ତାଲିବାନ ଉଦ୍ଦେଶ୍ୟରେ ନାସ୍ତିବାଣୀ ଶୁଣାଇଲା ଇରାନ; ନେଲା ଏହି ପଦକ୍ଷେପ
Advertisement

ତାଲିବାନ ଉଦ୍ଦେଶ୍ୟରେ ନାସ୍ତିବାଣୀ ଶୁଣାଇଲା ଇରାନ; ନେଲା ଏହି ପଦକ୍ଷେପ

ତାଲିବାନ  ଉଦ୍ଦେଶ୍ୟରେ ନାସ୍ତିବାଣୀ ଶୁଣାଇଛି  ଇରାନ।  

ତାଲିବାନ ଉଦ୍ଦେଶ୍ୟରେ ନାସ୍ତିବାଣୀ ଶୁଣାଇଲା ଇରାନ; ନେଲା ଏହି ପଦକ୍ଷେପ

ତେହେରାନ: ତାଲିବାନ  ଉଦ୍ଦେଶ୍ୟରେ ନାସ୍ତିବାଣୀ ଶୁଣାଇଛି  ଇରାନ।  ଆଫଗାନିସ୍ତାନ  ମାଟିରେ ଶାସନ  କରୁଥିବ  ତାଲିବାନ ସରକାରଙ୍କ କୂଟନୀତିଜ୍ଞ ଙ୍କୁ ସ୍ୱୀକାର କରିବାକୁ  ମନା କରିଦେଇଛି  ଇରାନ।  ଏନେଇ  କୁହାଯାଇଛି  ଯେ ବିଶ୍ୱ ସମୁଦାୟ ପକ୍ଷରୁ ଆନ୍ତର୍ଜାତୀୟ ସ୍ୱୀକୃତି  ନ  ମିଳିବା ପର୍ଯ୍ୟନ୍ତ ତାଲବାନ ସରକାରଙ୍କ କୌଣସି ରାଜନୈତିକ  ପ୍ରତିନିଧିଙ୍କୁ  ସ୍ୱୀକାର କରାଯିବ ନାହିଁ  ବୋଲି  ତାଲିବାନ ଉଦ୍ଦେଶ୍ୟରେ ସ୍ପଷ୍ଟ ଭାବେ  ଜଣାଇଦେଇଛି ଇରାନ।    

ଏନେଇ ପ୍ରତିକ୍ରିୟା ରଖି   ଇରାନ  ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର  ଶଇଦ  ଖାଟିବଜାଦେହା କହିଛନ୍ତି ଯେ  ପର୍ଯ୍ୟନ୍ତ  ବିଶ୍ୱ ସମୁଦାୟ ପକ୍ଷରୁ  ଆଫଗାନିସ୍ତାନ  ଠାରେ ଶାସନ କରୁଥିବା ସରକାର କିମ୍ବା ଏହାର  ରାଜନୈତିକ ବ୍ୟବସ୍ଥାକୁ  ଆନ୍ତଃର୍ଜାତୀୟ ସ୍ୱୀକୃତି ନ ମିଳିଛି ସେ ପଯ୍ୟନ୍ତ ଇସଲାମିକ  ଏମିରେଟ୍ସ  ଅଫ୍  ଆଫଗାନିସ୍ତାନ ଏହାର ରାଜନୈତିକ ପ୍ରତିନିଧି ପଠାଇ ପାରିବ  ନାହିଁ। ଆଫଗାନିସ୍ତାନ ହୈରାତ୍  ପ୍ରଦେଶରେ ଅବସ୍ଥିତ ଇରାନୀ  ଦୂତାବାସ ଉପରେ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କୁ ଖୋଜି ବାହରି କରିବା ଲାଗି  ତାଲିବାନ ସରକାର ଉଦ୍ଦେଶ୍ୟରେ ଆହ୍ୱାନ ଦେଇଛି  ଇରାନ  ବୈଦେଶିକ ମନ୍ତ୍ରଣାଳୟ।

