Sharad Pawar: ଶେଷ ହେବ କି ଶରଦଙ୍କ ରାଜନୈତିକ କ୍ୟାରିୟର, ପୁତୁରାଙ୍କ ଶକ୍ତି ପ୍ରଦର୍ଶନ ପାଇଁ ଶରଦ ପାଓ୍ୱାରଙ୍କ ବଢୁଛି ଅଡ଼ୁଆ
Advertisement
Article Detail0/zeeodisha/odisha1348349

Sharad Pawar: ଶେଷ ହେବ କି ଶରଦଙ୍କ ରାଜନୈତିକ କ୍ୟାରିୟର, ପୁତୁରାଙ୍କ ଶକ୍ତି ପ୍ରଦର୍ଶନ ପାଇଁ ଶରଦ ପାଓ୍ୱାରଙ୍କ ବଢୁଛି ଅଡ଼ୁଆ

 ଅଜିତ ପାଓ୍ୱାର ଯେତେବେଳେ ମଞ୍ଚରୁ ଉଠିକରି ଗଲେ ସେତେବେଳେ ତାଙ୍କର ସମର୍ଥନ ତାଙ୍କ ନାଁରେ ନାରାବାଜି କରିଥିଲେ। ସମର୍ଥକଙ୍କ ଏଭଳି ଆଚରଣ ଦେଖିବା ପରେ ଅଜିତ ଶକ୍ତି ପ୍ରଦର୍ଶନ କରୁଥିବା ନେଇ ମଧ୍ୟ ଆଲୋଚନା ଜୋର ଧରିଥିଲା।  

Sharad Pawar: ଶେଷ ହେବ କି ଶରଦଙ୍କ ରାଜନୈତିକ କ୍ୟାରିୟର, ପୁତୁରାଙ୍କ ଶକ୍ତି ପ୍ରଦର୍ଶନ ପାଇଁ ଶରଦ ପାଓ୍ୱାରଙ୍କ ବଢୁଛି ଅଡ଼ୁଆ

Sharad Pawar: ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପିତାମହ କୁହାଯାଉଥିବା ଶରଦ ପାଓ୍ୱାରଙ୍କ ପାଇଁ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି। ମହାରାଷ୍ଟ୍ର ରାଜନୀତିରେ ନିଜର ଚତୁରତା ସହିତ ଗୋଟି ଚାଳନା କରି ସବୁବେଳେ ଶାସକ ବିରୋଧୀଙ୍କୁ ଝଟକା ଦେଉଥିବା ଶରଦଙ୍କ ପାଇଁ ଏବେ ଅଡ଼ୁଆ ହେଉଛନ୍ତି ତାଙ୍କ ପୁତୁରା ଅଜିତ ପାଓ୍ୱାର। ଅନ୍ତଃକନ୍ଦଳ ପାଇଁ ମହାବିକାଶ ଅଘାଡ଼ି ସରକାର ଭାଙ୍ଗି ଯାଇଥିବା ବେଳେ ଏନସିପିରେ ମଧ୍ୟ ଅନ୍ତକନ୍ଦଳ ଧିରେ ଧିରେ ବୃଦ୍ଧି ପାଉଥିବାର ଖବର ସାମ୍ନାକୁ ଆସିବାରେ ଲାଗିଛି। ଏଭଳି ସ୍ଥିତିରେ ଶରଦ ପାଓ୍ୱାରଙ୍କ ରାଜନୀତି କ୍ୟାରିୟରକୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ତେବେ ଏହି ଗୁଜବ ଆହୁରି ସ୍ପଷ୍ଟ ହୋଇଥିଲା ଯେତେବେଳେ ଖୋଲା ମଞ୍ଚରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଅଜିତ ପାଓ୍ୱାର ତାଙ୍କର ଶକ୍ତି ଦେଖାଇଥିଲେ। ଅଜିତ ପାଓ୍ୱାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଜୟନ୍ତ ପାଟିଲଙ୍କ ନାଁ ବକ୍ତା ଭାବେ ଘୋଷଣା କରି ଦେଇ ମଞ୍ଚରୁ ପଳାଇ ଯାଇଥିଲେ।

