• କୋଇଲା ଦୁର୍ନୀତି ମାମଲା: ଆଜି ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ
  • ଦିଲ୍ଲୀପଙ୍କ ସହିତ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ୩ ବର୍ଷ ଜେଲ
  • ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ: ୧୯୯୯ ଝାଡ଼ଖଣ୍ଡ କୋଲ ବ୍ଲକ ଆବଣ୍ଟନ ମାମଲ
  • IPL 2020: ଆଜି କୋଲକାତା ଓ ପଞ୍ଜାବ ମୁହାଁମୁହିଁ
  • ବାଲେଶ୍ୱର ଉପ ନିର୍ବାଚନ: ବେଣୁଙ୍କୁ ନେଇ ରାଜନୀତି ଜୋର
  • ବାଲେଶ୍ୱର ଉପନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ପ୍ରଚାର କଲେ ରାଣୀଙ୍କ ସହିତ ଅନ୍ୟ କିଛି ଯାତ୍ରା କଳାକାର
  • କନ୍ଧମାଳ ବାଲିଗୁଡ଼ାରେ ବୋଲେରୋ ଧକ୍କାରେ ୫ ବର୍ଷର ଶିଶୁ ମୃତ, କ୍ଷତିପୂରଣ ଦାବିରେ ଜିଡୁବାଡ଼ିରେ ରାଜ୍ୟ ରାଜପଥ ଅବରୋଧ

IPL 2020: ପ୍ରଥମ ଆଇପିଏଲ ଟ୍ରଫି ପାଇଁ ଅଭିଯାନ ଆରମ୍ଭ କରିବ ଆରସିବି

ଆଇପିଏଲରେ ଆଜି ଆଉ ଏକ ହାଇଭୋଲଟେଜ ମ୍ୟାଚ ଦେଖିବାକୁ ମିଳିବ। ଆଇପିଏଲ ଟ୍ରଫି ଆଶାରେ ରହିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଜି ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆଜି ତାର ଅଭିଯାନ ଆରମ୍ଭ କରିବ।

IPL 2020: ପ୍ରଥମ ଆଇପିଏଲ ଟ୍ରଫି ପାଇଁ ଅଭିଯାନ ଆରମ୍ଭ କରିବ ଆରସିବି

ନୂଆଦିଲ୍ଲୀ: ଚଳିତ ଆଇପିଏଲ (IPL 2020) ରେ ଆଜି ଆଉ ଏକ ହାଇଭୋଲଟେଜ ମ୍ୟାଚ ଦେଖିବାକୁ ମିଳିବ। ଆଇପିଏଲ ଟ୍ରଫି ଆଶାରେ ରହିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Royal Chalengers Bangalore) ଆଜି ସନରାଇଜର୍ସ ହାଇଦ୍ରାବାଦ (SunRisers Hyderabad) ବିପକ୍ଷରେ ଆଜି ତାର ଅଭିଯାନ ଆରମ୍ଭ କରିବ। ବହୁ ରେକର୍ଡର ଅଧିକାରୀ ରହିଥିବା ବିରାଟ କୋହଲି (Virat Kohali) ଆଜି ପର୍ଯ୍ୟନ୍ତ ଗୋଟିଏ ବି ଆଇପିଏଲ (IPL 2020) ଟ୍ରଫି ହାସଲ କରିପାରିନାହିଁ। ତେବେ ଆଇପିଏଲର ତ୍ରୟୋଦଶ ସଂସ୍କରଣର ତୃତୀୟ ମ୍ୟାଚ ଉଭୟ ଦଳ ଆଜି ପରସ୍ପରକୁ ଭେଟିବାକୁ ଥିବା ବେଳେ ଉଭୟ ଦଳ ପାଇଁ ଆଇପିଏଲର ଚଳିତ ସଂସ୍କରଣର ପ୍ରଥମ ମ୍ୟାଚ ହେବ। 

