ମୁମ୍ବାଇରେ ପୁଣି ହୋଇପାରେ ଆତଙ୍କୀ ହମଲା
Advertisement

ମୁମ୍ବାଇରେ ପୁଣି ହୋଇପାରେ ଆତଙ୍କୀ ହମଲା

ମାୟା ନଗରୀ ମୁମ୍ବାଇରେ ପୁଣି ହୋଇପାରେ ଆତଙ୍କୀ ହମଲା। ଗୁଇନ୍ଦା ସୂଚନା ପରେ ଆଲର୍ଟରେ ପୋଲିସ ବିଭାଗ।

26/11 ଆକ୍ରମଣର ବେଳର ତାଜ ହୋଟେଲ

ମୁମ୍ବାଇ: ପାର୍ବଣ ଋତୁରେ ହୋଇପାରେ ଆତଙ୍କୀ ହମଲା। ପାକିସ୍ତାନୀ ଆତଙ୍କବାଦୀଙ୍କ ଟାର୍ଗେଟରେ ପୁଣି ମାୟାନଗରୀ। ଡ୍ରୋନ କିମ୍ବା ରିମୋଟ ଚାଳିତ ଛୋଟ ବିମାନ ସାହାର୍ଯ୍ୟରେ କରିପରନ୍ତି ଆକ୍ରମଣ। ଏହାକୁ ନେଇ ସଜାଗ ପୋଲିସ ପ୍ରଶସନ।

ଆତଙ୍କବାଦୀ ଆକ୍ରମଣ ହେବା ନେଇ ମହାରାଷ୍ଟ୍ର ପୋଲିସକୁ ଗୁଇନ୍ଦା ବିଭାଗ ସୂଚନା ଦେଇଛି। ଦେଶରେ ରାଜନୈତିକ ଅସ୍ଥିରତା ଓ ପାର୍ବଣ ଉତ୍ସବରେ ଆତଙ୍କ ସୃଷ୍ଟି କରିବା ପାଇଁ ଏମାନେ ମୁମ୍ବାଇରେ ଆକ୍ରମଣ କରିପାରନ୍ତି। ବର୍ତ୍ତମାନ ପୂଜା ପାଇଁ ମାୟାନଗରୀରେ ଗହଳି ଚହଳି ଲାଗିଛି। ଯାହାର ସୁଯୋଗ ନେଇ ଆତଙ୍କୀ ହମଲା କରିବା ଆଶଙ୍କା ରହିଛି।

ଏହି ସୂଚନା ପରେ ପୋଲିସ ଆଲର୍ଟ ହେବା ସହ ମୁମ୍ୱଇ ଆକାଶରେ ଡ୍ରୋନ ଉଡାଣ ଉପରେ କଟକଣା ଲଗାଯାଇଛି। ବିଭିନ୍ନ ସ୍ଥାନରେ ଚେକିଂ ଜୋରଦାର କରାଯିବା ସହ ସମୂଦ୍ର ପଥରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ୨୬/୧୧ର ପୂନଃରାବୃତ୍ତି ନ ହେବାପାଇଁ ପ୍ରଶାସନ ଆବଶ୍ୟକୀୟ ପଦକ୍ଷେପ ନେଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା ଯେ, ଭାରତରେ ଆକ୍ରମଣ କରିଛି। ଏହାର ଦାୟି ଜୈଶ-ଏ-ମହମ୍ମଦ ଏବଂ ଅଲ-ବନ୍ଦ୍ରକୁ ଦିଆଯାଇଛି। ଏହି ଆତଙ୍କୀ ସଂଗଠନର ସଦସ୍ୟଙ୍କୁ ବିଶେଷ ତାଲିମ ଦେଇ ରାଓ୍ବଲକୋଟ, ଖୁଇରିଟା, ସମାନି ଏବଂ ସିଆଲକୋଟର ଲଞ୍ଚ୍ ପ୍ୟାଡ୍ କୁ ପଠାଇ ଦିଆଯାଇଛି।