ଉତ୍ତର କାରୋଲିନାରେ ସ୍ଥଳଭାଗ ଛୁଇଁଲା ଇସାୟସ ଝଡ
Advertisement

ଉତ୍ତର କାରୋଲିନାରେ ସ୍ଥଳଭାଗ ଛୁଇଁଲା ଇସାୟସ ଝଡ

ଉତ୍ତର କାରୋଲିନାରେ ସ୍ଥଳଭାଗ ଛୁଇଁଲା ଇସାୟସ ଝଡ।

ଉତ୍ତର କାରୋଲିନାରେ ସ୍ଥଳଭାଗ ଛୁଇଁଲା ଇସାୟସ ଝଡ

ୱାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକାରେ ଏବେ ଅନୁଭୂତ ହୋଇଛି ଝଡର ତାଣ୍ଡବ। ସୋମବାର ଦେଶର ଉତ୍ତର କାରୋଲିନାରେ ଅବସ୍ଥିତ ଓସେନ ଆଇଲେ ଉପକୂଳରେ ସ୍ଥଳଭାଗ ଛୁଇଁଛି ଇସାୟସ ଝଡ। ମେରିକାର ଜାତୀୟ ତୋଫାନ କେନ୍ଦ୍ର ପକ୍ଷରୁ ଏସମ୍ପର୍କିତ ସୂଚନା ଦିଆଯାଇଛି। ରାତି ପ୍ରାୟ ୧୧ଟା ସମୟରେ ଏଠାକାର ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ସ୍ପର୍ଶ କରିଥିଲା ଏହି ଝଡ । ଏହି ସମୟରେ ପବନ ଘଣ୍ଟା ପ୍ରତି ୧୩୬ କିଲୋମିଟର ରହିଥିଲା । 

ଝଡର ପ୍ରକୋପକୁ ଦୃଷ୍ଟିରେ ସ୍ଥାନୀୟ ଉପକୂଳବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଦୋକାନ ଏବଂ ରେସ୍ତୁରାଁ ପୂର୍ବରୁ ବନ୍ଦ ହୋଇଯାଇଥିଲା। ଏହା ପରେ ସମୁଦ୍ର କୂଳିଆ ଅଞ୍ଚଳ ଜନଶୂନ୍ୟ ହୋଇଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଆମେରିକାର ଜାତୀୟ ତୋଫାନ କେନ୍ଦ୍ର ପକ୍ଷରୁ ସମଦ୍ର କୂଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଉଦ୍ଦେଶ୍ୟରେ ଚେତାବନୀ ଜାରି କରାଯାଇଛି। ଏନେଇ କେନ୍ଦ୍ରର ବରିଷ୍ଠ ବିଶେଷଜ୍ଞ ଡାନିଏଲ୍ ବ୍ରାଉନ୍ କହିଛନ୍ତି ପ୍ରବଳ ବର୍ଷା କାରଣରୁ ଆଣ୍ଟଲାଟିକ ମହାସାଗରରେ ଅବସ୍ଥିତ ପୂର୍ବ କାରୋଲିନାର ବିଭିନ୍ନ ଅଞ୍ଚଳ  ଏବଂ ଉତ୍ତର ପୂର୍ବ ଆମେରିକାର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ।

ଏହି ତୋଫାନ ସମ୍ପର୍କରେ ସୂଚନା ପ୍ରାଦେଶିକ ସ୍ତରରେ ଜାରି କରାଯାଇଥିଲା। ଯେଉଁଥିରେ କୁହାଯାଇଛି ବୁଧବାର ଠାରୁ କେତେକ ଅଞ୍ଚଳରେ ଆକସ୍ମିକ ବନ୍ୟା ଆସିପାରେ। ରାତି ୧୧ଟା ବେଳକୁ ଇସାୟସ ଭୟଙ୍କର ରୂପ ଧାରଣ କରିବା ସହ ମଙ୍ଗଳବାର ଏହା ଦକ୍ଷିଣ ଉତ୍ତର କାରୋଲିନା ଆଡକୁ ଅଗ୍ରସର ହେବ।

ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଇସାୟସକୁ ଏକ ଭୟଙ୍କର ଝଡ ଭାବେ ଦର୍ଶାଇଛନ୍ତି। ଏହାର ପ୍ରକୋପ ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଝଡତୋଫାନର ବେଗ ବଢିବା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଅଛି। ଏହାର ମୁକାବିଲା ଲାଗି ସମସ୍ତେ ସଜାଗ ରହିବା ଆବଶ୍ୟକ।