Also Read: ସମ୍ପର୍କ ହୋଇଉଠୁଛି ତିକ୍ତ; ମୁହାଁମୁହିଁ ଅବସ୍ଥାରେ ତାଲିବାନ-ପାକିସ୍ତାନ

ଏନେଇ ମୁଖପାତ୍ର  ଶଇଦ  ଖାଟିବଜାଦେହା କହିଛନ୍ତି  ହୈରାତ୍  ପ୍ରଦେଶ ଠାରେ ଅବସ୍ଥିତ ଇରାନୀ ଦୂତାବାସ ଉପରେ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କୁ ପ୍ରଥମେ ଖୋଜି ବାହର କରୁ ତାଲିବାନ।  କାରଣ ଏଠାରେ  ଆମ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ରାଜନୈତିକ  ପ୍ରତିନିଧିଙ୍କ ଉପରେ  ଆକ୍ରମଣ  ହୋଇଛି। ନିକଟ ଭବିଷ୍ୟତରେ  ଏକ  ତାଲିବାନ ପ୍ରତିନିଧି ମଣ୍ଡଳ ତେହେରାନ ଗସ୍ତ କରି ବିଭିନ୍ନ ପ୍ରସଙ୍ଗରେ ପଡୋଶୀ ଇରାନ ସହ ଆଲୋଚନା କରିବ। ସେଠାରେ ଅବସ୍ଥାନ କରୁଥିବା ଆଫଗାନ ଶରଣାର୍ଥୀଙ୍କ ବାବଦରେ ଚର୍ଚ୍ଚା କରିବ  ତାଲିବାନ।  ତାଲିବାନ  ପ୍ରତିନିଧିମଣ୍ଡଳ କେବେ  ଇରାନ ଗସ୍ତ କରିବ  ସେ ନେଇ କୌଣସି ତାରିଖ ଧାର୍ଯ୍ୟ ହୋଇନଥିବା  ତାଲିବାନ ପବକ୍ତା ବିଲାଲ କରିମ କହିଛନ୍ତି। ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ  କୁହାଯାଇଛି  କାର୍ଯ୍ୟକାରୀ ଆଫଗାନ ବିଦେଶ ମନ୍ତ୍ରୀ  ଅମିର ଖାନ ମୁତ୍ତାକି  ଏବଂ  ଇରାନୀ  ବିଦେଶ  ମନ୍ତ୍ରୀ ହୁସୈନ ଅମିର  ଅବଦୁଲ୍ଲାହିଆନିନ୍  ଙ୍କ ମଧ୍ୟରେ  ରାଜନୈତିକ, ଅର୍ଥନୈତିକ ପ୍ରସଙ୍ଗରେ ଆଲୋଚନା ହୋଇସାରିଛି। 

Also Read: ବିମାନ ଆକ୍ରମଣକୁ ନେଇ ତାତି ଉଠିଲା ତାଲିବାନ; ପାକିସ୍ତାନକୁ ଦେଲା ପରିଣାମ ଭୋଗିବାକୁ ଚେତାବନୀ

ଆଫଗାନିସ୍ତାନ ଦଖଲ କରିବାର ୮ ମାସ ବିତିଯାଇଥିଲେ  ମଧ୍ୟ ବିଶ୍ୱର କୌଣସି ଦେଶ ତାଲିବନ ସରକାରକୁ   ସ୍ୱୀକୃତି ପ୍ରଦାନ କରିନାହାଁନ୍ତି। ଋଷିଆ,  ପାକିସ୍ତାନ,  କାତାର,  ଚୀନ, ତୁର୍କୀମେନିସ୍ତାନ   ଆଦି ଦେଶ  ତାଲିବାନ କୂଟନୀତିଜ୍ଞଙ୍କୁ ସ୍ୱୀକାର  କରିଥିବା ବେଳେ  ତାଲିବାନ  ସରକାରକୁ ସ୍ୱୀକୃତି ପ୍ରଦାନ କରିନାହାଁନ୍ତି। ଆନ୍ତର୍ଜାତୀୟ ମାନ୍ୟତା ପାଇବା ପାଇଁ ଆତୁର ହୋଇଉଠିଛନ୍ତି  ତାଲିବାନ  ସରକାର।  ମାତ୍ର   ଏଥିପାଇଁ  ଏକ  ମାନଦଣ୍ଡ  ରଖିଛି  ବିଶ୍ୱ  ସମୁଦାୟ। ଏନେଇ କୁହାଯାଇଛି  କୁହାଯାଇଛି ମହିଳା ସୁରକ୍ଷା, ମାନବ ଅଧିକାରର ରକ୍ଷା,  ଆତଙ୍କବାଦୀଙ୍କୁ ସୁରକ୍ଷା ପ୍ରଦାନ  ନ କରିବାକୁ ପ୍ରଥମେ୍ ନିଶ୍ଚିତ କରିବା ଆବଶ୍ୟକ।