ଏ ସମ୍ପର୍କରେ ରାଜନାଥ ସିଂ ଟ୍ୱିଟ୍ କରି କହିଛନ୍ତି ଯେ, ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜମ୍ମୁ-କଶ୍ମୀରରେ BRO ସହାୟତାରେ ନିର୍ମିତ ୬ଟି ସେତୁକୁ ଦେଶ ପାଇଁ ଉତ୍ସର୍ଗୀକୃତ ହୋଇଛି । ଏହି ସେତୁଗୁଡିକ ସାମରିକ ରୂପେ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ସଶସ୍ତ୍ର ବାହିନୀର ଗତିବିଧିକୁ ସହଜ କରିବ ଏବଂ ଦୂର ସୀମା ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହେବ ।
Trending Photos
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୬ଟି ପ୍ରମୁଖ ସେତୁକୁ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି । ଏହି ସେତୁଗୁଡ଼ିକର ସାମରିକ ମହତ୍ୱ ରହିଛି । ଆଉ ସୀମା ସଡ଼କ ସଂଗଠନ (BRO) ମାଧ୍ୟମରେ ରେକର୍ଡ ସମୟରେ ସମ୍ପୂର୍ଣ୍ଣ ହୋଇଥିଲା । ଏହି ୬ଟି ସେତୁକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜନାଥ ସିଂ ଉଦ୍ଘାଟନ କରିଥିଲେ।
ଏ ସମ୍ପର୍କରେ ରାଜନାଥ ସିଂ ଟ୍ୱିଟ୍ କରି କହିଛନ୍ତି ଯେ, ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜମ୍ମୁ-କଶ୍ମୀରରେ BRO ସହାୟତାରେ ନିର୍ମିତ ୬ଟି ସେତୁକୁ ଦେଶ ପାଇଁ ଉତ୍ସର୍ଗୀକୃତ ହୋଇଛି । ଏହି ସେତୁଗୁଡିକ ସାମରିକ ରୂପେ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ସଶସ୍ତ୍ର ବାହିନୀର ଗତିବିଧିକୁ ସହଜ କରିବ ଏବଂ ଦୂର ସୀମା ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହେବ ।
Dedicated to the nation six bridges constructed by BRO in J&K via video conferencing facility today. These bridges will facilitate movement of the Armed Forces in these strategically important sectors and also contribute towards the overall economic growth of remote border areas. pic.twitter.com/rB1NbxzRqu
— Rajnath Singh (@rajnathsingh) July 9, 2020
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, 'ଏହି ବ୍ରିଜଗୁଡ଼ିକୁ ରେକର୍ଡ ସମୟରେ ପୂରଣ କରିଥିବାରୁ ମୁଁ BROର ସମସ୍ତ ରାଙ୍କକୁ ଅଭିନନ୍ଦନ ଜଣାଉଛି । ଏହି ପ୍ରକଳ୍ପଗୁଡିକ ସୀମା ନିକଟ ଦୂରବର୍ତ୍ତୀ ଅଞ୍ଚଳରେ ଲାଇଫ୍ ଲାଇନ୍ ଅଟେ । ସରକାର ନିୟମିତ ଭାବରେ ସମସ୍ତ BRO ପ୍ରକଳ୍ପର ଅଗ୍ରଗତି ଉପରେ ନଜର ରଖିଛନ୍ତି ଏବଂ ଠିକ୍ ସମୟରେ କାର୍ଯ୍ୟକାରୀ ପାଇଁ ପର୍ଯ୍ୟାପ୍ତ ଅର୍ଥ ପ୍ରଦାନ କରାଯାଉଛି ।
ଏହି ୬ଟି ସେତୁ ମଧ୍ୟରୁ ୪ଟି ଅଖନୁର ସେକ୍ଟରରେ ଅଛି । ଏଥିମଧ୍ୟରେ ପଲାନି ବ୍ରିଜ୍, ଘୋଡା ଫାଡ଼ି ବ୍ରିଜ୍ ସମେତ ଅନ୍ୟାନ୍ୟ ଅନ୍ତର୍ଭୁକ୍ତ ରହିଛି । ଏହା ବ୍ୟତୀତ ଜମ୍ମୁ ସେକ୍ଟରରେ ଦୁଇଟି ସେତୁ ଅଛି । ଚୀନ୍ ଓ ପାକିସ୍ତାନ ସହ ସୀମା ବିବାଦ ଚାଲିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ଏହି ସେତୁଗୁଡ଼ିକର ଉଦଘାଟନ କରିଛନ୍ତି ।