ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଜରୁରୀ ଖବର! ଯାଇପାରେ ଆପଣଙ୍କ ଚାକିରି, ସୁପ୍ରିମ କୋର୍ଟ ଦେଲେ ଏହି ଆଦେଶ
Advertisement

ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଜରୁରୀ ଖବର! ଯାଇପାରେ ଆପଣଙ୍କ ଚାକିରି, ସୁପ୍ରିମ କୋର୍ଟ ଦେଲେ ଏହି ଆଦେଶ

Supreme Court on Bank Employees Job: ୨୧ ବର୍ଷ ପୂର୍ବେ ସେବାରୁ ବରଖାସ୍ତ ହୋଇଥିବା ବ୍ୟାଙ୍କ କିରାଣୀଙ୍କ ଯୁକ୍ତି ଗ୍ରହଣ କରିବାକୁ ସୁପ୍ରିମକୋର୍ଟ (Supreme Court) ମନା କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ ବ୍ୟାଙ୍କରେ କାର୍ଯ୍ୟ କରିବା ଏକ ଦାୟିତ୍ୱପୂର୍ଣ୍ଣ ପଦ ଭାବରେ ମନେ କରାଯାଏ ଓ ଏହିପରି କର୍ମଚାରୀଙ୍କୁ ସେବାରୁ ହଟାଇବା ସଂପୂର୍ଣ୍ଣ ଠିକ୍ ।

ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଜରୁରୀ ଖବର! ଯାଇପାରେ ଆପଣଙ୍କ ଚାକିରି, ସୁପ୍ରିମ କୋର୍ଟ ଦେଲେ ଏହି ଆଦେଶ

ନୂଆଦିଲ୍ଲୀ: Supreme Court on Bank Employees Job: ବ୍ୟାଙ୍କରେ କାର୍ଯ୍ୟ କରୁଥିବା କର୍ମଚାରୀ (Bank Employee) ଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ବର୍ତ୍ତମାନ ବ୍ୟାଙ୍କ କର୍ମଚାରୀମାନେ ଚାକିରି ସମୟରେ ବହୁତ ସତର୍କ ହେବା ଆବଶ୍ୟକ । ଦେଶର ସର୍ବୋଚ୍ଚ ନ୍ୟାୟାଳୟ (Supreme Court) ନିଜରର ଗୋଟିଏ ନିଷ୍ପତ୍ତିରେ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ କଠୋରତା ପ୍ରଦର୍ଶନ କରି କହିଛନ୍ତି ଯେ ବ୍ୟାଙ୍କ କର୍ମଚାରୀଙ୍କ ପଦ ଅତ୍ୟନ୍ତ ବିଶ୍ୱସନୀୟ ଓ ଉତ୍ତରଦାୟୀ ହୋଇଥାଏ । ଏପରି ପରିସ୍ଥିତିରେ ଯଦି ଜଣେ କର୍ମଚାରୀ ତାଙ୍କ କାର୍ଯ୍ୟରେ ଭୁଲ୍ କରନ୍ତି, ତା’ହେଲେ ତାଙ୍କ ଚାକିରି ମଧ୍ୟ ତାଙ୍କ ଠାରୁ ଛଡ଼ାଇ ନିଆଯାଇପାରେ । 

ସୂଚନାଯୋଗ୍ୟ, ଜଷ୍ଟିସ ଅଜୟ ରସ୍ତୋଗି (Justice Ajay Rastogi) ଓ ଜଷ୍ଟିସ ଅଭୟ ଏସ ଓକା (Justice Abhay S Oka) ଙ୍କ ବେଞ୍ଚ ବ୍ୟାଙ୍କ କିରାଣୀଙ୍କୁ ବରଖାସ୍ତ କରିବା ଆଦେଶକୁ ସମର୍ଥନ କରିଛି । ଶୁଣାଣି ସମୟରେ ବେଞ୍ଚ କହିଛନ୍ତି ଯେ ଏକ ବ୍ୟାଙ୍କରେ କାମ କରିବା ପାଇଁ ସଚ୍ଚୋଟତା ଓ ସତ୍ୟ ନିଷ୍ଠତା ଜରୁରୀ ଅଟେ । ବ୍ୟାଙ୍କରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଯେକୌଣସି ପ୍ରକାରର ଅନିୟମିତତାକୁ କଠୋରତା ସହ ସମାଧାନ କରିବା ଆବଶ୍ୟକ ।

