ଦଶମ ପାସ କରିଥିବାଙ୍କ ପାଇଁ ବିନା ଲିଖିତ ପରୀକ୍ଷାରେ ସରକାରୀ ଚାକିରିର ସୁଯୋଗ, ଏହିପରି କରନ୍ତୁ ଆବେଦନ
Advertisement

ଦଶମ ପାସ କରିଥିବାଙ୍କ ପାଇଁ ବିନା ଲିଖିତ ପରୀକ୍ଷାରେ ସରକାରୀ ଚାକିରିର ସୁଯୋଗ, ଏହିପରି କରନ୍ତୁ ଆବେଦନ

ITBP GD Constable Recruitment ୨୦୨୧: ଏହି ନିଯୁକ୍ତି ମାଧ୍ୟମରେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍ ଫୋର୍ସ (ITBP) ରେ ଗ୍ରୁପ୍ 'ସି'ର ୬୫ ଟି ନନ-ଗେଜେଟେଡ୍ ଓ ନନ-ମିନିଷ୍ଟେରିଆଲ ପଦବୀ ପୂରଣ ହେବ । ଏହି ନିଯୁକ୍ତି କ୍ରୀଡା କୋଟା ଅଧୀନରେ ହେବ ।

ପ୍ରତୀକାତ୍ମକ ଛବି

ଆଦିଲ୍ଲୀ: ITBP GD Constable Recruitment ୨୦୨୧: ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍ ଫୋର୍ସ (ITBP) କନଷ୍ଟେବଳ (GD Constable) ପଦବୀ ପାଇଁ ଆବେଦନକୁ ଆମନ୍ତ୍ରଣ କରିଛି । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ନିଯୁକ୍ତି ପାଇଁ ITBP ର ଅଫିସିଆଲ୍ ୱେବସାଇଟ୍ ଭିଜିଟ କରି ଅନଲାଇନ୍ ପାଇଁ ଆବେଦନ କରିପାରିବେ । ଆମେ ଆପଣଙ୍କୁ କହିବୁ ଯେ ITBP GD Constable Recruitment ୨୦୨୧ ର ଆବେଦନ ପ୍ରକ୍ରିୟା ଜୁଲାଇ ୫ ରୁ ଆରମ୍ଭ ହୋଇଥିଲା । ଆବେଦନ କରିବାର ଶେଷ ତାରିଖ ହେଉଛି ୨ ସେପ୍ଟେମ୍ବର ୨୦୨୧ ।

ଏହି ନିଯୁକ୍ତି ମାଧ୍ୟମରେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍ ଫୋର୍ସ (ITBP) ରେ ଗ୍ରୁପ୍ 'ସି'ର ୬୫ ଟି ନନ-ଗେଜେଟେଡ୍ ଓ ନନ-ମିନିଷ୍ଟେରିଆଲ ପଦବୀ ପୂରଣ ହେବ । ଏହି ନିଯୁକ୍ତି କ୍ରୀଡା କୋଟା ଅଧୀନରେ ହେବ । ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ କିମ୍ବା ମାଟ୍ରିକ୍ ପାସ୍ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ ।

ଅଧିକ ପଢ଼ନ୍ତୁ: ଆଫଗାନିସ୍ତାନକୁ ନେଇ ପାକିସ୍ତାନ ଗୃହମନ୍ତ୍ରୀଙ୍କ ବେତୁକା ବୟାନ, ଭାରତକୁ ନେଇ କହିଲେ ଏପରି କିଛି

ITBP GD Constable Recruitment ୨୦୨୧: ବୟସ ସୀମା 
ଏହି ପଦବୀ ଆବେଦନ କରିବାକୁ ପ୍ରାର୍ଥୀଙ୍କ ବୟସ ସୀମା ୧୮ ବର୍ଷରୁ ୨୩ ବର୍ଷ ମଧ୍ୟରେ ହେବା ଉଚିତ୍ ।

ଅଧିକ ପଢ଼ନ୍ତୁ: କାବୁଲ ବିମାନବନ୍ଦରରେ ଭୋକ-ଶୋଷରେ ମରୁଛନ୍ତି ଲୋକେ, ପାଣି ବୋତଲର ମୂଲ୍ୟ ଜାଣିଲେ ଉଡ଼ିଯିବ ହୋସ

ITBP GD Constable Recruitment ୨୦୨୧: ଆବେଦନ ଶୁଳ୍କ
ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ ।

ଅଧିକ ପଢ଼ନ୍ତୁ: ଅକ୍ଟୋବର ପ୍ରଥମ ସପ୍ତାହରୁ ଦିଆଯିବ ୧୨ ବର୍ଷରୁ ଅଧିକ ବୟସ୍କ ପିଲାମାନଙ୍କୁ ଟିକା, ଜାଣନ୍ତୁ ପ୍ଲାନ

ITBP GD Constable Recruitment ୨୦୨୧: ଚୟନ ପ୍ରକ୍ରିୟା
ପ୍ରାର୍ଥୀମାନଙ୍କୁ ପଦବୀ ଚୟନ ପାଇଁ ଡକ୍ୟୁମେଣ୍ଟ ଯାଞ୍ଚ, ଶାରୀରିକ ଦକ୍ଷତା ପରୀକ୍ଷା ଓ ବିସ୍ତୃତ ଡାକ୍ତରୀ ପରୀକ୍ଷା ପାଇଁ ହାଜର ହେବାକୁ ପଡିବ । ଏହି ପରୀକ୍ଷାଗୁଡ଼ିକରେ ସମସ୍ତ ବର୍ଗ ପ୍ରାର୍ଥୀଙ୍କ ପାଇଁ ସର୍ବନିମ୍ନ ଯୋଗ୍ୟତା ଅଙ୍କ ୦୮ ରହିଛି ।