ପ୍ରାଇଭେଟ ପାର୍ଟରେ ଲୁଚାଇ ୬ କୋଟିର ଡ୍ରଗ୍ସ ଆଣିଥିଲେ ମହିଳା, ଡାକ୍ତରଙ୍କୁ ବାହାର କରିବାକୁ ଲାଗିଲା ୧୨ ଦିନ
Advertisement

ପ୍ରାଇଭେଟ ପାର୍ଟରେ ଲୁଚାଇ ୬ କୋଟିର ଡ୍ରଗ୍ସ ଆଣିଥିଲେ ମହିଳା, ଡାକ୍ତରଙ୍କୁ ବାହାର କରିବାକୁ ଲାଗିଲା ୧୨ ଦିନ

ରାଜସ୍ଥାନର ଜୟପୁର ବିମାନବନ୍ଦରରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଡିଆରଆଇ ଟିମ୍ କୋଟି କୋଟି ଟଙ୍କାର ଡ୍ରଗ୍ସ ନେଇ ଆସିଥିବା ଜଣେ ମହିଳା ଚୋରା ଚାଲାଣକାରୀଙ୍କୁ ଧରିଛି । ଆଶ୍ଚର୍ଯ୍ୟର କଥା, ହେଉଛି ଯେ ମହିଳା ଜଣକ ନିଜ ପ୍ରାଇଭେଟ ପାର୍ଟରେ ଲୁଚାଇ ଡ୍ରଗ୍ସ ଆଣିଥିଲେ ।

ପ୍ରାଇଭେଟ ପାର୍ଟରେ ଲୁଚାଇ ୬ କୋଟିର ଡ୍ରଗ୍ସ ଆଣିଥିଲେ ମହିଳା, ଡାକ୍ତରଙ୍କୁ ବାହାର କରିବାକୁ ଲାଗିଲା ୧୨ ଦିନ

ନୂଆଦିଲ୍ଲୀ: ଦେଶରେ ଡ୍ରଗ୍ସ ଚୋରା କାରବାର ବନ୍ଦ କରିବାପାଇଁ ସରକାରଙ୍କ ପାଖେ ବର୍ତ୍ତମାନ ଏକ ବଡ ଆହ୍ୱାନ ପାଲଟିଛି । ବାସ୍ତବରେ ଚୋରା ଚାଲାଣକାରୀମାନେ ଯାଞ୍ଚକାରୀଙ୍କ ଠାରୁ ଖସିଯିବା ପାଇଁ ବିଭିନ୍ନ କୌଶଳ ଆପଣାଉଛନ୍ତି, କିନ୍ତୁ ଅନେକ ଥର ସେମାନଙ୍କର କୌଶଳ କାମକରେ ନାହିଁ ଏବଂ ସେମାନେ ଘଟଣାସ୍ଥଳରେ ଧରାପଡି ଯାଉଥାନ୍ତି । ବର୍ତ୍ତମାନ ରାଜସ୍ଥାନର ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ଥିବା ଡିଆରଆଇ ଟିମ୍ ଜଣେ ଦୁର୍ଦ୍ଦାନ୍ତ ବିଦେଶୀ ମହିଳାଙ୍କୁ ଧରିଛି, ଯିଏ ନିଜ ପ୍ରାଇଭେଟ ପାର୍ଟରେ ଲୁଚାଇ କୋଟି କୋଟି ଟଙ୍କାରେ ହିରୋଇନ୍ ଭର୍ତ୍ତି ୮୮ କ୍ୟାପସୁଲ ନେଇ ଆସିଥିଲେ ।
 
