ପିଓକେ-ଗିଲଗିଟ୍ ବାଲ୍ଟିସ୍ତାନ ଦଖଲ କରିବା ଲାଗି ଆସିଗଲା ସମୟ!
Advertisement

ପିଓକେ-ଗିଲଗିଟ୍ ବାଲ୍ଟିସ୍ତାନ ଦଖଲ କରିବା ଲାଗି ଆସିଗଲା ସମୟ!

ପାକିସ୍ତାନ ଅନେକ କଥାକୁ ସିଧାଢଙ୍ଗରେ ଗ୍ରହଣ କରେନି। ସେଥିପାଇଁ ସେ ବାରମ୍ବାର ଏପରି କାର୍ଯ୍ୟ କରୁଛି, ଯେଉଁଥିପାଇଁ ତାର ଘରେ ପଶି ଭାରତ ଚେତାବନୀ ଦେଇଛି । ବର୍ତ୍ତମାନ ଲାଗୁଛି ଭାରତ ପିଓକେ ଏବଂ ଗିଲଗିଟ୍ ବାଲ୍ଟିସ୍ତାନ ଉପରେ କବଜା କରିନେବା ସମୟ ଆସିଯାଇଛି...

ପିଓକେ-ଗିଲଗିଟ୍ ବାଲ୍ଟିସ୍ତାନ ଦଖଲ କରିବା ଲାଗି ଆସିଗଲା ସମୟ!

ଜିନୁ ଜେନା,ନୂଆଦିଲ୍ଲୀ: ପ୍ରତ୍ୟେକ ଷଡ଼ଯନ୍ତ୍ରରେରେ ମୁହଁତୋଡ଼ ଜବାବ ପାଇବା ପରେ ମଧ୍ୟ ଆତଙ୍କୀଙ୍କ ଆକା ଅର୍ଥାତ ପୃଷ୍ଠପୋଷକ ପାକିସ୍ତାନ ବୁଦ୍ଧି ଶିଖୁ ନାହିଁ । ଏହା ବୁଝିପାରୁ ନାହିଁ ନିଜ ଅଧିକୃତ କାଶ୍ମୀର-ପିଓକେ (POK-Pakistan occupy Kashmir) କିମ୍ବା ଗିଲଗିଟ୍ ବାଲ୍ଟିସ୍ତାନ (Gilgit-Baltistan) ଭାରତର ଏବଂ ଭାରତ ଏହାକୁ ନିଶ୍ଚୟ ଫେରାଇ ଆଣିବ । ସେଥିପାଇଁ ଭାରତ ପୁଣି ଥରେ ପାକିସ୍ତାନକୁ ଏକ ଶିକ୍ଷା ଦେଇଛି ।

ପାକିସ୍ତାନର କାର୍ଯ୍ୟକୁ ଦୃଢ ବିରୋଧ

ଗିଲଗିଟ ବାଲ୍ଟିସ୍ତାନରେ ବିଧାନସଭା ନିର୍ବାଚନ ଆୟୋଜନ ପାଇଁ ଭାରତ ପାକିସ୍ତାନକୁ ଦୃଢ଼ ବିରୋଧ କରିଛି । ପାକିସ୍ତାନ ଦ୍ୱାରା ୧୫ ନଭେମ୍ବର ୨୦୨୦ରେ ଗିଲଗିଟ୍ ବାଲ୍ଟିସ୍ତାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ଭାରତରେ ପାକିସ୍ତାନ ସହ ଜୋରଦାର ବିରୋଧ କରାଯାଇଛି ।

ଭାରତ ପୁଣି ଥରେ କହିଛି ଗିଲଗିଟ ବାଲ୍ଟିସ୍ତାନ ସମେତ ସମଗ୍ର କାଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ପାକିସ୍ତାନ ବେଆଇନ ଭାବେ ଗିଲଗିଟ ଅଞ୍ଚଳକୁ ଅକ୍ତିଆର କରିଛି ତୁରନ୍ତ ଏହାକୁ ଖାଲି କରୁ ।

ପାକିସ୍ତାନର ଆଦେଶକୁ ପ୍ରତ୍ୟାଖ୍ୟାନ କଲା ଭାରତ

ଗିଲଗିଟ ବାଲ୍ଟିସ୍ତାନ ସମ୍ବନ୍ଧରେ ପାକିସ୍ତାନର ନିକଟରେ ଜାରି କରାଯାଇଥିବା ନିର୍ଦ୍ଦେଶ "ଗିଲଗିଟ-ବାଲ୍ଟିସ୍ତାନ (ନିର୍ବାଚନ ଏବଂ କେୟାରଟେକର ସରକାର) ସଂଶୋଧନ ଆଦେଶ ୨୦୨୦"କୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି ଭାରତ ।

ଏହାପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଭର୍ଚୁଆଲ ମିଡିଆରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେନା ଅଧିକୃତ ଅଞ୍ଚଳରେ ପରିସ୍ଥିତିକୁ ବଦଳାଇବା ପାଇଁ କୌଣସି କାର୍ଯ୍ୟ କରିବାର କୌଣସି ଆଇନଗତ ଆଧାର ନାହିଁ। ପାକିସ୍ତାନ ଦଖଲ କରିଥିବା କାଶ୍ମୀର ଉପରେ ଭାରତର ସମ୍ପୂର୍ଣ୍ଣ ଅଧିକାର ଅଛି ଏବଂ POK ଅବିଭକ୍ତ ଜାମ୍ମୁ କାଶ୍ମୀରର ଅବିଚ୍ଛେଦ୍ୟ ଅଙ୍ଗ ଯାହାକି ସର୍ବଦା ଭାରତର ହୋଇ ରହିବ । ପାକିସ୍ତାନ ମଧ୍ୟ ଏହି କଥା ବୁଝିବା ଉଚିତ୍, ନଚେତ୍ ନିଜର ସମସ୍ୟା ପାଇଁ ପ୍ରସ୍ତୁତ ପାଇଁ ପ୍ରସ୍ତୁତ ରହୁ ପାକିସ୍ତାନ ।