ଚେତାବନୀ ପରେ ଚେତିଲା Twitter, ୧୩୦୦ରୁ ଅଧିକ Account ବନ୍ଦ
Advertisement

ଚେତାବନୀ ପରେ ଚେତିଲା Twitter, ୧୩୦୦ରୁ ଅଧିକ Account ବନ୍ଦ

ଯେଉଁ ଟ୍ୱିଟର ଆକାଉଣ୍ଟ ସବୁ ବନ୍ଦ କରାଯାଇଛି ସେମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ଏବଂ ସମାଜବାଦ ପାର୍ଟି ନେତା ସୁଖରାମ ସିଂହ ଯାଦବ ସାମିଲ ରହିଛନ୍ତି।

ଚେତାବନୀ ପରେ ଚେତିଲା Twitter, ୧୩୦୦ରୁ ଅଧିକ Account ବନ୍ଦ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସହ ସୋସିଆଲ ମିଡିଆ ଆପ୍ ଟ୍ୱିଟରର ଚାଲିଥିବା ବିବାଦରେ ଆସିଛି ନୂଆମୋଡ। ଆଇଟି ମନ୍ତ୍ରଣାଳୟ ନିର୍ଦ୍ଦେଶ ପାଇବା ପରେ ଯେଉଁ ଆକାଉଣ୍ଟ ବନ୍ଦ କରିବା ଲାଗି କୁହାଯାଇଥିଲା ସେଥିମଧ୍ୟରୁ ୯୦-୯୫ ପ୍ରତିଶତକୁ ବନ୍ଦ କରିଦେଇଛି ଟ୍ୱିଟର। ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଟ୍ୱିଟର ଉଦ୍ଦେଶ୍ୟରେ ପୃଥକ ପୃଥକ ନୋଟିସ ଜାରି କରିଥିଲା ମନ୍ତ୍ରଣାଳୟ। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ଘଟଣାରେ  ସୋସିଆଲ ମିଡିଆ ଆପ୍ ଆଭିମୁଖ୍ୟ ଉପରେ ସନ୍ଦେହ କରିଥିଲେ କେନ୍ଦ୍ର ସରକାର।

ଯେଉଁ ଟ୍ୱିଟର ଆକାଉଣ୍ଟ (Twitter Account) ସବୁ ବନ୍ଦ କରାଯାଇଛି ସେମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ଏବଂ ସମାଜବାଦ ପାର୍ଟି ନେତା ସୁଖରାମ ସିଂହ ଯାଦବ ସାମିଲ ରହିଛନ୍ତି। ଏପରିକି ଆମ ଆଦମୀ ପାର୍ଟି-ଆପ () ଏବଂ କଂଗ୍ରେସ ନେତାଙ୍କ ଟ୍ୱିଟର ଆକାଉଣ୍ଟ ମଧ୍ୟ ସାମିଲ ରହିଛି।  

Also Read: କୃଷକ ଆନ୍ଦୋଳନରେ ଫାଟ; ୩୦୦ ଟ୍ୱିଟର ଆକାଉଣ୍ଟ ସସପେଣ୍ଡ

ବ୍ଲକ ହୋଇଥିବା ଏପରି ଟ୍ୱିଟର ହ୍ୟାଣ୍ଡେଲ ବିଦେଶ ମାଟିରୁ ପରିଚାଳିତ ହେଉଥିଲା। ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ-ଆଇଟି () ପକ୍ଷରୁ ରାଜଧାନୀ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ୧୪୫୩ ଆକାଉଣ୍ଟ ବନ୍ଦ କରିବା ଲାଗି ଟ୍ୱିଟର ଉଦ୍ଦେଶ୍ୟରେ ଜଣାଇଥିଲା ଆଇଟି ମନ୍ତ୍ରଣାଳୟ। ହେଲେ ଏ ମାମଲାରେ ଏହି ସୋସିଆଲ ମିଡିଆ ଆପ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଶେଷରେ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ ଭାବେ ଟ୍ୱିଟରକୁ ଜଣାଇ ଦିଆଯାଇଥିଲା   ଯଦି ଦେଶରେ ଏହି ସୋସିଆଲ ସାଇଟ କାର୍ଯ୍ୟପ୍ରଣାଳୀ ଭାରତୀୟ ଆଇନ ଅନୁସାରେ ଧାର୍ଯ୍ୟ ହୋଇଥିବା ମାନଦଣ୍ଡ ପୂରଣ କରିବାରେ ସମର୍ଥ ନହୁଏ  ତାହେଲେ ଟ୍ୱିଟର ଉଦ୍ଦେଶ୍ୟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।   

Also Raed: ବାଇଡେନଙ୍କ ଶପଥ ଗ୍ରହଣ ପୂର୍ବରୁ କାହିଁକି ବିଚଳିତ Facebook-Twitter?

 

ଆଇଟି ମନ୍ତ୍ରଣାଳୟ (IT Ministry) ଚେତାବନୀ ଶୁଣିବା ପରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟ ଆରମ୍ଭ କରିଥିଲା ଟ୍ୱିଟର (Twitter)। ଭାରତ ସରକାରଙ୍କ ପକ୍ଷରୁ ଯେଉଁ ଟ୍ୱିଟର ଆକାଉଣ୍ଟ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା ତାହା ଉପରେ ରୋକ ଲଗାଇଥିଲା ଅଥବା ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଥିଲା ଟ୍ୱିଟର। ଆପ ନେତା ଆନନ୍ଦ ସିଂହ, କଂଗ୍ରେସ ନେତା ଆଦିଲ ଖାନ, ଅଞ୍ଜନା ଓମ ମୋଦି, ଭାରତୀୟ କିସାନ ୟୁନିୟନ ପ୍ରଭୂତି ନାଁରେ ଥିବା ଟ୍ୱିଟର ହ୍ୟାଣ୍ଡେଲକୁ ବ୍ଲକ କରିଛି ଟ୍ୱିଟର।  

Also Read: ଭାରତରୁ ବିଦା ହେବକି Twitter?

ପ୍ରାୟ ୧୪୩୫ଟି ଟ୍ୱିଟର ଆକାଉଣ୍ଟ ବ୍ଲକ କରିବାକୁ ସୋସିଆଲ ମିଡିଆ ଆପ୍ ଟ୍ୱିଟର ଉଦ୍ଦେଶ୍ୟରେ ନୋଟିସ ଜାରି କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଭାରତ ସରକାର। ଯେଉଁ ଆକାଉଣ୍ଟ ବ୍ଲକ ହେବାର ଅଛି ସେ ବାବଦରେ ସରାକାର ଅଥବା ଟ୍ୱିଟର   ପକ୍ଷରୁ କିଛି କୁହାଯାଇନାହିଁ। କୃଷକ ଆନ୍ଦୋଳନ ହିଂସାକାଣ୍ଡ ଭିଆଇବା ଲାଗି  ଅନେକ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ବିଭିନ୍ନ ଉତ୍ତେଜିତ ଓ ବିବାଦୀୟ ପୋଷ୍ଟ  କରାଯାଇଥିଲା।