• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha National-International
  • /ବାଘଙ୍କ ସଂଖ୍ୟା ଦେଶରେ ସନ୍ତୋଷଜନକ, ରାଜ୍ୟରେ ନୈରାଶ୍ୟଜନକ

ବାଘଙ୍କ ସଂଖ୍ୟା ଦେଶରେ ସନ୍ତୋଷଜନକ, ରାଜ୍ୟରେ ନୈରାଶ୍ୟଜନକ

ରାଜ୍ୟରେ ବାଘଙ୍କ ସଂଖ୍ୟା ନୈରାଶ୍ୟଜନକ

Edited ByZee Odisha Desk
Published: Jul 28, 2020, 04:25 PM IST|Updated: Jul 28, 2020, 04:25 PM IST
joinshare
ବାଘଙ୍କ ସଂଖ୍ୟା ଦେଶରେ ସନ୍ତୋଷଜନକ, ରାଜ୍ୟରେ ନୈରାଶ୍ୟଜନକ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ବିଞ୍ଝାରପୁର ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ

    ବିଞ୍ଝାରପୁର ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ

    2

    ଲାଲକିଲ୍ଲାରୁ ପୂର୍ବ ସରକାରଙ୍କୁ ପରୋକ୍ଷ ଟାର୍ଗେଟ୍‌ କଲେ ପିଏମ ମୋଦୀ, ବର୍ଷା ଆଲର୍ଟ ଓ ଅନ୍ୟ ଖବର

    3

    ବଲାଙ୍ଗିର ରଣ୍ଡାରୁ ଅପହୃତ ବ୍ୟବସାୟୀ ଭୁବନେଶ୍ବରରୁ ଉଦ୍ଧାର

    4

    IND vs SL: ପ୍ରଥମ ଦିନରେ ମାତ୍ର ୭୩ ଓଭର ଖେଳ ସମ୍ଭବ

    5

    Hockey World Cup: ୱେଲ୍ସ ବିପକ୍ଷ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ

    ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସର ଠିକ ଗୋଟିଏ ଦିନ ପୂର୍ବରୁ ପ୍ରକାଶ ପାଇଛି ଅଲ ଇଣ୍ଡିଆ ଟାଇଗର ଏଷ୍ଟିମେସନ ରିପୋର୍ଟ । ଦେଶରେ ମୋଟ କେତେ ବାଘ ରହିଛନ୍ତି ସେନେଇ ରିପୋର୍ଟରେ ତଥ୍ୟ ପ୍ରକାଶ କରାଯାଇଛି। ଏନେଇ ୨୦୧୮ ମସିହା ଗଣନା ରିପୋର୍ଟକୁ ଆଜି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ସାର୍ବଜନୀନ କରିଛନ୍ତି। 

    ଦେଶରେ ବାଘ ତଥା ବ୍ୟାଘ୍ର ପ୍ରକଳ୍ପକୁ ନେଇ ଜାଭଡ଼େକର ଖୁସି ବ୍ୟକ୍ତି କରିଥିଲେ। ରିପୋର୍ଟ ସନ୍ତୋଷଜନକ ବୋଲି ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଥିଲେ। ସେ  କହିଥିଲେ କି, ୧୯୭୧ ମସିହାରେ ଦେଶରେ ମାତ୍ର ୯ ବ୍ୟାଘ୍ର ପ୍ରକଳ୍ପ ରହିଥିଲା। ବର୍ତ୍ତମାନ ତାହା ବୃଦ୍ଧି ପାଇଁ ୫୦ରେ ପହଞ୍ଚିଛି। ଏ ସମସ୍ତ ବ୍ୟାଘ୍ର ପ୍ରକଳ୍ପଗୁଡ଼ିକ ବାଘମାନଙ୍କ ପାଇଁ ଉତ୍କୃଷ୍ଟ ପରିବେଶ ସୃଷ୍ଟି କରିଛି। ଏପରିକି ବାଘମାନଙ୍କ ପ୍ରଜନନ ତଥା ବଞ୍ଚିବା ପାଇଁ ମଧ୍ୟ ଏହି ପ୍ରକଳ୍ପ ଗୁଡ଼ିକରେ ଉନ୍ନତ ପରିବେଶ ସୃଷ୍ଟି ହୋଇଛି। ଫଳରେ ଦେଶରେ ବାଘଙ୍କ ସଂଖ୍ୟାରେ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। 