ଡାକ୍ତରଙ୍କୁ ୮୮ ଟି ଡ୍ରଗ୍ସ ଭର୍ତି କ୍ୟାପସୁଲ୍ ବାହାର କରିବାକୁ ଲାଗିଥିଲା ୧୨ ଦିନ 
୧୯ ଫେବୃଆରୀ ଦିନ ସକାଳେ ଏକ ଘଟଣା ସାମ୍ନାକୁ ଆସିଥିଲା, ​​ଯେତେବେଳେ ଜଣେ ଆଫ୍ରିକୀୟ ମୂଳ ମହିଳା ଏୟାର ଇଣ୍ଡିଆ ବିମାନରେ ଆସିଥିଲେ ଓ ନିଜ ପ୍ରାଇଭେଟ ପାର୍ଟରେ ରେକ୍ଟମ୍ (RECTUM) ରେ ଡ୍ରଗ୍ସରେ ପରିପୂର୍ଣ୍ଣ ୮୮ କ୍ୟାପସୁଲ୍ ଲୁଚାଇ ରଖିଥିଲେ । ରାଜସ୍ୱ ଇଣ୍ଟେଲିଜେନ୍ସ (ଡିଆରଆଇ) ଟିମ୍ ବିଦେଶୀ ମହିଳା ଚୋରା ଚାଲାଣକାରୀଙ୍କୁ ଡ୍ରଗ୍ସ ସହିତ ଧରିଥିଲା, କିନ୍ତୁ ଡ୍ରଗ୍ସ ଥାଇ ମଧ୍ୟ ଡିଆରଆଇ ଟିମ୍ ଡ୍ରଗ୍ସ ରିକଭରି କରିବାରେ ସକ୍ଷମ ହୋଇନଥିଲା । ପରେ ମହିଳାଙ୍କୁ ଜୟପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଟିମ୍ ୧୦ ରୁ ୧୨ ଦିନ ମଧ୍ୟରେ ମହିଳାଙ୍କ ଇଭେଟ ପାର୍ଟରୁ ମୋଟ ୮୮ ଡ୍ରଗ୍ ଭର୍ତି କ୍ୟାପସୁଲ କାଢିଥିଲେ । ଏଥିସହ ଜବତ ହୋଇଥିବା ଡ୍ରଗ୍ସର ମୂଲ୍ୟ ପ୍ରାୟ ୬ କୋଟି ଟଙ୍କା କୁହାଯାଉଛି । ଭାରତରେ ଏପରି ମାମଲା ଦେଖାଯିବାର ଏହା ହେଉଛି ପ୍ରଥମ ଘଟଣା । 

ରିକଭରି ହୋଇଥିବା ହିରୋଇନର ଓଜନ ୮.୬୨ ଗ୍ରାମ ବୋଲି କୁହାଯାଉଛି
ମହିଳା ଜଣକ ଡ୍ରଗ୍ସ ଚୋରା ଚାଲାଣକାରୀ ବୋଲି ସୂଚନା DRI ଦଳ ପାଇଥିଲେ । ମହିଳା ଜଣକୁ ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ଥିବା ଡିଆରଆଇ ଦଳ ଦ୍ୱାରା ଧରାଯାଇଥିଲା ଏବଂ ଏହା ପରେ ତାଙ୍କୁ ସ୍କାନ କରାଯାଇଥିଲା । ଡ୍ରଗ୍ କ୍ୟାପସୁଲ ସନ୍ଦେହରେ ମହିଳାଙ୍କୁ ଡ୍ରଗ୍ସ ରିକଭରି ପାଇଁ ହସ୍ପିଟାଲ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ଟିମ୍ ମହିଳାଙ୍କ ପ୍ରାଇଭେଟ ପାର୍ଟ ରେକ୍ଟମ୍ରୁ କିଛି କ୍ୟାପସୁଲ କାଢିଥିଲେ । ୮୮ ଟି କ୍ୟାପସୁଲକୁ ପ୍ରାଇଭେଟ ପାର୍ଟରୁ ବାହାର କରିବା ପାଇଁ ଡାକ୍ତରଙ୍କୁ ହସ୍ପିଟାଲରେ ୧୨ ଦିନ ସମୟ ଲାଗିଥିଲା । ଏଥିସହିତ ରିକଭରି ହୋଇଥିବା ହିରୋଇନର ଓଜନକୁ ୮.୬୨ ଗ୍ରାମ ବୋଲି କୁହାଯାଉଛି ।

ଏହା ବି ପଢ଼ନ୍ତୁ: କ୍ରିକେଟ୍ ଜଗତ ସ୍ତବ୍ଧ; ମହାନ ସ୍ପିନର ସେନ ୱାର୍ଣ୍ଣଙ୍କ ଦେହାନ୍ତ

ଏହା ବି ପଢ଼ନ୍ତୁ: ଜୀବନସାରା ୱାର୍କ ଫର୍ମ ହୋମ୍! ବିଶ୍ୱର ଏହି ବଡ଼ ଟେକ୍ କମ୍ପାନୀ କଲା ଘୋଷଣା