• କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରର ଚାରିପାଖରେ ଓ ରଥଦାଣ୍ଡରେ ୧୪୪ ଧାରା ଲାଗୁ
  • ସ୍ନାନ ପୂର୍ଣ୍ଣିମା ପାଇଁ ଶୁକ୍ରବାର ସକାଳ ୭ ଯାଏ କଟକଣା
  • ସ୍ନାନପୂର୍ଣ୍ଣିମା ଛେରାପହଁରା ନୀତି କରିବାକୁ ଆସିବେନି ଗଜପତି ଦିବ୍ୟସିଂହ ଦେବ
  • ପରମ୍ପରା ଅନୁଯାୟୀ ମୁଦିରସ୍ତ କରିବେ ଛେରାପହଁରା
  • ଚଳିତ ବର୍ଷ ପୁରୀ ବ୍ୟତୀତ ଅନ୍ୟ କେଉଁଠି ହେବନି ରଥଯାତ୍ରା: ହାଇକୋର୍ଟ
  • ହାଇକୋର୍ଟଙ୍କ ଅନିଚ୍ଛା ପ୍ରକାଶ ପରେ ସୁପ୍ରିମକୋର୍ଟ ଯିବ ରଥଯାତ୍ରା ମାମଲା
  • ‘ସବୁ ଜୀବନ ମୂଲ୍ୟବାନ’ : ମୁଖ୍ୟମନ୍ତ୍ରୀ
  • ଟିକା ନେଇଥିଲେ ଇଣ୍ଡିଗୋ ବିମାନ ଯାତ୍ରୀଙ୍କୁ ୧୦% ରିହାତି
  • ରାଜ୍ୟରେ ନକଲି ଔଷଧ ଘଟଣାରେ ୩ ଗିରଫ
  • ଆତଙ୍କବାଦୀ ହାଫିଜ ସୟିଦ ଘର ନିକଟରେ ବିସ୍ଫୋରଣ, ୨ ମୃତ

ପୁଣି ରେକର୍ଡ ରଚିଲା ଇସ୍ରୋ, ଅନ୍ତରୀକ୍ଷକୁ ପଠାଇଲା ୧୦ ଉପଗ୍ରହ

ନଭେମ୍ବର ୭ ତାରିଖରେ ଶ୍ରୀହରିକୋଟାସ୍ଥିତ ସ୍ପେସ୍ ସେଣ୍ଟର କେନ୍ଦ୍ରରୁ ପିଏସଏଲଭି-ସି୪୯ କୁ  ମଧ୍ୟାନ୍ନ ୩ଟା ୨ମିନିଟ ସମୟରେ ଉତକ୍ଷେପଣ କରାଯାଇଥିଲା । ନଭେମ୍ବର ୬ ତାରିଖରେ ଏହାର ସମୟ ଗଣନା ଆରମ୍ଭ ହୋଇଯାଇଥିଲା। 

ପୁଣି ରେକର୍ଡ ରଚିଲା ଇସ୍ରୋ, ଅନ୍ତରୀକ୍ଷକୁ ପଠାଇଲା ୧୦ ଉପଗ୍ରହ

ନୂଆଦିଲ୍ଲୀ: ଅନ୍ତରୀକ୍ଷ (Space)କୁ ଉପଗ୍ରହ (Satelite)ପଠାଇବାରେ ପୁଣି ଏକ ରେକର୍ଡ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା-ଇସ୍ରୋ (ISRO-Indian Space Research Organisation)। ଏଥରର ଅନ୍ତରୀକ୍ଷକୁ ୧୦ଟି ଉପଗ୍ରହ ପଠାଇଛି ଇସ୍ରୋ। ଶନିବାର (ନଭେମ୍ବର ୭, ୨୦୨୦)  ମଧ୍ୟାନ୍ନ ୩ଟା ସମୟରେ ଏହି ସମସ୍ତ ଉପଗ୍ରହକୁ ଉତକ୍ଷେପଣ କରିଥିଲା ଇସ୍ରେୋ। 

ଶ୍ରହରୀକୋଟାସ୍ଥିତ ସ୍ପେସ୍ ସେଣ୍ଟର (Sriharikota Space Centre)ଠାରୁ ପିଏସଏଲଭି-ସି୪୯ ରକେଟ (PSLV-C49 Rocket)ଉତକ୍ଷେପଣ କରାଯାଇଥିବା ଉପଗ୍ରହ ମଧ୍ୟରେ ଗୋଟିଏ ଭାରତୀୟ (Indian Satelite)ଏବଂ ୯ଟି ବିଦେଶୀ ସାଟେଲାଇଟ ରହିଛି। ଚଳିତ ବର୍ଷ ଏହା ହେଉଛି ଇସ୍ରୋର ପ୍ରଥମ ଅନ୍ତରୀକ୍ଷ କାର୍ଯ୍ୟକ୍ରମ। ଶୁକ୍ରବାର ଠାରୁ ଏହି ୧୦ଟି ଉପଗ୍ରହର ଉତକ୍ଷେପଣ କାର୍ଯ୍ୟ ଆରମ୍ଭ ହୋଇଥିଲା।