    ମନ୍ତ୍ରୀ ଜାଭଡ଼େକର ଆହୁରି ମଧ୍ୟ କହିଛନ୍ତି କି, ଦେଶରେ ବର୍ତ୍ତମାନ ୨୯୬୭ଟି ବାଘ ରହିଛନ୍ତି। ଯାହା ସମଗ୍ର ବିଶ୍ୱର ୭୦ ପ୍ରତିଶତ। ଦେଶର ବର୍ତ୍ତମାନ ସମଗ୍ର ବିଶ୍ୱର ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ ହୋଇ ସାରିଛି। ସମଗ୍ର ବିଶ୍ୱରେ ୧୩ଟି ରେଞ୍ଜରେ ରହୁଥିବା ରାଷ୍ଟ୍ରର ନେତୃତ୍ୱ ମଧ୍ୟ ନେବା ପାଇଁ ସକ୍ଷମ ହୋଇ ସାରିଛି ବୋଲି ଜାଭଡ଼େକର ସୂଚନା ଦେଇଛନ୍ତି। ଏପରିକି ସମଗ୍ର ବିଶ୍ୱକୁ ସହାୟତା, ବାଘମାନଙ୍କ ରକ୍ଷଣାବେକ୍ଷଣା, କ୍ଷମତା ବୃଦ୍ଧି ଆଦି କ୍ଷେତ୍ରରେ ସହାୟତା ଯୋଗାଇ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛି ବୋଲି ଜାଭଡ଼େକର କହିଛନ୍ତି। 

    ସେପଟେ ରିପୋର୍ଟ ଅନୁଯାୟୀ ୨୦୧୪ ମସିହାରେ ୨୨୨୬ଟି ବାଘ ରହିଥିବା ବେଲେ ୨୦୧୮ରେ ୨୯୬୭କୁ ବୃଦ୍ଧି ପାଇଛି। ତୁଳନାତ୍ମକ ଭାବେ ୪ ବର୍ଷ ମଧ୍ୟରେ ୭୪୧ଟି ବାଘ ଦେଶରେ ବୃଦ୍ଧି ପାଇଛନ୍ତି। ସେହିପରି ରିପୋର୍ଟ ଅନୁଯାୟୀ ମଧ୍ୟପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ପ୍ରମୁଖ ରାଜ୍ୟରେ ବାଘଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ମଧ୍ୟପ୍ରଦେଶରେ ୨୧୮ଟି ବାଘ ବୃଦ୍ଧି ପାଇ ୫୨୬ରେ ପହଞ୍ଚିଛି। ସେହିପରି କର୍ଣ୍ଣାଟକରେ ୫୨୪, ମହାରାଷ୍ଟ୍ରରେ ୩୧୨ ଓ କେରଳରେ ୧୯୦ଟି ବାଘ ଥିବା ରିପୋର୍ଟରେ ପ୍ରକାଶ ପାଇଛି। 

    ସେପଟେ ଓଡ଼ିଶାର ସ୍ଥିତି କିନ୍ତୁ ନୈରାଶ୍ୟଜନକ ରହିଛି। ୨୦୧୪ ଭଳି ୨୦୧୮ରେ ମଧ୍ୟ ୨୮ଟି ବାଘ ରାଜ୍ୟରେ ରହିଥିବା ସୂଚନା ମିଳିଛି। ଅର୍ଥାତ ଏହି ୪ ବର୍ଷ ମଧ୍ୟରେ ଗୋଟିଏ ବି ବାଘ ସଂଖ୍ୟାରେ ବୃଦ୍ଧି ଘଟିନାହିଁ। ରିପୋର୍ଟରେ ଶିମିଳିପାଳରେ ୮ଟି ଓ ସାତକୋଶିଆରେ ଗୋଟିଏ ବାଘ ରହିଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି। 

    Add Zee News as a Preferred Source
    TAGS:
    Tiger census
    prakash javadekar
    central Minister
    forest department