି। ଫଳରେ ଅପରିବର୍ତ୍ତିନ ଦଳ ନେଇ ଅଧିନାୟକ ରୋହିତ ଶର୍ମା ପଡ଼ିଆକୁ ଓହ୍ଲାଇବା ସମ୍ଭାବନା ଯଥେଷ୍ଟ ରହିଛି। କୋଲକାତା ବିପକ୍ଷ ମ୍ୟାଚରେ ମୁମ୍ବାଇର ସମସ୍ତ ଖେଳାଳି ବେଶ ଦମଦାର ପ୍ରଦର୍ଶନ ଦେଇଥିଲେ। ମଧ୍ୟଭାଗରେ ସୂର୍ଯ୍ୟକୁମାର ଦମଦାର ପ୍ରଦର୍ଶନ କରିଆସୁଛନ୍ତି। କ୍ୱିଣ୍ଟନ ଡି କକ, ହାର୍ଦ୍ଦିକ ପାଣ୍ଡ୍ୟା, କିରେନ ପୋଲାର୍ଡଙ୍କର କିନ୍ତୁ ବ୍ୟାଟିଂ ବିଭାଗରେ ପ୍ରଦର୍ଶନ ଦୁର୍ବଳ ରହିଛି। ସେହିପରି ବୋଲିଂ ବିଭାଗରେ ରାହୁଲ ଚହର ସଫଳ ରହିଛନ୍ତି। ପେସ ବିଭାଗ ମଧ୍ୟ ବେଶ ଦୃଢ ରହିଛି। ଟ୍ରେଣ୍ଟ ବୋଲ୍ଟ, ଜେମସ ପାଟିନସନ, ଜସପ୍ରିତ ବୁମରା ପ୍ରମୁଖ ପେସ ବିଭାଗକୁ ସମ୍ଭାଳିବେ।  

ସେହିପରି ଯଦି ବାଙ୍ଗାଲୋର ଦଳ କଥା ଦେଖାଯାଏ ତେବେ ବର୍ତ୍ତମାନ ସୁଦ୍ଧା ଦଳ ସନରାଇଜର୍ସ ବିପକ୍ଷରେ ଏକ ମାତ୍ର ବିଜୟ ହାସଲ କରିଛି। କିନ୍ତୁ ଦ୍ୱିତୀୟ ମ୍ୟାଚରେ ଦଳ ଚେନ୍ନାଇ ସୁପର କିଙ୍ଗସ ଠାରୁ ଏକ ବୃହତ ବ୍ୟବଧାନରେ ପରାଜୟ ବରଣ କରିଥିଲା। ଦଳ ସବୁ ବିଭାଗରେ ଫେଲ ମାରିଥିଲା। ତେବେ ଏଭଳି ପ୍ରଦର୍ଶନ ଦଳର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା। ଫଳରେ ଚୁଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିପାରନ୍ତି ଅଧିନାୟକ କୋହଲି। ବୋଲିଂ ବିଭାଗରେ ଡେଲ ଷ୍ଟେନ ଓ ଉମେଶ ଯାଦବଙ୍କ ସ୍ଥାନରେ ନୂଆ ଖେଳାଳିଙ୍କୁ ସୁଯୋଗ ଦେଇ ପାରନ୍ତି। ସେହିପରି ମୁମ୍ବାଇ ବିପକ୍ଷରେ ବଡ଼ ସ୍କୋର ପାଇଁ କୋହଲି ଓ ଆରୋନ ଫିଞ୍ଚଙ୍କୁ ବଡ଼ ସ୍କୋର କରିବାକୁ ହେବ। ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ଡି ଭିଲର୍ସ, ୟୁଜବେନ୍ଦ୍ର ଚହଲ, ଦେବଦତ୍ତ ପାଡ଼ିକାଲଙ୍କ ଉପରେ ମଧ୍ୟ ନଜର ରହିବ। 

ମୁମ୍ବାଇ ଇଣ୍ଡିଆନସ(ସମ୍ଭାବ୍ୟ ଏକାଦଶ) : ରୋହିତ ଶର୍ମା(ଅଧିନାୟକ), କ୍ୱିଣ୍ଟନ ଡି କକ, ସୂର୍ଯ୍ୟକୁମାର ଯାଦବ, ସୌରଭ ତିଓ୍ୱାରୀ, ହାର୍ଦ୍ଦିକ ପାଣ୍ଡ୍ୟା, କିରୋଣ ପୋଲାର୍ଡ, କୃଣାଳ ପାଣ୍ଡ୍ୟା, ଟ୍ରେଣ୍ଟ ବୋଲ୍ଟ, ଜେମସ ପାଟିନସନ, ରାହୁଲ ଚହର, ଯଶପ୍ରିତ ବୁମରା

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ସମ୍ଭାବ୍ୟ ଏକାଦଶ): ବିରାଟ କୋହଲି(ଅଧିନାୟକ), ଆରୋନ ଫିଞ୍ଚ, ଦେବଦତ୍ତ ପାଡ଼ିକାଲ, ଏବି ଡି ଭିଲିୟର୍ସ, ଶିବମ ଦୁବେ, ଯୋଶୁଆ ଫିଲିପ/ମୋଇନ ଅଲ୍ଲୀ, ଇସୁରୁ ଉଦାନା, ଓ୍ୱାସିଂଟନ ସୁନ୍ଦର, ନବଦୀପ ସୈଇନୀ, ଉମେଶ ଯାଦବ, ମହମ୍ମଦ ସିରାଜ, ୟୁଜୁବେନ୍ଦ୍ର ଚହଲ