ହାଇଦ୍ରାବାଦ (SRH) ମଧ୍ୟ ଏକ ସନ୍ତୁଳିତ ଦଳ ରହିଛି। ଏହି ଫ୍ରାଞ୍ଚାଇଜ ଟିମରେ ଯଦିଓ ଷ୍ଟାର ଖେଳାଳି (Star Player) ଙ୍କ ସଂଖ୍ୟା କମ ରହିଥିଲେ ହେଁ ସବୁ ବିଭାଗରେ ଖେଳାଳିଙ୍କ ପ୍ରଦର୍ଶନ ଦମଦାର ରହିଛି। ଅଧିନାୟକ ଡେଭିଡ଼ ଓ୍ୱାର୍ଣର (David Warner) ଙ୍କ ଅଧିନାୟକତ୍ୱରେ ଦଳ ପୂର୍ବରୁ ଟ୍ରଫି ହାସଲ କରିପାରିଛି। ଫଳରେ କୋଭିଡ଼ (Covid 19) କଟକଣା ମଧ୍ୟରେ ମୁକୁଟ ଅଭିଯାନ ବିଜୟରୁ ଆରମ୍ଭ କରିବାକୁ ଦଳ ନିଶ୍ଚିତ ପକ୍ଷେ ଚାହିଁବ। ସେପଟେ ଦଳର ସର୍ବାଧିକ ରନ ସଂଗ୍ରହ କରି ୩ ଥର ଅରେଞ୍ଜ କ୍ୟାପ (Orange Cap) ମଧ୍ୟ ବିଜୟ ହାସଲ କରିସାରିଛନ୍ତି। ଡାଭିଡ଼ ଓ୍ୱାର୍ଣ୍ଣରଙ୍କୁ ସାଥ ଦେବା ପାଇଁ କେନ ଓ୍ୱିଲଆମସନ (Kane Williamson), ଜନି ବେୟାରଷ୍ଟୋ (Jony Bairstow) ଓ ମନୀଷ ପାଣ୍ଡେ (Manish Pandey) ପ୍ରମୁଖ ରହିଛନ୍ତି। 

ବିଜୟ ଶଙ୍କର (Bijay Sankar), ମିଚେଲ ମାର୍ସ (Mitchel Marsh), ଫାବିଆନ ଆଲେନ (Fabian Allen) ପ୍ରମୁଖ ବ୍ୟାଟିଂ ବିଭାଗ ସମ୍ଭାଳିବାକୁ ଥିବା ବେଳେ ଏମାନେ ଦଳର ଅଲରାଉଣ୍ଡର ଦାୟିତ୍ୱ ତୁଲାଇବେ। ବୋଲିଂ ବିଭାଗକୁ ଯଦି ଦେଖାଯାଏ ଭୁବନେଶ୍ୱର କୁମାର (Bhubaneswar Kumar) , ବିଲ୍ଲୀ ଷ୍ଟାନତେକ, ସାହାବାଜ ନଦୀନ, ଖାଲିଲ ଅହମ୍ମଦ, ରସିଦ ଖାନ (Rashid Khan) ଙ୍କ ଭଳି ଶୀର୍ଷ ମାନ୍ୟତା ପ୍ରାପ୍ତ ଖେଳାଳିମାନେ ରହିଛନ୍ତି। ଆଇପିଏଲର ଗତ ସଂସ୍କରଣରେ ରସିଦ ଖାନ ଘାତକ ବୋଲିଂ କରି ରେକର୍ଡ ମଧ୍ୟ କରିଥିଲେ। ତେବେ ମୋଟାମୋଟି ଭାବେ ଦେଖିବାକୁ ଗଲେ ଦଳରେ ଷ୍ଟାର ଖେଳାଳିଙ୍କ ସଂଖ୍ୟା କମ ରହିଥିଲେ ମଧ୍ୟ ଏକ ସନ୍ତୁଳିତ ଦଳ ହୋଇ ରହିଛି ହାଇଦ୍ରାବାଦ। ଏପରିକି ବିଗତ ସଂସ୍କରଣ ଗୁଡ଼ିକ ମଧ୍ୟରୁ ଗୋଟିଏ ଥର ଚାମ୍ପିଆନ ହେବାର ସୌଭାଗ୍ୟ ଅର୍ଜନ କରିଛି ହାଇଦ୍ରାବାଦ। 

