• ଗିରଫ ହେଲେ ଆଇଏଫଏସ ଏକେ ପାଠକ । ତାଙ୍କ ସହିତ ପୁଅ ଆକାଶ ମଧ୍ୟ ଗିରଫ II
  • ବିଧାନସଭା ସମ୍ମୁଖରୁ ୧୦ରୁ ୧୫ ଯୁବକଙ୍କୁ ଉଠାଇ ନେଲା ପୋଲିସ ।
  • ବାଇକ୍‌ରେ ଏଜି ଛକରୁ ଆସୁଥିଲା ବେଳେ ଉଠାଇ ନେଲା ॥
  • ପରୀକୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି ।
  • ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ ବିଜେପି କର୍ମୀ, ପରୀକୁ ନ୍ୟାୟ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ॥
  • ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ନୟାଗଡ଼ରେ କ୍ରାଇମବ୍ରାଞ୍ଚ ADG ଯଶୋବନ୍ତ ଜେଠୁଆ ।
  • ନୟାଗଡ଼ ସଦର ଥାନାରୁ ତଦନ୍ତ ଆରମ୍ଭ କଲା ୭ ଜଣିଆ ଟିମ୍॥
  • ପରୀ ହତ୍ୟାକାଣ୍ଡର ତଦନ୍ତ କରିବ SIT ଟିମ । ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଚୀନକୁ ବଡ଼ ଝଟକା ଦେଲା ଜାପାନ, ଦୁଇ ଦେଶର ସମ୍ପର୍କରେ ଲାଗିଲା ଗ୍ରହଣ

ଚୀନ୍ ରାଷ୍ଟ୍ରପତିଙ୍କ ଗସ୍ତ ବନ୍ଦ କରିବାକୁ ଜାପାନ ହଠାତ୍ ନିଷ୍ପତ୍ତି ନେଇ ନାହିଁ । ଏହା ପଛରେ ଅନେକ କାରଣ ଅଛି । 

ଚୀନକୁ ବଡ଼ ଝଟକା ଦେଲା ଜାପାନ, ଦୁଇ ଦେଶର ସମ୍ପର୍କରେ ଲାଗିଲା ଗ୍ରହଣ

ନୂଆଦିଲ୍ଲୀ: ଭାରତ ସହ ବିବାଦ ପରେ ବିଶ୍ୱର ଅନେକ ଦେଶ ଚୀନ୍ ବିରୋଧରେ ଖୋଲାଖୋଲି ଭାବେ ବାହାରିଛନ୍ତି । ଚାଇନାକୁ ଦୁନିଆରୁ ଅଲଗା କରିବା ପାଇଁ ଅନେକ ଦେଶ ଲଗାତାର ପଦକ୍ଷେପ ନେଉଛନ୍ତି । ଭାରତ ଓ ଆମେରିକା ପରେ ଚୀନ୍ ବିରୋଧରେ ପଦକ୍ଷେପ ନେଉଥିବା ଦେଶରେ ଜାପାନର ନାଁ ମଧ୍ୟ ସାମିଲ ହୋଇଯାଇଛି । ଚୀନକୁ ଏକ ବଡ଼ ଝଟକା ଦେଇ ଜାପାନ ରାଷ୍ଟ୍ରପତି ସି ଚିନପିଙ୍ଗଙ୍କ ଆଧିକାରୀକ ଗସ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । କୋଭିଡ-19 ମହାମାରୀ ଚାଇନାରୁ ଆରମ୍ଭ ହୋଇଥିଲା । ଏହା ପରେ ବିଶ୍ୱର ସମସ୍ତ ଦେଶ ଓ ଚୀନ୍ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି ।

ଏହା ଥିଲା ସବୁଠାରୁ ବଡ କାରଣ 

ଚୀନ୍ ରାଷ୍ଟ୍ରପତିଙ୍କ ଗସ୍ତ ବନ୍ଦ କରିବାକୁ ଜାପାନ ହଠାତ୍ ନିଷ୍ପତ୍ତି ନେଇ ନାହିଁ । ଏହା ପଛରେ ଅନେକ କାରଣ ଅଛି । ହଂକଂ ଉପରେ ଜାତୀୟ ସୁରକ୍ଷା ଆଇନ ଲାଗୁ ହେତୁ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଦଳ ଲିବରାଲ୍ ଡେମୋକ୍ରାଟିକ ପାର୍ଟି ସି ଜିନପିଙ୍ଗଙ୍କ ଜାପାନ ଗସ୍ତର ପୁନର୍ବିଚାର କରିବାକୁ ସରକାରଙ୍କୁ ନିବେଦନ କରିଛି । ବାସ୍ତବରେ ହଂକଂ ଉପରେ ଚୀନ୍‌ର ଜାତୀୟ ସୁରକ୍ଷା ଆଇନ ଲାଗୁ ଯୋଗୁଁ ବର୍ତ୍ତମାନ ଜାପାନ ମଧ୍ୟ ଭୟ କରୁଛି ଯେ ଏହି ନୂତନ ନିୟମ ହେତୁ ହଂକଂରେ ଜାପାନୀ ଲୋକ ଓ କମ୍ପାନୀର ଅଧିକାରରେ କମି ଆସିବ ।

ଉଲ୍ଲେଖନୀୟ କଥା ହେଉଛି, ହଂକଂରେ ପ୍ରାୟ ୧,୪୦୦ ଜାପାନୀ କମ୍ପାନୀ ଅଛି । ବିଶେଷ କଥା ହେଉଛି ଏହା ଜାପାନର କୃଷିଜାତ ଦ୍ରବ୍ୟର ସବୁଠାରୁ ବଡ ଆମଦାନୀକାରୀ । ଜାପାନର ବ୍ୟବସାୟ ସମ୍ପ୍ରଦାୟ ଚିନ୍ତିତ ଯେ, ଚାଇନାର ଜାତୀୟ ସୁରକ୍ଷା ଆଇନ ହଂକଂର ଆଧାରକୁ ବାଧା ସୃଷ୍ଟି କରିବ । ଏହି କାରଣରୁ ଜାପାନ ବର୍ତ୍ତମାନ ଏହି ପ୍ରସଙ୍ଗରେ ଅତ୍ୟନ୍ତ ଗମ୍ଭୀର ହୋଇଛି । ଜାପାନର ବୈଦେଶିକ ମନ୍ତ୍ରୀ ତୋଷିମିତ୍ସୁ ମୋତେଗୀ ଏକ ବୟାନ ଜାରି କରିଛନ୍ତି ଯେ, ହଂକଂରେ ରହୁଥିବା ଜାପାନର ଲୋକ ଓ କର୍ପୋରେଟ କାର୍ଯ୍ୟନିର୍ବାହୀମାନଙ୍କୁ ସମ୍ମାନ ଦିଆଯିବା ଉଚିତ । କିନ୍ତୁ ଜାପାନର ଦାବି ଉପରେ ଚୀନ୍‌ର ମନୋଭାବ ବଦଳିବାର ଦେଖିବାକୁ ମିଳୁ ନାହିଁ ।