 

ଚଳିତ ଥର ଭାରତ ପକ୍ଷରୁ ଇଓଏସ-୦୧  ନାମକ ଏକ ଅତ୍ୟାଧୁନିକ ଉପଗ୍ରହ (EOS-01 Advanced Satelite)ଉତକ୍ଷେପଣ କରାଯାଇଛି। ଏହି ଉପଗ୍ରହରେ ଅତ୍ୟନ୍ତ ଶକ୍ତିଶାଳୀ ରାଡାର (Radar)ରହିଛି  ଯାହା ମାଧ୍ୟମରେ ବିଭିନ୍ନ ସମୟରେ ପୃଥିବୀ ପୃଷ୍ଠ ଉପରେ ନଜର ରଖିବାରେ ସକ୍ଷମ ହେବ। ଏପରିକି ଆକାଶରେ ବାଦଲ (Cloud)ରହିଥିଲେ ମଧ୍ୟ ଏଥିରେ ଲାଗିଥିବା  ରାଡାର ସ୍ପଷ୍ଟ ଫଟୋ ଉଠାଇବାକୁ ସକ୍ଷମ। ଏହା ସହ କୃଷି, ଭୂବିଜ୍ଞାନ, ଉପକୂଳବର୍ତ୍ତୀ ଅଞ୍ଚଳ ଉପରେ ଏହା ଦ୍ୱାରା ନଜର ରଖାଯାଇପାରିବ।

ଭାରତୀୟ ମହାକାଶ ମିଶନ ହେଉଛି ଆଶ୍ଚର୍ଯ୍ୟଜନକ 
 

  • ଭାରତର ମଙ୍ଗଳ ମିଶନର ମୋଟ ମୂଲ୍ୟ ହେଉଛି ୪୫୦ କୋଟି ଟଙ୍କା
  • ହଲିଉଡ୍ ଚଳଚ୍ଚିତ୍ର ଗ୍ରାଭିଟି ବଜେଟ୍ ଠାରୁ ଶସ୍ତା 
  • ନାସାର ମଙ୍ଗଳ ମିଶନ 'ମଙ୍ଗଳାୟାନ ଠାରୁ ୧୦ ଗୁଣ ମହଙ୍ଗା
  • ଅନ୍ତରୀକ୍ଷ କ୍ଷେତ୍ରରେ ଦାମୀ ବିଦେଶୀ ଅଂଶ ବଦଳରେ ଶସ୍ତା ସ୍ୱଦେଶୀ ପୁଞ୍ଜି ବିନିଯୋଗ କରାଯାଉଛି
  • କମ୍ ପୁଞ୍ଜି ପ୍ରୟୋଗ କରି ମହାକାଶରେ ଗଭୀର ଅନୁସନ୍ଧାନ କରୁଛି ଭାରତ 
  • ଗଗନୟାନ ମିଶନ ବଜେଟ୍ ୧୦୦ ବିଲିୟନରୁ କମ୍
  • ଚନ୍ଦ୍ରାୟମ-୩ ବଜେଟ୍ ୨୫୦ କୋଟିରୁ କମ୍ 

ନଭେମ୍ବର ୭ ତାରିଖରେ ଶ୍ରୀହରିକୋଟାସ୍ଥିତ ସ୍ପେସ୍ ସେଣ୍ଟର କେନ୍ଦ୍ରରୁ ପିଏସଏଲଭି-ସି୪୯ କୁ  ମଧ୍ୟାନ୍ନ ୩ଟା ୨ମିନିଟ ସମୟରେ ଉତକ୍ଷେପଣ କରାଯାଇଥିଲା । ନଭେମ୍ବର ୬ ତାରିଖରେ ଏହାର ସମୟ ଗଣନା (Coundown)ଆରମ୍ଭ ହୋଇଯାଇଥିଲା। ଇସ୍ରୋ ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ଏହା ହେଉଛି ପିଏସଏଲଭି-ସି୪୯ର ୫୧ ତମ ମିଶନ୍। ଏହା ମାଧ୍ୟମରେ ପ୍ରାଥମିକ ଉପଗ୍ରହ ଭାବେ ଭାରତର ଇଓଏସ-୦୧ ଉତକ୍ଷେପଣ କରାଯାଇଥିଲା ଏବଂ ଏହା ପରେ ଅନ୍ୟ ୯ଟି ବିଦେଶୀ ଉପଗ୍ରହକୁ ଉତକ୍ଷେପଣ କରାଯାଇଥିଲା। ଏହି ଭାରତୀୟ ଉପଗ୍ରହ ହେଉଛି ପୃଥିବୀକୁ ପର୍ଯ୍ୟବେକ୍ଷଣ କରୁଥିବା ଏକ ସାଟେଲାଇଟ। ଯାହାକୁ ଚାଷ, ଜଙ୍ଗଲ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବ୍ୟବହାର କରାଯାଇପାରିବ।