ଆମେ ଆପଣଙ୍କୁ କହି ରଖୁଛୁ ଯେ ଶୁଣାଣି ସମୟରେ ଏହି ବେଞ୍ଚ କଡ଼ା ଟିପ୍ପଣୀ କରି କହିଛନ୍ତି ଯେ, କେବଳ ଏଥିପାଇଁ କି କର୍ମଚାରୀ ଏହି ସମୟ ମଧ୍ୟରେ ଅବସର ନେଇଛନ୍ତି, ତାଙ୍କ ଦାୟିତ୍ୱରେ ଥିବା ଗଡ଼ବଡ଼ି ପାଇଁ ତାଙ୍କୁ କ୍ଷମା କରାଯାଇପାରିବ ନାହିଁ । ଅଭିଯୁକ୍ତଙ୍କ ଦ୍ୱାରା କରାଯାଇଥିବା ଅପରାଧର ପ୍ରକୃତିକୁ ବିଚାରକୁ ନେଇ ସେ କୌଣସି ଛାଡ ପାଇବାକୁ ହକଦାର ନୁହଁନ୍ତି । ଏପରି ପରିସ୍ଥିତିରେ ବିନମ୍ରତାକୁ କେବେବି ପ୍ରଶୟ ଦିଆଯାଇପାରିବ ନାହିଁ ।

ଏହା ବି ପଢ଼ନ୍ତୁ:-ପୁତୁରା ଅଭିଷେକଙ୍କ ସହ ବିବାଦ ମଧ୍ୟରେ ମମତା ବାନାର୍ଜୀ ନେଲେ ଏହି ବଡ଼ ପଦକ୍ଷେପ

ଏହା ବି ପଢ଼ନ୍ତୁ:-ଇମ୍ରାନ ଖାନଙ୍କ ବଡ଼ ବୟାନ, କହିଲେ-ଭାରତ ସହ ସମ୍ପର୍କ ସୁଧାରିବାକୁ ଚାହୁଁଛି, କିନ୍ତୁ...

ଏହା ବି ପଢ଼ନ୍ତୁ:-ଭୂତକୁ ବିବାହ କରିବେ ଏହି ମହିଳା, ଜାଣନ୍ତୁ କେମିତି ଆତ୍ମା ସହ କରନ୍ତି ଯୋଗାଯୋଗ

ଏହା ବି ପଢ଼ନ୍ତୁ:-ଏହି ଦେଶରେ ପରକିୟା ପ୍ରୀତି ପାଇଁ ମିଳିଥାଏ ଚରମ ଶାସ୍ତି! ପତ୍ନୀଙ୍କୁ ଦିଆଯାଇଛି ପତିଙ୍କୁ ହତ୍ୟା କରିବାର ଅଧିକାର

 

ସୂଚନାଯୋଗ୍ୟ ଯେ, ଏହି ମାମଲା ୧୯୭୩ ମସିହାରେ ନିଯୁକ୍ତ କର୍ମଚାରୀଙ୍କ ସହ ଜଡିତ,  ଯିଏ ବ୍ୟାଙ୍କରେ କିରାଣୀ-ଟାଇପିଷ୍ଟ ପଦରେ ନିଯୁକ୍ତ ଥିଲେ । ବାସ୍ତବରେ, ସେ ତାଙ୍କ ସେବା ସମୟରେ ଦାୟିତ୍ୱ ତୁଲାଇବାରେ ଅନେକ ଗୁରୁତର ଅନିୟମିତତା କରିଥିଲେ, ଯେଉଁଥିପାଇଁ ତାଙ୍କୁ ଅଗଷ୍ଟ ୭, ୧୯୯୫ରେ ନିଲମ୍ବିତ କରାଯାଇଥିଲା । ପରବର୍ତ୍ତୀ ସମୟରେ ୨ ମାର୍ଚ୍ଚ ୧୯୯୫ରେ ଦାଖଲ ହୋଇଥିବା ଚାର୍ଜସିଟରେ ଅନୁସନ୍ଧାନକାରୀ ଅଧିକାରୀ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସତ୍ୟ ବୋଲି ଜାଣିଥିଲେ । ଏହା ପରେ ତାଙ୍କୁ ୬ ଡିସେମ୍ବର ୨୦୦୦ରେ ବରଖାସ୍ତ କରାଯାଇଥିଲା । ଏହା ପରେ ସୁପ୍ରିମକୋର୍ଟ ଶେଷରେ ତାଙ୍କ ବରଖାସ୍ତକୁ ସମର୍ଥନ କରିଛନ୍ତି ।