ମିଳିଥିବା ସୂଚନା ମୁତାବକ ଜୟନ୍ତ ପାଟିଲଙ୍କ ପରେ ସେ ପାର୍ଟିକୁ ସମ୍ବୋଧନ କରିବାର ଥିଲା। କିନ୍ତୁ ଅଜିତ ପାଓ୍ୱାର ଆଉ ମଞ୍ଚକୁ ଫେରିନଥିଲେ। ତେବେ ମଞ୍ଚରେ ଦଳର ବରିଷ୍ଠ ନେତା ଶରଦ ପାଓ୍ୱାର ଉପସ୍ଥିତ ରହିଥିବା ବେଳେ ଅଜୟଙ୍କ ଏଭଳି କାର୍ଯ୍ୟକଳାପ ବର୍ତ୍ତମାନ ଅନେକ ପ୍ରଶ୍ନ ଛିଡ଼ା କରିଛି। ଦଳ ବିଭାଜନ ନେଇ ଆଶଙ୍କା ମଧ୍ୟ ପ୍ରକାଶ ପାଇଛି। ପାର୍ଟି ସାଂସଦ ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ ଶରଦ ପାୱାରଙ୍କ ଶେଷ ଭାଷଣ ପୂର୍ବରୁ ଅଜିତ ପାୱାର ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ସେ ମଞ୍ଚରୁ ଏପରି ଭାବରେ ଉଠି ଚାଲିଗଲେ ଯେ ଆଉ ଫେରି ନଥିଲେ। ତାଙ୍କୁ ମଞ୍ଚରେ ଅତିଥିମାନେ ଅପେକ୍ଷା କରି ରହିଥିଲେ। ତେବେ ଅଜିତ ପାଓ୍ୱାରଙ୍କ ନ ଆସିବା ନେଇ ମଞ୍ଚରେ ଅନେକ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି କରିଥିଲା। କିନ୍ତୁ ତାଙ୍କ ଆସିବା ବିଳମ୍ବ ହେବାରୁ ମଞ୍ଚରେ ସେ ଶୌଚାଳୟରେ ଥିବା ନେଇ କୁହାଯାଇଥିଲା। ତେବେ ବହୁ ବିଳମ୍ବରେ ଆସିବା ବେଳକୁ ଶରତ ପାଓ୍ୱାରଙ୍କ ସମାପନ ଭାଷଣ ଦେଉଥିଲେ। 

କେବଳ ଏତିକି ନୁହେଁ, ଅଜିତ ପାଓ୍ୱାର ଯେତେବେଳେ ମଞ୍ଚରୁ ଉଠିକରି ଗଲେ ସେତେବେଳେ ତାଙ୍କର ସମର୍ଥନ ତାଙ୍କ ନାଁରେ ନାରାବାଜି କରିଥିଲେ। ସମର୍ଥକଙ୍କ ଏଭଳି ଆଚରଣ ଦେଖିବା ପରେ ଅଜିତ ଶକ୍ତି ପ୍ରଦର୍ଶନ କରୁଥିବା ନେଇ ମଧ୍ୟ ଆଲୋଚନା ଜୋର ଧରିଥିଲା।  କୁହାଯାଉଛି ଯେ ଅଜିତ ପାୱାରଙ୍କୁ ମନାଇବା ଦାୟିତ୍ୱ ପୁଣି ଥରେ ତାଙ୍କ ସମ୍ପର୍କୀୟ ସୁପ୍ରିୟା ସୁଲେଙ୍କୁ ଦିଆଯାଇଛି। ଅଜିତ ପାୱାରଙ୍କ ଏହି ଷ୍ଟାଣ୍ଡ ଏନସିପିକୁ ଟେନସନରେ ପକାଇବାକୁ ଯାଉଛି। କାରଣ ପୂର୍ବରୁ ସେ ଥରେ ବିଦ୍ରୋହ କରି ଦେବେନ୍ଦ୍ର ଫଡନାଭିସଙ୍କ ସହ ଶପଥ ମଧ୍ୟ କରିସାରିଛନ୍ତି। ଉଭୟ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିନ୍ତୁ ସରକାର ୮୦ ଘଣ୍ଟା ଧରି ମଧ୍ୟ ଚାଲିପାରିଲା ନାହିଁ। କୁହାଯାଏ ଯେ ଆଜି ମଧ୍ୟ ଫଡନାବିସଙ୍କ ସହିତ ତାଙ୍କର ଅତି ଉତ୍ତମ ସମ୍ପର୍କ ରହିଛି। 

ଶନିବାର ନିଜେ ମଧ୍ୟ ଶରଦ ପାୱାର ଆସନ୍ତା ୪ ବର୍ଷ ପାଇଁ ଦଳର ଜାତୀୟ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ୧୯୯୯ରୁ ସେ ଦଳର ସଭାପତି ରହିଛନ୍ତି। ବର୍ତ୍ତମାନ ତାଙ୍କ ବ୍ୟତୀତ ଦଳର ଦୁଇଜଣ ସାଧାରଣ ସଚିବ ସୁନୀଲ ତଟକରେ ଏବଂ ପ୍ରଫୁଲ୍ଲ ପଟେଲ ଅଛନ୍ତି। କେବଳ ଏତିକି ନୁହେଁ ମହାରାଷ୍ଟ୍ର ବିଧାନସଭାରେ ଅଜିତ ପାୱାର ବିରୋଧୀ ଦଳର ନେତା। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଶରଦ ପାୱାର ବିରୋଧୀ ଏକତାକୁ ସମର୍ଥନ କରୁଛନ୍ତି। ଏପରି ସମୟରେ ଯଦି ଅଜିତ ପାୱାର ଏକ ବିଦ୍ରୋହୀ ମନୋଭାବ ପ୍ରଦର୍ଶନ କରନ୍ତି, ତେବେ ଶରଦ ପାୱାରଙ୍କୁ ନିଜ ଦଳରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

ଅଧିକ ପଢନ୍ତୁ: ଆମୀର ଖାନଙ୍କ ଘରେ ଇଡିର ଚଢ଼ାଉ, ୧୭ କୋଟି ଟଙ୍କା ଜବତ! ୫ଟି ଟ୍ରଙ୍କରେ ଭରିଥିଲା ନୋଟ