ନଭେମ୍ବର ୭ ତାରିଖରେ ଶ୍ରୀହରିକୋଟାସ୍ଥିତ ସ୍ପେସ୍ ସେଣ୍ଟର କେନ୍ଦ୍ରରୁ ପିଏସଏଲଭି-ସି୪୯ କୁ ମଧ୍ୟାନ୍ନ ୩ଟା ୨ମିନିଟ ସମୟରେ ଉତକ୍ଷେପଣ କରାଯାଇଥିଲା । ନଭେମ୍ବର ୬ ତାରିଖରେ ଏହାର ସମୟ ଗଣନା ଆରମ୍ଭ ହୋଇଯାଇଥିଲା।
Trending Photos
ନୂଆଦିଲ୍ଲୀ: ଅନ୍ତରୀକ୍ଷ (Space)କୁ ଉପଗ୍ରହ (Satelite)ପଠାଇବାରେ ପୁଣି ଏକ ରେକର୍ଡ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା-ଇସ୍ରୋ (ISRO-Indian Space Research Organisation)। ଏଥରର ଅନ୍ତରୀକ୍ଷକୁ ୧୦ଟି ଉପଗ୍ରହ ପଠାଇଛି ଇସ୍ରୋ। ଶନିବାର (ନଭେମ୍ବର ୭, ୨୦୨୦) ମଧ୍ୟାନ୍ନ ୩ଟା ସମୟରେ ଏହି ସମସ୍ତ ଉପଗ୍ରହକୁ ଉତକ୍ଷେପଣ କରିଥିଲା ଇସ୍ରେୋ।
ଶ୍ରହରୀକୋଟାସ୍ଥିତ ସ୍ପେସ୍ ସେଣ୍ଟର (Sriharikota Space Centre)ଠାରୁ ପିଏସଏଲଭି-ସି୪୯ ରକେଟ (PSLV-C49 Rocket)ଉତକ୍ଷେପଣ କରାଯାଇଥିବା ଉପଗ୍ରହ ମଧ୍ୟରେ ଗୋଟିଏ ଭାରତୀୟ (Indian Satelite)ଏବଂ ୯ଟି ବିଦେଶୀ ସାଟେଲାଇଟ ରହିଛି। ଚଳିତ ବର୍ଷ ଏହା ହେଉଛି ଇସ୍ରୋର ପ୍ରଥମ ଅନ୍ତରୀକ୍ଷ କାର୍ଯ୍ୟକ୍ରମ। ଶୁକ୍ରବାର ଠାରୁ ଏହି ୧୦ଟି ଉପଗ୍ରହର ଉତକ୍ଷେପଣ କାର୍ଯ୍ୟ ଆରମ୍ଭ ହୋଇଥିଲା।
#PSLVC49 lifts off successfully from Satish Dhawan Space Centre, Sriharikota#ISRO #EOS01 pic.twitter.com/dWCBbKty8F
— ISRO (@isro) November 7, 2020
ଚଳିତ ଥର ଭାରତ ପକ୍ଷରୁ ଇଓଏସ-୦୧ ନାମକ ଏକ ଅତ୍ୟାଧୁନିକ ଉପଗ୍ରହ (EOS-01 Advanced Satelite)ଉତକ୍ଷେପଣ କରାଯାଇଛି। ଏହି ଉପଗ୍ରହରେ ଅତ୍ୟନ୍ତ ଶକ୍ତିଶାଳୀ ରାଡାର (Radar)ରହିଛି ଯାହା ମାଧ୍ୟମରେ ବିଭିନ୍ନ ସମୟରେ ପୃଥିବୀ ପୃଷ୍ଠ ଉପରେ ନଜର ରଖିବାରେ ସକ୍ଷମ ହେବ। ଏପରିକି ଆକାଶରେ ବାଦଲ (Cloud)ରହିଥିଲେ ମଧ୍ୟ ଏଥିରେ ଲାଗିଥିବା ରାଡାର ସ୍ପଷ୍ଟ ଫଟୋ ଉଠାଇବାକୁ ସକ୍ଷମ। ଏହା ସହ କୃଷି, ଭୂବିଜ୍ଞାନ, ଉପକୂଳବର୍ତ୍ତୀ ଅଞ୍ଚଳ ଉପରେ ଏହା ଦ୍ୱାରା ନଜର ରଖାଯାଇପାରିବ।
#EOS01 successfully separated from fourth stage of #PSLVC49 and injected into orbit#ISRO pic.twitter.com/2u5jBPGNQD
— ISRO (@isro) November 7, 2020
ଭାରତୀୟ ମହାକାଶ ମିଶନ ହେଉଛି ଆଶ୍ଚର୍ଯ୍ୟଜନକ
ନଭେମ୍ବର ୭ ତାରିଖରେ ଶ୍ରୀହରିକୋଟାସ୍ଥିତ ସ୍ପେସ୍ ସେଣ୍ଟର କେନ୍ଦ୍ରରୁ ପିଏସଏଲଭି-ସି୪୯ କୁ ମଧ୍ୟାନ୍ନ ୩ଟା ୨ମିନିଟ ସମୟରେ ଉତକ୍ଷେପଣ କରାଯାଇଥିଲା । ନଭେମ୍ବର ୬ ତାରିଖରେ ଏହାର ସମୟ ଗଣନା (Coundown)ଆରମ୍ଭ ହୋଇଯାଇଥିଲା। ଇସ୍ରୋ ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ଏହା ହେଉଛି ପିଏସଏଲଭି-ସି୪୯ର ୫୧ ତମ ମିଶନ୍। ଏହା ମାଧ୍ୟମରେ ପ୍ରାଥମିକ ଉପଗ୍ରହ ଭାବେ ଭାରତର ଇଓଏସ-୦୧ ଉତକ୍ଷେପଣ କରାଯାଇଥିଲା ଏବଂ ଏହା ପରେ ଅନ୍ୟ ୯ଟି ବିଦେଶୀ ଉପଗ୍ରହକୁ ଉତକ୍ଷେପଣ କରାଯାଇଥିଲା। ଏହି ଭାରତୀୟ ଉପଗ୍ରହ ହେଉଛି ପୃଥିବୀକୁ ପର୍ଯ୍ୟବେକ୍ଷଣ କରୁଥିବା ଏକ ସାଟେଲାଇଟ। ଯାହାକୁ ଚାଷ, ଜଙ୍ଗଲ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବ୍ୟବହାର କରାଯାଇପାରିବ।