ସେପଟେ ବ୍ୟକ୍ତିଗତ ସ୍ତରରେ ଏକାଧିକ ରେକର୍ଡ କରିଥିଲେ ମଧ୍ୟ ବିରାଟ କୋହଲି (Virat Kohli) ଆଇପିଏଲରେ ବିଫଳ ହୋଇଥିବା କୁହାଯାଇପାରେ। କାରଣ ଗତ ସଂସ୍କରଣରେ ବିରାଟଙ୍କ ଟିମ ୧୪ଟି ମ୍ୟାଚରୁ ମାତ୍ର ୫ଟିରେ ବିଜୟ ହାସଲ କରିଥିଲେ। ତେବେ ଗତ ବର୍ଷର ଫଳାଫଳ ନିଶ୍ଚିତ ଭାବେ ଦଳକୁ ଚାପରେ ରଖିବ। ତଥାପି ଏହି ଷ୍ଟାର ଖଚାଖଚ ଖେଳାଳିଙ୍କ ଟିମ ବିଜୟରୁ ଅଭିଯାନ ଆରମ୍ଭ କରିବ। ସେପଟେ ଦଳର ଯଦି ବାଙ୍ଗାଲୋରକୁ ଦେଖାଯାଏ ତେବେ ଏଥିରେ ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ, ଉମେଶ ଯାଦବଙ୍କ ଭଳି ଭାରତୀୟ ବୋଲର ରହିଥିବା ବେଳେ ଆଡ଼ାମ ଜାମ୍ପା, ଡେଲ ଷ୍ଟେନ, ନବଦୀପ ସୈନୀଙ୍କ ଭଳି ଖେଳାଳି ରହିଛନ୍ତି। 

ସେହିପରି ଅଧିନାୟକ ବିରାଟ କୋହଲିଙ୍କ ସହିତ ବ୍ୟାଟିଂ ବିଭାଗରେ ଆରୋନ ଫିଞ୍ଚ, ଏବି ଡିଭିଲିୟର୍ସ, ପାର୍ଥିବ ପଟେଲ, ଜସ ଫିଲିପ, ଓ୍ୱାସିଂଟନ ସୁନ୍ଦର, ମୋଇନ ଅଲ୍ଲୀ ପ୍ରମୁଖଙ୍କୁ ନେଇ ଆରସିବି ବ୍ୟାଟିଂ ବାହିନୀ ବେଶ ମଜବୁତ ରହିଛି।  ସେହିପରି ଅଲରାଉଣ୍ଡରଙ୍କ ମଧ୍ୟରେ ବାଙ୍ଗାଲୋର ନିକଟରେ ମୋଇନ ଅଲ୍ଲୀ, ଶିଭମ ଦୁବେ ପ୍ରମୁଖ ରହିଛନ୍ତି। ମୋଟାମୋଟି ଏକ ସନ୍ତୁଳିତ ଦଳହୋଇ ରହିଛି। 

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ସମ୍ଭାବ୍ୟ ଦଳ) : ଆରୋନ ଫିଞ୍ଚ,  ପାର୍ଥିବ ପଟେଲ, ବିରାଟ କୋହଲି(ଅଧିନାୟକ), ଏବି ଡିଭିଲିୟର୍ସ, ଦେବଦତ୍ତ ପାଡ଼ିକାଲ, ଶିବମ ଦୁବେ, କ୍ରିସ ମୋରିସ, ଯୁଜୁବେନ୍ଦ୍ର ଚହଲ, ନବଦୀପ ସାଇନୀ, ଉମେଶ ଯାଦବ, ଆଡାମ ଜାମ୍ପା

ସନରାଇଜର୍ସ ହାଇଦ୍ରାବାଦ(ସମ୍ଭାବ୍ୟ ଦଳ): ଡେଭିଡ଼ ଓ୍ୱାର୍ଣ୍ଣର(ଅଧିନାୟକ), ଜନି ବେୟାରଷ୍ଟୋ, ମନୀଷ ପାଣ୍ଡେ, ବିଜୟ ଶଙ୍କର, ରିଦ୍ଧିମାନ ଶାହା, ମହମ୍ମଦ ନବି, ରସିଦ ଖାନ, ସିଦ୍ଧାର୍ଥ କୌଲ, ଭୁବନେଶ୍ୱର କୁମାର, ଖାଲିଲ ଅହମ୍ମଦ, ସାହାବାଜ ନଦୀମ।