Advertisement
Article Detail0/zeeodisha/odisha776517
Zee OdishaOdisha National-Internationalଆସିଲା ISL-୭ ସୂଚୀ; ନଭେମ୍ବର ୨୩ରୁ ଓଡିଶା ଏଫସିର ଅଭିଯାନ

ଆସିଲା ISL-୭ ସୂଚୀ; ନଭେମ୍ବର ୨୩ରୁ ଓଡିଶା ଏଫସିର ଅଭିଯାନ

କୋରୋନା ବେଳେ ଆରମ୍ଭ ହେଉଛି ଭାରତର ଲୋକପ୍ରିୟ ଘରୋଇ ଫୁଟବଲ ଲିଗ୍ ଆଇଏଲଏଲ୍। ଏଫଏସଡିଏଲ ପକ୍ଷରୁ ଏହାର ସୂଚୀ ଘୋଷଣା କରାଯାଇଛି।

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ମହାମାରୀ କୋରୋନା କାଳେ ଦେଶରେ ଜମିବ ଘରୋଇ ଫୁଟବଲ ଲିଗ୍। ଆସନ୍ତା ୨୦ ତାରିଖରୁ ଗୋଆରେ ଆରମ୍ଭ ହେବ ଇଣ୍ଡିଆନ ସୁପର ଲିଗ୍(ଆଇଏସ୍ଏଲ୍)। ଶନିବାର ଫୁଟବଲ ସ୍ପୋର୍ଟ୍ସ ଡେଭଲପମେଣ୍ଟ ଲିଃ(ଏଫଏସଡିଏଲ) ପକ୍ଷରୁ ଏହାର ପ୍ରଥମ ୧୧ଟି ରାଉଣ୍ଡର ସୂଚୀ ଘୋଷଣା କରାଯାଇଛି। ତେବେ ୨୩ ତାରିଖରୁ ଆଇଏଲ୍ଏଲରେ ଓଡିଶା ଏଫସିର ଅଭିଯାନ ଆରମ୍ଭ ହେବ।

ଏଥର ଆଇଏସଏଲ୍ ୭ମ ସଂସ୍କରଣ ଆଯୋଜନ ହେବ। ଏଥିରେ ୧୧ଟି ଦଳକୁ ସାମିଲ କରାଯାଇଛି। ଏମାନଙ୍କ ମଧ୍ୟରେ ୧୧୫ଟି ମ୍ୟାଚ ଖେଳାଯିବ। ତେବେ କୋରୋନା ପାଇଁ କେବଳ ଗୋଆରେ ସମସ୍ତ ମ୍ୟାଚ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥର ଗୋଆର ନେହରୁ ଷ୍ଟାଡିୟମ, ତିଲକ ମୈଦାନ ଓ ଜିଏମସି ଷ୍ଟାଡିୟମରେ ଆଇଏସଏଲ ଖେଳାଯିବ।

ପ୍ରଥମ ରାଉଣ୍ଡରେ ୬ଟି ଡବଲ ହେଡର ମ୍ୟାଚ ରହିଛି। କେବଳ ରବିବାର ଦିନ ୨ଟି ଲେଖାଏଁ ମ୍ୟାଚ ଅନୁଷ୍ଠିତ ହେବାକୁ ଥିବା ବେଳେ ଅନ୍ୟଦିନ ଗୁଡିକରେ କେବଳ ଗୋଟିଏ ଗୋଟିଏ ମ୍ୟାଚ ଖେଳାଯିବ। ଡବଲ ହେଡର ମ୍ୟାଚ ସନ୍ଧ୍ୟା ୫ଟା ଓ ସନ୍ଧ୍ୟା ସାଢେ ୭ଟାରେ ଆରମ୍ଭ ହେବ। ସାଧାରଣ ଦିନ କେବଳ ସଂଧ୍ୟା ସାଢେ ୭ଟାରେ ମ୍ୟାଚ ରହିବ।

Add Zee News as a Preferred Source

ନଭେମ୍ୱର ୨୦ରେ ଜିଏମସି ଷ୍ଟାଡିୟମରେ ଆଇଏସଏଲ ୭ମ ସଂସ୍କରଣର ଉଦଘାଟନୀ ମ୍ୟାଚ ଖେଳାଯିବ। ଏଥିରେ ଏଟିକେ ମୋହନ ବାଗାନ ଓ କେରଳ ବ୍ଲାଷ୍ଟର ମୁହାମୁହିଁ ହେବେ। ତେବେ ୨୩ ତାରିଖରୁ ଓଡିଶା ଏଫସିର ଆଇଏସଏଲ ଅଭିଯାନ ଆରମ୍ଭ ହେବ। ପ୍ରଥମ ମ୍ୟାଚରେ ହାଇଦ୍ରାବାଦ ଏଫସିକୁ ଭେଟିବ। ସେହିପରି ୨୯ ତାରିଖରେ ଜାମସେଦପୁର ଏଫସି ଓ ଡିସେମ୍ବର ୩ରେ ମୋହନ ବାଗାନ ସହ ଲଢେଇ କରିବ।

ଏଥର ଏସସି ଇଷ୍ଟ ବେଙ୍ଗଲ ନାଁରେ ନୂଆ ଟିମ ଆଇଏସଏଲରେ ଏଣ୍ଟ୍ରୀ କରିଛି। ନଭେମ୍ବର ୨୭ ତାରିଖରେ ସେ ମୋହନ ବାଗାନ ସହ ଡେବ୍ୟୁ ମ୍ୟାଚ ଖେଳିବ। ଚଳିତ ସଂସ୍କରଣରେ ୧୧୫ଟି ମ୍ୟାଚ ଖେଳାଯିବାକୁ ଥିବା ବେଳେ ପ୍ରତ୍ୟକ ଟିମ ୨-୨ ଥର ମୁହାଁମୁହିଁ ହେବେ। ତେବେ ପଏଣ୍ଟ ଟେବୁଲର ଶୀର୍ଷ ୪ଟି ଟିମକୁ ହିଁ ପ୍ଲେ ଅଫ ଟିକଟ ମିଳିବ।

 

 

 

 

 

 

About the Author