Advertisement
Article Detail0/zeeodisha/odisha692620
Zee OdishaOdisha National-Internationalସରିଲା ଶୋପିଆ ଏନକାଉଣ୍ଟର, ୨୪ ଘଣ୍ଟା ମଧ୍ୟରେ ସଫା ହେଲେ ୯ ଆତଙ୍କୀ

ସରିଲା ଶୋପିଆ ଏନକାଉଣ୍ଟର, ୨୪ ଘଣ୍ଟା ମଧ୍ୟରେ ସଫା ହେଲେ ୯ ଆତଙ୍କୀ

ସରିଲା ଜମ୍ମୁ କାଶ୍ମୀର ଶୋପିଆ ଅପରେସନ । ୪ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କଲେ ସୁରକ୍ଷାକର୍ମୀ । ଏହାସହ ୨୪ ଘଣ୍ଟା ମଧ୍ୟରେ ସଫା ହେଲେ ୯ ଆତଙ୍କୀ । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଶ୍ରୀନଗର: ସରିଲା ଜମ୍ମୁ କାଶ୍ମୀର ଶୋପିଆ ଅପରେସନ । ୪ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କଲେ ସୁରକ୍ଷାକର୍ମୀ । ଏହାସହ ୨୪ ଘଣ୍ଟା ମଧ୍ୟରେ ସଫା ହେଲେ ୯ ଆତଙ୍କୀ । ଏହି ଅପରେସନରେ ୩ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି । ସେନାର ଏହି ଅପରେସନ ଏବେ ଶେଷ ହୋଇଛି । 

ପୋଲିସର ସୂଚନା ମୁତାବକ, ଶୋପିଆ ଜିଲ୍ଲା ଦକ୍ଷିଣ କାଶ୍ମୀର ପିଞ୍ଜୁରା ଗାଁରେ ଏହି ଅପରେସନ ଚାଲିଥିଲା । ବିଳମ୍ବିତ ରାତିରୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଅପରେସନରେ ୪ ଆତଙ୍କୀଙ୍କୁ ସଫା କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ । ତେବେ ୩ ଯବାନ ସାମାନ୍ୟ ଆହତ ହୋଇଥିବା କୁହାଯାଉଛି । 

ପୋଲିସ ଡିଜିପି କହିଛନ୍ତି, ଆଜି ଭୋରରୁ ଆରମ୍ଭ ହୋଇଥିବା ଏହି ଅପରେସନରେ ୪ ଆତଙ୍କୀ ସଫା ହୋଇଛନ୍ତି । ଏହି ସମସ୍ତ ଆତଙ୍କବାଦୀ ହିଜବୁଲ ମୁଜାହିଦୀନ ସହ ଜଡ଼ିତ । ଏମାନଙ୍କ ମଧ୍ୟରୁ ୨ ଜଣ ସଙ୍ଗଠନର ପୁରାତନ ସଦସ୍ୟ ଥିଲେ । ତେବେ ଏହାକୁ ମିଶାଇ ଗତ ୨୪ ଘଣ୍ଟା ମଧ୍ୟରେ ସମୁଦାୟ ୯ ଆତଙ୍କୀଙ୍କୁ ଏନକାଉଣ୍ଟର କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ । 

Add Zee News as a Preferred Source

ଜଣେ ପୋଲିସ କର୍ମଚାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ୪ ଆତଙ୍କୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । 

ସୂଚନାଯୋଗ୍ୟ, ଗତକାଲି ଶୋପିଆରେ ହିଁ ଅନ୍ୟ ଏକ ଏନକାଉଣ୍ଟର ହୋଇଥିଲା । ଜିଲ୍ଲାର ରେୱନ ଶୋପିଆରେ ହୋଇଥିବା ଏହି ଏନକାଉଣ୍ଟରରେ ଏକ ଶୀର୍ଷ କମାଣ୍ଡର ସମେତ ୫ ଆତଙ୍କବାଦୀ ସଫା ହୋଇଥିଲେ । 

About the Author