କିଛି ଦିନ ପୂର୍ବରୁ ପୁରା ଗାୟବ ହୋଇଯାଇଥିଲେ କିମ୍ ଜଙ୍ଗ ଉନ୍ । ସ୍ଥିତି ଏପରି ହୋଇଥିଲା ଯେ, ଅନ୍ତର୍ଜାତୀୟ ଗଣମାଧ୍ୟମରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା ।
Trending Photos
ନୂଆଦିଲ୍ଲୀ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ୍ (Kim Jong Un) କୋରୋନା ସଙ୍କଟ ସମୟରେ ଭିନ୍ନ ଏକ ଉଦ୍ଦେଶ୍ୟ ନେଇ ଆଗକୁ ବଢ଼ୁଛନ୍ତି ? ଏ ପ୍ରଶ୍ନ ଏଇଥି ପାଇଁ, କାରଣ ପରମାଣୁ ଶକ୍ତି ବୃଦ୍ଧି କରିବା ନେଇ ବରିଷ୍ଠ ସେନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କିମ୍ ଜଙ୍ଗ । ସତରେ କ'ଣ କିମ୍ Inter Continental ballistic missile ପରୀକ୍ଷଣ କରିବାର ଯୋଜନା କରୁଛନ୍ତି ? ବିଭିନ୍ନ ସମୟରେ ଗାୟବ ହୋଇଯାଉଥିବା ଏହି ଏକଛାତ୍ରବାଦୀ ଶାସକଙ୍କୁ ନେଇ ଏବେ ଏଭଳି କିଛି ଚର୍ଚ୍ଚା ଜୋର ଧରିଛି ।
କିଛି ଦିନ ପୂର୍ବରୁ ପୁରା ଗାୟବ ହୋଇଯାଇଥିଲେ କିମ୍ ଜଙ୍ଗ ଉନ୍ । ସ୍ଥିତି ଏପରି ହୋଇଥିଲା ଯେ, ଅନ୍ତର୍ଜାତୀୟ ଗଣମାଧ୍ୟମରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଗାୟବ ହେବାର ୨୦ ଦିନ ପରେ ଗତ ୧ ମଇରେ ସାମ୍ନାକୁ ଆସିଥିଲେ କିମ୍ । ଏକ ଫ୍ୟାକ୍ଟି ଉଦଘାଟନ ସମାରୋହରେ ସାମିଲ ହୋଇଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ପରେ ପୁଣି ୩ ସପ୍ତାହ ପାଇଁ ଅନ୍ତର୍ଧ୍ୟାନ ହୋଇଯାଇଥିଲେ କିମ୍ ଜଙ୍ଗ୍ । ୩ ସପ୍ତାହ ପରେ ଗତ ୨୩ ମଇରେ ସେ ସାମ୍ନାକୁ ଆସିଛନ୍ତି ।
ତେବେ ଏଥର ସାମ୍ନାକୁ ଆସିବା ପରେ ସତ୍ତାରୂଢ଼ ୱାର୍କର୍ସ ପାର୍ଟିର କେନ୍ଦ୍ରୀୟ ସାମରିକ କମିଶନ ବୈଠକର ନେତୃତ୍ୱ ନେଇଥିଲେ । କିମ୍ ବୈଠକରେ ପହଞ୍ଚିବା ବେଳେ ମାସ୍କ ପିନ୍ଧି ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିବା ଦେଖିବାକୁ ମିଳିଥିଲା ।
ବୈଠକରେ କ'ଣ ସବୁ ଚର୍ଚ୍ଚା ହୋଇଥିଲା ?
ଏହି ବୈଠକରେ ପରମାଣୁ ଶକ୍ତି ବୃଦ୍ଧି ନେଇ ଗୁରୁତ୍ୱାରୋପ କରାଯାଇଥିଲା । ଏଥିପାଇଁ ନୂଆ ନୀତି ଆଣିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ସେହିପରି ସେନାକୁ ହାଇ ଆଲର୍ଟ ଅପରେଶନରେ ରଖିବା ପାଇଁ ମଧ୍ୟ ଚର୍ଚ୍ଚା ହୋଇଥିଲା । ସଶସ୍ତ୍ର ବଳକୁ ଆହୁରି ମଜଭୁତ କିପରି କରାଯାଇପାରିବ, ସେନେଇ ଆଲୋଚନା କରାଯାଇଥିଲା ।
ତେବେ ଏହି ବୈଠକ ପରେ ଏବେ ବିଭିନ୍ନ ଚର୍ଚ୍ଚା ଜୋର ଧରିଛି । Inter Continental ballistic missile ପରୀକ୍ଷଣ ପାଇଁ କିମ୍ ଯୋଜନା କରୁଥିବା କୁହାଯାଉଛି ।